
ରକ୍ତଶୋଷା-ସାମ୍ବାଦିକ ସାଧୁସାବଧାନ! (ଭାଗ-୨)
(ପୂର୍ବ ପ୍ରକାଶିତ ଉତ୍ତାରୁ……) ଜାତୀୟ ରାଜପଥ ଓ ରାଜ୍ୟ-ରାଜପଥ ସଂଲଗ୍ନ ତ୍ରି-ଛକି, ତେଣୁ ବାଇକ ଟାକୁ ଟିକେ ଧୀରେ ଚଳାଉଥିଲି। ମୁଖ୍ୟରାସ୍ତା ଛୁଇଁବା ଆଗରୁ କିଏ ଜଣେ ପଛରୁ ” ଆଜ୍ଞା ! ଆଜ୍ଞା ! ଟିକେ ଶୁଣନ୍ତୁ ରହିବେ ଟିକେ କଥାଅଛି”,ମୋତେ କେହି ଜଣେ ପଛରୁ ଡାକିଲା ପରି ଶୁଭିଲା।ପଛକୁ ବୁଲି ଚାହିଁଲି,ଦେଖିଲି ସେଦିନର ସେଇ ଲୋକ ଜଣକଂ (ଯେ ସାମ୍ବାଦିକକୁଂ ରକ୍ତଶୋଷା କହି ଗାଳି କରୁଥିଲେ) ରହିବି ନ ରହିବି ଭାବିଚିନ୍ତି ହୋଇ ରହିଲି।ଲୋକଟିର ସେଦିନର ସେ ଗାଳିକୁ ଗାଳି ବୋଲି ତ ଠିକ ଅର୍ଥରେ ନେଇ ହବନି, ବରଂ କେତେକକଂ କୁ- ପ୍ରବ୍ରୁତ୍ତିକୁ ତା ଭାଷାରେ କ୍ଷୋଭ ଓ ତିରସ୍କାର ବୋଲି ମାନିହେବ।ଯା’ ହଉ ପାଖକୁ ଦୌଡି ଦୌଡି ଆସିଲା କହିଲା,’ ନମସ୍କାର ଆଜ୍ଞା ! ଆପଣକୁଂ ସେଠୁ ଦେଖି ପଛରୁ ଏତେ ଡାକୁଚି, ବୋଧେ ଚିହ୍ନି ପାରିଲେନି କି ତରବରରେ ଅଛନ୍ତି?ଏମିତିକା ପ୍ରଶ୍ନରେ ହଠାତ ହଡବଡେଇ ଗଲି, କଣ କହିବି?କହିଲି ହଉ କୁହ କଣ କହିବ?ହେଲେ ହେଲେମେଟ୍ ପିନ୍ଧିଛି ତ ଭଲଭାବେ ଶୁଣି ପାରିନି ତମ ଡାକ।କିନ୍ତୁ ମୁଁ ଆଶ୍ଚର୍ଯ୍ୟ କି ସେଦିନ ମୋତେ ବସରେ ଯିବାକୁ ଅପେକ୍ଷା କରିଥିଲି ଥରେ ମାତ୍ର ଦେଖା ହେଇଥିଲ ଅଥଚ ହେଲମେଟ ତଳୁ ଭଲ ଭାବେ ନ ଦେଖି ବି ଚିହ୍ନିପାରିଲ କେମିତି ? ହସିଲା ଖୁବ ମନଖୋଲି ,କହିଲା ମଣିଷକୁଂ ଚିହ୍ନିବାରେ ମୋର କେବେ ଭୂଲ ହେଇନି ଆଜି ଯାଏ ଆଜ୍ଞା ! ହେଲେ ଏ ବାଇକ ଟା କଣ ଆପଣକଂର ?- ନାଁ ନାଁ ଭାଇର।ଓହୋ !ଆପଣକଂ ଭାଇ ତାହାଲେ କଣ ସାମ୍ବାଦିକ? -ନା ଦୋକାନୀ।କାଇଁ ଏମିତି ପଚାରିଲ?ନାଇଁ ଗାଡିରେ ପ୍ରେସ ଲେଖା ହେଇଚିତ! ସେଦିନ ପରା ତମକୁ କହିଥିଲି,ଆଗରୁ ଥିଲି ମାତ୍ର ଛାଡିଦେଇଚି ବୋଲି? ହାତରେ ଧରିଥିବା ତା ଆଂଡ୍ରଏଡ ସେଟ ରେ କଣ ଗୋଟାଏ ଟାଇପ କଲା କିଛି ସେକେଣ୍ଡ ଛାଡି କଥା ଭିତରେ ମୋ ଆଡକୁ ଡିସ-ପ୍ଲେ ସ୍କ୍ରିନକୁ ପଢେଇଲା,ଆଖି ପକେଇଲି ମୋ ଗାଡିର ନମ୍ବର ପ୍ଲେଟ ପଢି,ପଂଜିକରଣ କାହା ନାଁ ରେ ଜାଣିଲାନି ମୋତେ ଜଣେଇଲା କି ମୋ ଭାଇ ନାଁ ଏଇଆ ତ? ଆଶ୍ଚର୍ଯ୍ୟ ଚକିତ ଖାଲି ହେଲିନି,ମନେମନେ ଲୋକଟିର ବୁଦ୍ଧିମତାକୁ ଡରିଗଲି, ଭାବିଲି କେତେ ସାଦା ସିଧା ଲୋକଟିଏ ବିଚରା !କିନ୍ତୁ କେତେ ଚତୁର?କହିଲା ଆଜ୍ଞା! ଯୋଉ କଥାଟା ଏ “ରକ୍ତ ଶୋଷା ସାମ୍ବାଦିକ”କଂ ବିରୁଦ୍ଧରେ ଆପଣକୁଂ ସେଦିନ କହିଥିଲି,ଆପଣ କାହାକୁ କହିଦେଲେ କି?ମୁଁ କହିଲି କାହାକୁ କହିବି?ଆମ ଘରେ ମୁଁ ସବୁକଥା ପକେଇଥାଏ।କାଇଁ କଣ ହେଲାକି ? କହିଲା ଯାହା ଯାହା ଆପଣକୁଂ କହିଥିଲି ସେ ସବୁଗୁଡା ସେମାନେ ଜାଣିପାରି ଏବେ କହିଲେଣି କି ସେ ରକ୍ତଦାନ ଶିବିର ସାର୍ଟିଫିକେଟ ଗୁଡାକ ଲୋକକୁଂ ବାଣ୍ଟି ଦେବା।କିଏ କୁଆଡୁ ସବୁ ଆସିଥିଲେ ୮ ମାସ ପରେ ତାଂକ ଘର ଘର ବୁଲି ତେଲପୋଡି କାହାକୁ ସବୁ ତମେ ବାଣ୍ଟିବ? ତମେ କଣ ଏତେ ଦାନୀ କର୍ଣ ?ଆଉ ଶୁଣନ୍ତୁ ଏ ଯୋଉପ୍ରେସ କ୍ଲବ ୟାର ସ୍ଥାୟୀ ଅଫିସଟା କୋଉଠି?ଜମିଅଛି ଯେ ଅଫିସ ହବ?ଏ କଣ ସେ ମଂଗଳାକଂ କାଳିସୀ ପରି ଚୈତ୍ର ମାସ ସାରା ମୁଣ୍ଡରେ ଥୋଇ ଗାଁ କୁ ଗାଁ ବୁଲିବ?”ଫୁଂକ୍ ରଗଡ ଚୋବା, ନା ଆରବେଳାକୁ ବୋବା?”ପଚାରିଲି ୟାର ମାନେ କଣ ବୁଝି ହେଲାନି ତ?ଲୋକଟା କହିଲା ଚାନ୍ଦା ପାର୍ଟି, ଯାହା ଡେଲି ଲୁଟିଲେ ସୂର୍ଯ୍ୟାସ୍ତ ଆଗରୁ ବଣ୍ଟା ବଣ୍ଟି କରିନେଇ ଘରେ ହାଜର,ନ ହେଲେ ଚୁଲୀ ଉପରକୁ ହାଣ୍ଡି ଉଠିପାରିବନି, ୟାଂକୁ ନ ଦେଖିବା ଯାଏ ଘରେ ଅପେକ୍ଷା।କ୍ଲବ ନୁହେଁ ,ସମ୍ମାନ ଜନକ ଭିକାରୀକଂ ସଂଘ ଭାବିବାଟା ବରଂ ଭଲ। ୟାକଂ ଭିତରେ ଉପଦେଷ୍ଟା ଯିଏ ତା ଅବସ୍ଥା ଯଦିଏପରି ଅନ୍ୟମାନେ ଦାସାନୁଦାସ,ମାନେ ଭିକାରୀକଂ ଭିକାରୀ।ହଇଓ କି ଉପଦେଷ୍ଟା କଣ ?ଜଣେ ଉପଦେଷ୍ଟା ହବ ଯଦି ତାର ଗ୍ରହଣ ଯୋଗ୍ୟ ପ୍ରସ୍ତାବ ସମସ୍ତେ ଆପେ ମାନିବେ କେବଳ ନୁହେଁ ତାକୁ ସବୁକଥାରେ ପଚାରି ବୁଝି କରିବେ।ଜଣେ ଉପରେ ଲଦି ହୋଇପଡି ଉପଦେଷ୍ଟା କହି ହେବା ଲଜ୍ଜା ଜନକ ନୁହେଁ କି?ବାବୁକଂ କାରନାମା ସବୁ ଶୁଣ ରକ୍ତଦାନ ଶିବିର ନାଁ ରେ ବିଭିନ୍ନ ଆଡୁ ଚାନ୍ଦା କରି ଖାଇଲେ ! ୨/୩ ସରପଂଚ ଦେଇଥିବା ଯାହା ଏଯାଏ ଜଣା ପଡିଚି ପୁଣି ରକ୍ତଦାନ ଶିବିରରେ ରକ୍ତ ଦାତାକୁଂ ଜଣକା ୬୦ଟଂକା ଭଳି କି ଅଧିକା ହିସାବରେ୨୫୦୦ ଟଂକା ମିଠା ଆଦି ବାବଦରେ ରକ୍ତଭଣ୍ଡାର କର୍ତ୍ତ୍ରୁପକ୍ଷ ଦେବାକଥା,ମିଠାଦୋକାନୀ ତ ୮ମାସ ହେଲାଣି ବାକି ରଖି ନଥିବ !ଏଣେ ରକ୍ତ ଭଣ୍ଡାର ଦେବା ଟଂକା ବି ବାକି ନ ଥିବ?ତେବେ କାହା ଆକାଉଣ୍ଟକୁ ଏ ଟଂକା ଆସିଲା?ନା ଆସିନି?ରକ୍ତ ଭଣ୍ଡାର କାହା ଆକାଉଣ୍ଟକୁ ଟଂକାଦେଲା?ପ୍ରେସକ୍ଲବ ତ ରେଜିଷ୍ଟ୍ରେଡ ନୁହେଁ?ରକ୍ତଭଣ୍ଡାର କ୍ୟାସ ଅଡିଟ ହେଲେ ଅଫିସର ବନ୍ଧା ହେବା ନିଶ୍ଚିତ କି ନୁହେଁ କୁହନ୍ତୁ?ଶୁଣୁଥାଏ ମୁଁ ସବୁ ଆଉ ଭାବୁଥାଏ ମନେମନେ ଯେ କେତେ କଥା ଲୋକଟା ନ ଜାଣିଚି ସତରେ?ୟା ତୁଳନାରେ କି ସାମ୍ବାଦିକ ପାସଂଗରେ ପଡିବେ?ରକ୍ତଦାତାକୁଂ ରକ୍ତଭଣ୍ଡାର ଦେଇଥିବା ସାର୍ଟିଫିକେଟ କଥା ମୁଁ କହିଦବାରୁ ଏବେ କୁଆଡେ ସତ କି ମିଛ ସେଗୁଡା ଲୋକକୁଂ ବାଣ୍ଟିବାକୁ ଯିବେ?ମୋ ପାଟି ତ ଏଇନେ ଭାରି ଅଖାଡୁଆ,ଏଥିପାଇଁ ବି ଚାନ୍ଦା ଆଦାୟ ହେବ।ହଇଓ ପଂଚାୟତ ଘର,ବିନା ପଇସାରେ ଆସବାବପତ୍ର ଯୋଗେଇଦେଲା,ପୁଣି ସରପଂଚ ମାନକଂ ଠୁ ଚାନ୍ଦା କଣ ପାଇଁ ହେଲା?ସେ ଆଦାୟର ହିସାବ କାଇଁ?ଏ ଉପଦେଷ୍ଟା ଜଣକଂ ଛୋଟ ହଉ କି ମୋଟ ହଉ କୋଉ କାଗଜର,କୋଉ ଅଂଚଳ ପାଇଁ ପ୍ରତିନିଧି?ନା କାଗଜ ନ ଥିବା ମୁକ୍ତବ୍ରୁତ୍ତ ସାମ୍ବାଦିକ?ନା ଅଲଇଣ୍ଡିଆ ମୁସଲିମ ଲିଗ୍?ସଂଘ ବା କ୍ଲବ କାହାକୁ ନେଇ ହୁଏ?ସମାନ ଭାବା ପନ୍ନ ନା ରୋହୀ ସାଂଗେ ଇଲିସିର ବାହାଘର?ଆଉ କହିଲା ଶୁଣିଲେଣି ଗୋଟାଏ କେତେବଡ ଅକ୍ଷମଣୀୟ ଅପରାଧ ଏମାନେ କରିଚନ୍ତି ?ନାହାଳପୁରର ଗୋଟାଏ ନା ବାଳକ ପିଲାକୁ ନିରତାରରେ ଅପରେସନ କରେଇବା ନାଁ ରେ ଦେବଦୂତ ସାଜି ଟଂକା ୨୦ହଜାର ମାତ୍ର ଲୁଟିଥିବା ଅଭିଯୋଗ ଉଠିଲାଣି!ପିଲାଟି ତ ନିହାତି ଗରୀବ।ସରକାର ୫ଲକ୍ଷ ଟଂକା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ରଖିଛନ୍ତି।କେନ୍ଦ୍ର ସରକାରକଂ ସୁବିଧା ବି ଅଛି ଯାହା ନିରତାର ଜରିଆରେ ସମ୍ଭବ।ଶାସକଦଳ ବିଧାୟକ ବି ଥିଲେ।ପି.ସି.ସି ମୁଖିଆ ନିରଂଜନ ବାବୁ ବି ଥିଲେ,ନିହାତି ପଥିପାଂଚଣ ପଇସାବି ମୋଟାରେ କୁଆଡେ ଦେଇଥିବେ, ଯଦିଓ ତାଂକ ଦଳ କ୍ଷମତାରେ ନାହିଁ ତଥାପି ସାର୍ ତ ଖାଲି ହାତରେ କେବେବି କୋଉଠିକୁ ଆସନ୍ତିନି ,ସିଂହାସନ ଆରୋହଣ ଦିନ ଯୋଉ ବାଣ ରୋଷଣୀ ବାଇଦ ବାଜଣା ସାର କରିଥିଲେ ନା ?ଆଉ ଗରୀବ ପିଲାଟାର ସେବାକୁ ଆସି ସାର କଦାପି ଶୂନହାତ କରିଥିବେ?ଶେଷକୁ ରହିଲା ଯେଉଁ ସମାଜସେବୀ ପାତ୍ର ବାବୁ ଲକ୍ଷାଧିକ ଟଂକା ଖର୍ଚ୍ଚ କରିବାକୁ ପ୍ରତିଶ୍ରୁତି ଦେଇ ସବୁପ୍ରକାର ସହାୟତା ଯୋଗାଇଛନ୍ତି,ମୋଟ କେତେ ଟଂକା ଖର୍ଚ୍ଚ ହେଲା?କିଏ କେତେ ଲେଖାଁ ସବୁଦେଲେ?ତାହାର କିଛି ହିସାବ ମିଳିବ ନାହିଁ ଯେହେତୁ ଏଇ ରକ୍ତ -ଶୋଷା ସାମ୍ବାଦିକ ସେଠି ଯାତ୍ରା ପରିବେଷଣ କରୁଥିଲେ।ଆଉ ରକ୍ତ ଶୋଷିବା ଲକ୍ଷ୍ୟ ପୂରଣ ହୋଇଥିବାରୁ ପରମ ତ୍ରୁପ୍ତିର ହାଇ ହାକୁଟି ମାରି ଖୁସିରେ ବିରଳ ଅସ୍ତ୍ରୋପଚାର କହି ଢେର ପ୍ରବକ୍ତା ସାଜିଥିଲେ ! ହଇଓ ବିରଳ ଅସ୍ତ୍ରୋପଚାର କାହାକୁ କହନ୍ତି ?ଗୋଡଟା ନିଶ୍ଚେତକ ଦେଇ ଆଳୁ ପିଆଜ ପରି କାଟି ଫୋପାଡି ଦେବାକୁ? ସେଥିରେ ମେଡିକାଲ ଭିତରେ ଶଂଖ ହୁଳହୁଳି?ଯାତ୍ରା ପାର୍ଟି ସିନ୍ ଠୁ ତ କିଛି କମ ନୁହଁ ?ଯାହା ଲାଗିଲା ସୌମ୍ୟରଂଜନବାବୁ ଓ ନିରଂଜନ ବାବୁ ଦୁହେଁ ମିଶି ଗୋଟାଏ ଭଲ ଯାତ୍ରାପାର୍ଟି ଗଢିଛନ୍ତି ! କଟକ ବଡମେଡିକାଲ ଭିତରେ ହ୍ରୁଦ୍ ମସ୍ତିଷ୍କ ପରି ବିରଳ ରୋଗୀକଂ ଅପରେସନ ଟେବୁଲ ପାଖେ କେତେ ଯାତ୍ରାପାର୍ଟିର ଶଂଖ ହୁଲହୁଳି ପଡେ?ଏସିଆ ମହାଦେଶର ଏକ ବେଶ ନାଁ କରା ଅନୁଷ୍ଠାନ “ନିରତାର”ର ଏହାକଣ ପ୍ରଥମ ବିରଳ ଅପରେସନ?ପୁଣି ଅସ୍ତ୍ରୋପଚାର? ପରେ ପରେ ଅବସ୍ଥା କଣ ହଉଚି ଆଗକୁ ନ ଦେଖି ନ ଶୁଣି ” ବିରଳ ଅସ୍ତ୍ରୋପଚାର ସଫଳ” ଭଳି ଶବ୍ଦର ନିର୍ଭୀକ, ନିର୍ଘାତ ପ୍ରହାର କେତେ ପ୍ରଯୁଜ୍ୟ କିମ୍ବା ଅନୁପଯୋଗୀ ତାହା ବିଚାର୍ଯ୍ୟ।ସେଦିନ ଲାଗିଲା ଯେମିତି ଡାକ୍ତର ନୁହେଁ ବରଂ ଏଇ ରକ୍ତ ଶୋଷା ସାମ୍ବାଦିକ ବୋଧେ ସେ ଅସ୍ତ୍ରୋପଚାର କରୁଥିଲେ! ଆଉ ଶୁଣନ୍ତୁ ନିରତାର କେବଳ ଭିନ୍ନ କ୍ଷମକଂ ଉପରେ ଯୋଉଥିପାଇଁ ଅନୁବନ୍ଧିତ ତା ବାହାରକୁ ଯାଇ ପାରିବା କଥା ନୁହେଁ କିନ୍ତୁ କେଉଁ ପରିସ୍ଥିତିରେ କଟକ ବଡ ମେଡିକାଲ କହ୍ନେଇକୁ ନିରତାର ରେଫର କଲେ ତାହା ଏବେବି ସନ୍ଦେହ ଘେରରେ ! ସବୁ ଠାରୁ ବଡ କଥା ହେଲା ଜଣେ ନା ବାଳକ ଯେ କି ଜୀବନ ମ୍ରୁତ୍ୟୁର କିଛି ଫରକ ଜାଣିନି କି ତା ଅନୁଭୂତି କିଛି ଆସିନି ତାକୁ ହାତ ଯୋଡି ତା ମୁହଁରେ କିଏ କୁହାଇଲା ଯେ “ଠାକୁର ମୋତେ ଭଲ କରିଦିଅନ୍ତୁ ନ ହେଲେ ନେଇଯାଆନ୍ତୁ” ସେ ଯାତ୍ରା ଡାଇଲଗ୍ ଘୋଷେଇଲା କିଏ?ଏଭଳି ଦ୍ରୁଶ୍ୟ ରେକର୍ଡ ଓ ପ୍ରସାରଣ ବି ଦଣ୍ଡନୀୟ।ସେତିକି ନୁହେଁ ପିଲାଟିର ମୁହଁକୁ କୌଣସି ପରିପ୍ରେକ୍ଷୀରେ ଦେଖେଇବା କଥା ନୁହେଁ ମାନ୍ୟବର ସୁପ୍ରିମ କୋର୍ଟକଂ ବାରଣ ରହିଛି।ଏହାର ଉଦାହରଣ ବି କିଛି କମ ନାହିଁ ଜଣେ ନା ବାଳକ ଜଣେ ଯୁବତୀକୁଂ ବଳାତ୍କାର କରିଥିବା ଅଭିଯୋଗରେ ନା ବାଳକଟିକୁ କୋର୍ଟ ୩ମାସ ପ୍ରତ୍ୟୁଷରେ ମନ୍ଦିର ହତା ଓଳେଇବାକୁ ରାୟ ଦେଇଥିଲେ ତାର ଏ ସେବା ବେଳେ ଜଣେ ଖବରଦାତା ଓଡିଶାର ଭୂବନେଶ୍ୱରରୁ ପ୍ରକାଶ ପାଉଥିବା ଏକ ସୁ ପ୍ରତିଷ୍ଠିତ ଓଡିଆ ଖବର କାଗଜରେ ପ୍ରକାଶ କରିଥିଲେ ବୋଲି ପ୍ରକାଶକ, ମୁଦ୍ରାକର ଓ ସାମ୍ବାଦିକକୁଂ ଦଣ୍ଡ ବିଧାନ ହୋଇଥିଲା ତେଣୁ କହ୍ନେଇ ଘଟଣା ,ଜିଲ୍ଲାର ଶିଶୁ ସୁରକ୍ଷା ସଂଗଠନ ଏବଂ ଅଧିକାରୀକଂ ଦ୍ରୁଷ୍ଟିକୁ ଆସିଲେ କାର୍ଯ୍ୟାନୁଷ୍ଠାନ ବି ହୋଇପାରେ।ସାମ୍ବାଦିକକଂ ଦ୍ରୁଷ୍ଟିକୁ ତ୍ରୁତୀୟ ନୟନ କୁହାଯାଏ,ଯେହେତୁ ସାଧାରଣକଂଦୁଇ ଚକ୍ଷୁକୁ ଯାହା ଦେଖା ନ ଯାଏ ସାମ୍ବାଦିକକୁଂ ତାହା ଦେଖାଯିବା କଥା।ନାରଦ ହେଉଚନ୍ତି ପ୍ରୁଥିବୀର ପ୍ରଥମ ସାମ୍ବାଦିକ।ଏସବୁ ଶୁଣିଲାପରେ ମୁଁ ପୁରା ଗୋଟାଏ ସମର କୋର୍ସ ନେଲା ଭଳିଆ ଲାଗିଲା । ମନେମନେ ହାତ ଯୋଡିଲି ଆଉ ତୁଳନା କଲି ସେ ମହାନ ପ୍ରତିଭାକୁଂ ଯେ,ଆମେ ସବୁ କୋଉ ସାମ୍ବାଦିକରେ ଗଣା ?ପ୍ରକ୍ରୁତରେ ସେ ହିଁ ଅସଲରେ ସାମ୍ବାଦିକ,ନାରଦ।ସମୟ ବିଳମ୍ବ ହେଉଥିଲା ଯୋଡହସ୍ତ କରି ମେଲାଣି ମାଗିଲି,କହିଲା ଆଜ୍ଞା କିଛି ଭାବିବେନି ହଇରାଣ କରୁଚି ବୋଲି। ଶୁଣିଥିବେ ଭୁତଉତ୍ପାତ କରେ ଉତ୍ପାତ ନୁହେଁ ମଣିଷ ମଲାବେଳେ କିଛି ଅବଶୋଷ ରହିଗଲେ ସେ କଥାଟିର ପ୍ରକାଶ କରିବାକୁ ମାଧ୍ୟମ ଖୋଜେ କହିଦେଲେ ହାଲୁକା ହୋଇ ଚାଲିଯାଏ। ଆପଣ ମୋତେ ଠିକ୍ ସେୟା ଭାବିବେ ।