ମୋଦିଜୀକଂ ଜନ୍ମଦିନରେ ‘ନିରତାର’ରେ ରୋଗୀକୁଂ ଫଳବଣ୍ଟନ

କଣ୍ଟାପଡା ୧୭।୯ (ନି.ପ୍ର) ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀକଂ ଜନ୍ମଦିନ ଉପଲକ୍ଷେ ଆଜିପୂର୍ବାହ୍ନ ରେ ଓଲଟପୁର ସ୍ଥିତ ଜାତୀୟ ଭିନ୍ନକ୍ଷମ ଅନୁଷ୍ଠାନ ‘ନିରତାର’ରେ ନିଆଳି ବିଜେପି ପକ୍ଷରୁ ଶଯ୍ୟାରେ ଥିବା ୧୫୦ ଜଣ ରୋଗୀକୁଂ ଫଳପୁଡିଆ ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମକୁ ନିରତାର ନିର୍ଦ୍ଦେଶକ ଡାକ୍ତର ଶକ୍ତିପ୍ରସାଦ ଦାସ ଉଦଘାଟନ କରିଥିଲେ। ବିଜେପିର ରାଜେନ୍ଦ୍ର ପ୍ରସାଦ ପଣ୍ଡା ,ନିଆଳି ବ୍ଲକର ପୂର୍ବତନ ଚେୟାରମ୍ୟାନ ନ୍ୟାୟବ୍ରତ ରାଉତ,କଣ୍ଟାପଡା ବ୍ଲକର ପୂର୍ବତନ ଚେୟାରମ୍ୟାନ ବିଷ୍ଣୁପ୍ରିୟା ପ୍ରଧାନ,ବିଜେପି ରାଜ୍ୟ କ୍ରୁଷକମୋର୍ଚ୍ଚା ମୁଖ୍ୟ ଇଂରବିନାରାୟଣମହାପାତ୍ର,ଛବିମଲ୍ଲିକ,ବିଶ୍ୱମ୍ବର ଜେନାକଂ ସମେତ୫୦ରୁ ଉର୍ଦ୍ଦ୍ୱକର୍ମୀ ଉପସ୍ଥିତ ଥିଲେ।ତେବେ ଦଳରେ ତୀବ୍ର ଗୋଷ୍ଠୀ ବିବାଦ ଆଜି ସ୍ପଷ୍ଟ ବାରି ହୋଇପଡିଥିଲା।ଅପର ଦୁଇଗୋଷ୍ଠୀର ଅଧିକାଂଶ ଛାମୁଆ କର୍ମୀକୁଂ ଆଜି ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲା। କେତେକକୁଂ ପଚାରିବାରୁ ତାଂକୁ ଡକାଯାଇ ନଥିବା ସେମାନେ କହିଥିଲେ। ସୂଚନାଯୋଗ୍ୟ କି ବିଧାନସଭା ନିର୍ବାଚନରେ ବିଜେପିରୁ ଅନ୍ୟତମ ଟିକେଟ ଆଶାୟୀ ସୁଶାନ୍ତ ମଲ୍ଲିକ ଓ ବେଣୁଧର ବେହେରା ନିରାଶ ହେବାପରେ ଏବେ ବି ସେମାନେ ବିଜେପି ଦଳ ପାଇଁ କାର୍ଯ୍ୟ କରୁଥିଲେହେଁ ବିଭେଦ ଲାଗି ରହିଛି ।