
ରଂଜନଦାସ ମର୍ଡର ମିଷ୍ଟ୍ରି-୩
ସୂଚନାଧିକାର କର୍ମୀ ଭାବେ ରଂଜନଦାସକଂ ବିୟୋଗ କେବଳ କେନ୍ଦ୍ରାପଡା ଜିଲ୍ଲା ନୁହେଁ ବରଂ ସାରା ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି,ଆଗାମୀ ଭବିଷ୍ୟତ ସମୟ କହିବ କେନ୍ଦ୍ରାପଡା ମାଟିର ଏ ଯୋଗଜନ୍ମା ସନ୍ତାନର ଶୂନ୍ୟସ୍ଥାନ ଆଉକେହି କେବେ ଅଥବା ଆଉ କାହାଦ୍ୱାରା ପୂରଣ ହେବ କି ନା?କିନ୍ତୁ ଗୋଟିଏ କଥା ସତ୍ୟ ଯେ ଦଳିତ ସଂପ୍ରଦାୟରେ ଜନ୍ମଗ୍ରହଣ କରିଥିବା ଜଣେ ଉଚ୍ଚଶିକ୍ଷିତ ଯୁବକ ସୂଚନାଧିକାର ଆଇନକୁ ସଫଳ ଭାବେ କାର୍ଯ୍ୟକାରୀ କରିବାରେ ଏତେ ପରିମାଣରେ ସିଦ୍ଧ ହସ୍ତ ଥିଲେ ଯେ ସାରା ପ୍ରଶାସନ, ଓ ପ୍ରଭାବଶାଳୀ ବ୍ୟକ୍ତି ମାନେ କୋକୁଆ ଭୟରେ ଥିଲେ ଓ ଜଣେ ମଣିଷକୁ ଅତି ଅମାନବୀୟ ତଥା ଜଘନ୍ୟ ହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ଏହି ପରିପ୍ରେକ୍ଷୀରେ ଉକ୍ତ ଘଟଣାର ତଦନ୍ତରେ କଳାର କଳଂକ ବୋହୁଥିବା ଓଡିଶା ପୁଲିସକୁ ଆମର ପ୍ରିୟ ପାଠକକଂ ତରଫରୁ କେତୋଟି ପ୍ରଶ୍ନ, କାରଣ ଯେତେ ଯାହା ଆଳ ଯେ ନେଲେ ମଧ୍ୟ ଘଟଣାକୁ ଦୂର୍ଘଟଣା କହି ଆଉ ଚପେଇ ଦେବାର ଉଦ୍ୟମ କିମ୍ବା ସଫେଇ ଆଉ କାମ ଦେବା ଅବସ୍ଥାରେ ନାହିଁ।ଲୋକେ ଏବେ ବୁଝି ସାରିଲେଣି କି ଏହା ଏକ ଯୋଜନା ବଦ୍ଧ ହତ୍ୟା !ପାଖାପାଖି ସ୍ଥାନୀୟ ଅଂଚଳବାସୀ ଏହା ବି ଅଘୋଷିତ ଭାବେ ଜାଣିପାରିଲେଣି ହତ୍ୟାକାରୀ କେଉଁମାନେ,ଯଦିଓ ଚିତ୍ର ସଂପୂର୍ଣ ସ୍ପଷ୍ଟ ନୁହେଁ କେନ୍ଦ୍ରାପଡା ପୁଲିସକୁ ପ୍ରଶ୍ନ ( ୧) ଜିଲ୍ଲା ଏସ୍ ପି.ଜାଣନ୍ତି କି ରଂଜନଦାସ ଅଭିଯୁକ୍ତ ମାନକଂ ବିରୁଦ୍ଧରେ ପାଟକୁରା , ମାର୍ଶାଘାଇ,ଓ ମହାକାଳପଡା ଥାନାରେ ଭିନ୍ନ ଭିନ୍ନ ସମୟରେ ଲିଖିତ ଅଭିଯୋଗ କରିଥିଲେ।ତାଂକଘର ପାଟକୁରା ଥାନା ଅଧିନରେ,ଶବମିଳିଲା ମାର୍ଶାଘାଇ ଥାନା ଇଲାକାରୁ,ସେହି ରାତିରେ କେଉଁ ଥାନାଧିକାରୀ ଥାନାରେ ନ ଥିଲେ ଓ ଥାନା ଗାଡିନେଇ ପାରାଦୀପରେ ଥିଲେ ?(୨)ପ୍ରତି ରାତିରେ ଥାନାଗାଡି ସରକାରୀ ତେଲଖର୍ଚ୍ଚରେ ପାରାଦୀପ ଯାଏ କଣ ପାଇଁ ?(୩) ଯଦି ବି ତେଲ ଖର୍ଚ୍ଚ ସରକାର କିମ୍ବା ନିଜ ହାତରୁ ବହନ କରାଯାଏ ତେବେ ଗାଡିରେ ଥିବା ଲଗବୁକରେ ଏହି ସରକାରୀ ଗାଡି କେଉଁ କାର୍ଯ୍ୟରେ ନିୟୋଜିତ ବୋଲି ଲେଖାଯାଏ ?ଥାନାବାବୁ ଓ ଥାନାଗାଡି ଯଦି ସବୁ ସଂଧ୍ୟାରୁ ତା ପରଦିନ ପୂର୍ବାହ୍ନ ଯାଏ ପାରାଦ୍ୱୀପରେ ରୁହନ୍ତି ତେବେ ରାତି ପାଟ୍ରୋଲିଂ ଯାହା ହେଉଥିବ ଅପରାଧୀ ଯାହା ଦମନ ହେଉଥିବେ ତାହା ମା ଗଂଗେଇକୁଂ ଜଣା !ତେବେ ରାଜ୍ୟ ପୁଲିସ ମୁଖ୍ୟ ଏହା ଜାଣିଛନ୍ତି କି ନା ।(୩) ଥାନା ଚାକିରୀ ୨୪ ଘଣ୍ଟିଆ ଡ୍ୟୁଟୀ ହୋଇଥିବା ବେଳେ ଜଣେ ଥାନାଧୀକାରୀ ଥାନାପାଖରେ କିମ୍ବା ସରକାରୀ କ୍ୱାର୍ଟରରେ ନ ରହିବାର କାରଣ କଣ?(୪) Cr.P.C ଧାରା 174 to 176 ଅନୁଯାୟୀ ପୁଲିସ ଶବ ଇନକ୍ୱେଷ୍ଟ କରିବାକୁ ଜଣେ ମାଜିଷ୍ଟ୍ରେଟକୁଂ ରିକ୍ୱିଜିସନ ଦେବାକଥା, ମାତ୍ର ମାର୍ଶାଘାଇ ପୁଲିସ ଏହା ଅବଲମ୍ବନ କରିଥିଲା କି ନା?ଯଦି କରିଥିଲା କିନ୍ତୁ ମାଜିଷ୍ଟ୍ରେଟ କେଉଁ କାରଣରୁ ଆସିଲେନି ?( ୫)ଅବଶ୍ୟ ପୁଲିସ ମଧ୍ୟ ଏହା କରି ପାରିବାକୁ ଏହି ଆଇନରେ ଓ ସୁପ୍ରିମକୋର୍ଟକଂ ରାୟରେ ବି ରହିଛି ,ହେଲେ ସଂପୂର୍ଣ ଶରୀରରେ ଯାହାସବୁ ଦାଗଥିଲା ତାହା ତନଖି କରି ଲେଖା ଯାଇ ନ ଥିବାରୁ ମାଜିଷ୍ଟ୍ରେଟକଂ ଅଭାବ ବୋଧ ପରିଲକ୍ଷିତ ହୋଇଛି।(୬) କଟକ ବଡମେଡିକାଲ ଶବ ବ୍ୟବଛେଦ ଗ୍ରୁହରେ ରଂଜନକଂ ଶବ ବ୍ୟବଛେଦ ବେଳେ ତାଂକ ଅଣ୍ଡକୋଷ ଅସ୍ୱାଭାବିକ ଭାବେ ଫୁଲିଥିବା ଉପସ୍ଥିତ ପ୍ରତ୍ୟେକ୍ଷ ଦର୍ଶୀ ସୂଚନା ଦେଇଛନ୍ତି ଫଳରେ ହତ୍ୟାର ସନ୍ଦେହ ଆହୁରି ମଜଭୁତ ହୋଇଛି ଜଣେ ଡାକ୍ତରକଂ ସୂଚନାନୁଯାୟୀ ଶରୀରର ସାମ୍ନାପଟ ମୁଣ୍ଡ,ମୁହଁ ସମେତ ଅଣ୍ଡକୋଷ ଫୁଲିବାର ଏକମାତ୍ର କାରଣ ଆଘାତ,ତେବେ ପୋଷ୍ଟ ମର୍ଟମ ବେଳର ଭିଡିଓ ଫୁଟେଜ,ଭିସେରା ପରୀକ୍ଷା ରିପୋର୍ଟ ମିଳିଲେ ହିଁ ସତ୍ୟତା ସ୍ପଷ୍ଟ ହେବ।(୭)ରଂଜନକୁଂ ରାସ୍ତାରୁ ଅଟକାଇ ରଖି ବେରୁଆଁ ପଂଚାୟତର ପରିତ୍ୟକ୍ତ ଗୋଦାମ ଗ୍ରୁହ ପାଖକୁ ନିଆ ଯାଇଥିଲା,ଯାହାକି ପ୍ରାୟ ୨୦ମିଟର ହେବ ବାହାରେ ହତ୍ୟାକାରୀ ମାନେ ସେମାନକଂ ବାଇକ ରଖି ପ୍ରବଳ ମୁଥ ଆଦି ମାଡ ମାରୁଥିଲେ ଯାହାକୁ କେହି ଦେଖିଛନ୍ତି ,ଟଣା ଘୋଷରା କରି ଗୋଦାମ ଗ୍ରୁହ ଭିତରକୁ ନିଆ ଯାଇଥିଲା ସଟର ପକାଇ ଲୁହାଛଡ,ଗୋଇଠାରେ ମାଡଦିଆଯାଇଥିଲା ଗୋଇଠା ମାଡ ଅଣ୍ଡକୋଷ ଉପରେ ବି ବାରମ୍ବାର ହୋଇଥିଲା। ସେଠାରେ ହିଁ ରଂଜନକୁଂ ହତ୍ୟାକାରୀ ମାନେ ଜୀବନରୁ ମାରି ଶେଷ କରିଥିଲେ ଏଥିରେ ଯେଉଁମାନକଂର ହତ୍ୟାଧମକ ମିଳିଥିଲା ବୋଲି ରଂଜନ ଏତାଲାରେ ଲେଖିଥିଲେ ସେମାନେହିଁ ସଂପ୍ରୁକ୍ତ ଥିଲେ ସେମାନକଂ ସଂଖ୍ୟା ପ୍ରାୟ ୯ରୁ ୧୧ ଜଣ।ନିଶା ବି ପିଇଥିଲେ।ମାରିସାରିବା ପରେ ଦୁର୍ଘଟଣା ରୂପଦେବାକୁ ଶବ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ଓ ଯୋଜନା କାର୍ଯ୍ୟକାରୀ ହୋଇଥିଲା (୮) ସେ ରାତିରେ ହତ୍ୟାକାଣ୍ଡ ବେଳେ ଗୋଦାମ ଗ୍ରୁହ ଭିତରେ ମୋବାଇଲ ଆଲୋକରେ ଏମିତି କାଣ୍ଡ କରା ଯାଉଥିଲା ହେଲେ ହତ୍ୟାକାରୀ ମାନେ ଏପରି କିଛି ସୂତ୍ର ଛାଡି ଆସିଥିଲେ ଯାହାକୁ ପୁଲିସର ସଂଧାନୀ କୁକୁର ଧରିପାରିଥାନ୍ତା ମାତ୍ର ଅନୁସଂଧାନକାରୀ ପୁଲିସ କର୍ମଚାରୀ କୁକୁରକୁ ଗୋଦାମ ଘରପର୍ଯ୍ୟନ୍ତ ଯିବାକୁଉଦ୍ୟମ ବେଳେ ରୋକିଦେଇଥିଲେ ବୋଲି ଅଭିଯୋଗ ହେଉଛି ,ଫଳରେ ଘଟଣା ପରେ ପ୍ରମାଣ ନଷ୍ଟ କରିଦିଆ ଯିବାକୁ ସୁଯୋଗମିଳିଗଲା।(୯)ହତ୍ୟାକାଣ୍ଡ ତଦନ୍ତରେ ପୁଲିସ ସମୟୋପଯୋଗୀ ପଦକ୍ଷେପ ନେଇ ନ ଥିବା ଓ ଯଥେଷ୍ଟ ଅବହେଳା କରିଥିବା ଅଭିଯୋଗ ହେଉଛି କାରଣ ଭାବେ କ୍ଷମତାସୀନ ପ୍ରଭାବଶାଳୀ ରାଜନେତାକଂ ପ୍ରଛନ୍ନ ଇଂଗିତ କୁ ଦାୟୀ କରାଯାଉଛି , ଯେହେତୁ ବଡ ବଡ କାମରେ ନେତାକଂ କମିଶନିରେ ବ୍ୟାଘାତ ଘଟିଥିଲା କେବଳ ରଂଜନକଂ ସୂଚନାଧୀକାର ତଥ୍ୟ ଯୋଗୁ।ସେଥିପାଇଁ ବିଭିନ୍ନ ଦଳର ନେତା ଶାନ୍ତ୍ୱନା ଦେବାକୁ ରଂଜନକଂ ପରିବାରକୁ ଆସିଥିଲେ ବି କେବଳ ଶାସକ ଦଳଏଥିରୁ ନିଜକୁ ଦୂରେଇ ରଖିଥିବା ସାଧାରଣରେ ଅଭିଯୋଗ ହେଉଛି (୧୦)ମିଳିଥିବା ସୂଚନାନୁଯାୟୀ ଶବ ଉଠିବା ଦିନ ହତ୍ୟାକାରୀମାନେ ସ୍ଥାନୀୟ ଅଂଚଳରେ ନ ଥିଲେ ମାତ୍ର ତାପରେ ଗାଁ କୁ ଫେରି ୪/୫ ଜଣକୁଂ ଏକାବେଳେ ହତ୍ୟା କରିବେ ବୋଲି ମୋବାଇଲରେ ଧମକ ଦେଉଥିବା ଚର୍ଚ୍ଚା ହେଉଛି ଫଳରେ କେତେକ ମୁକାବିଲା କରିବାକୁ ସଂଘବଦ୍ଧ ହେଉଥିବାରୁ ଆଇନ ଶ୍ରୁଂଖଳା ପରିସ୍ଥିତି ଆଗକୁ ଜଟିଳ ହେବା ଆଶଂକା କରି ସୁପ୍ରିମ କୋର୍ଟ ଆ ଇନ ଜିବୀ ରାଧାକାନ୍ତ ତ୍ରିପାଠୀ ତୁରନ୍ତ ଅଭିଯୁକ୍ତ ମାନକଂ ଗିରଫ ଦାବୀରେ ରାଜ୍ୟମାନବାଧିକାର କମିଶନକଂ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ସବୁଠୁ ବିସ୍ମୟର କଥା ଯେ ହତ୍ୟାକାଣ୍ଡର ପ୍ରାୟ ୪ ବର୍ଷ ପରେ ଛତିଶଗଡର ପୁଲିସ ଅତିପ୍ରଭାବଶାଳୀ ଅନୁପ ସାଏକୁଂ ସପ୍ରମାଣ ଓଡିଶାରୁ ଗିରଫ କରି ନେଇଥିବା ବେଳେଓଡିଶା ପୁଲିସ କେବଳ ହାତବାନ୍ଧି ବସି ନଥିଲା ବହୁ ଆଗରୁ ଫାଇନାଲ ରିପୋର୍ଟ କରି ଫାଇଲ ବନ୍ଦ କରିସାରିଥିଲା ଏବେ ରଂଜନଦାସକଂ ଘଟଣାରେ ତାହାହିଁ ମୁଖ୍ୟ ଚର୍ଚ୍ଚାର ପ୍ରସଂଗ ପାଲଟିଲାଣି ତେଣୁଏପରି ବଦନାମରୁ ଓଡିଶା ଶାସନର ପୁଲିସ ବିଭାଗ କିଛି କରି ଦେଖାଇବା ଦରକାର ବୋଲି ମତପ୍ରକାଶ ପାଇଲାଣି