breaking News ଅଂଚଳ ଖବର ଜିଲ୍ଲାଖବର ରାଜ୍ୟଖବର

ରାଜ୍ୟଗଣଶିକ୍ଷାମନ୍ତ୍ରୀକଂ ପାଖ ଗାଁ:ସ୍କୁଲକୁଆସି ପାଠପଢିବା ନାଁ ରେ ପିଲା ଶ୍ରମିକ କାମ କରୁଛନ୍ତି !

Spread the love
କଟକ ଜିଲ୍ଲା, ନିଆଳି ବ୍ଲକ ,ପୋଦନା ,ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପାଠପଢିବାକୁ ଆସିଥିବା ଛାତ୍ରମାନେ ଶ୍ରମିକ ଭାବେ ନିୟୋଜିତ

ପ୍ରାଥମିକ ଶିକ୍ଷାର ମୂଳଦୁଆ “ସଭିଏଁ ପଢିବେ ସଭିଏଁ ବଢିବେ”ଓ ଶିକ୍ଷା ଅଧିକାର ଆଇନ ର ନମୁନା ପରଖିବାକୁ ହେଲେ ଆମେ ବେଶୀ ଦୂର ନୁହେଁ ରାଜ୍ୟଗଣଶିକ୍ଷାମନ୍ତ୍ରୀକଂ ପାଖାପାଖି ଗାଁ ନିମାପଡାକୁ ଲାଗିଥିବା ନିଆଳି ନିର୍ବାଚନ ମଣ୍ଡଳୀ,ନିଆଳୀ ବ୍ଲକ ପୋଦନା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ଭାବେ ରାଜ୍ୟବାସୀକଂ ସମ୍ମୁଖରେ ରଖିବା ଉଚିତ ମନେ କରୁଛୁ।ଆଜି ବିଦ୍ୟାଳୟର ଅବ୍ୟବସ୍ଥା ଦେଖିବାକୁ ସତ୍ୟାନୁସଂଧାନ ଖବରକାଗଜର ପ୍ରତିନିଧି ପହଂଚିଥିଲେ।ବିଦ୍ୟାଳୟ ପୋଷାକରେ ଥିବା ବିଦ୍ୟାଳୟ ପରିସରରେ କୋମଳମତି ଛାତ୍ରମାନେ ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ଜଂଗଲିଆ ଅବସ୍ଥା ଥିବାବିଦ୍ୟାଳୟ ଖେଳପଡିଆରେ କୋଦାଳଧରି ମାଟିହାଣୁଥିବା ଦେଖିବାକୁ ମିଳିଥିଲା ।ପ୍ରଥମେ ଭାବିବାକୁ ପଡିଲା ଯେ ବିଦ୍ୟାଳୟରେ ବୋଧହୁଏ ଏପରି କିଛି ଶିକ୍ଷା ପାଠ୍ୟକ୍ରମରେ ରହିଛି କି?ମାତ୍ର କ୍ୟାମେରା ଦେଖି ପିଲାଏ ଦୌଡିପଳାଇବାକୁ ଆରମ୍ଭ କରିବାରୁ ସଂଦେହ ବଢିଥିଲା।ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ମାରାଣ୍ଡିକୁଂ ମତାମତ ନେବାକୁପ୍ରଚେଷ୍ଟା କରିବାରେ ସେ ଧରାଛୁଆଁ ଦେଇ ନ ଥିଲେ।ସି.ଆର.ସି.ସି ଧୀରେନ୍ଦ୍ର ମଲ୍ଲିକକୁଂ ଯୋଗାଯୋଗ କରିବାରେ ସେ କହିଥିଲେ ସେ ଏ ସଂପର୍କରେ ଖବର ପାଇ ସଂପ୍ରୁକ୍ତ ପ୍ରଧାନ ଶିକ୍ଷୟତ୍ରୀକୁଂ ପଚାରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ କୁଆଡେ କହିଥିଲେ ଯେ ପଡିଆକୁ ଜେ.ସି.ବି ଯୋଗେ ହଳ କରାଯାଇଥିଲା।ମାତ୍ର ଘାସ ବଛା କି ସଫା ହୋଇ ନ ଥିଲା କିନ୍ତୁ ସେ ପିଲାକୁଂଏହି କାର୍ଯ୍ୟରେ ଲଗାଇ ନ ଥିଲେ।ଯଦି ତାଂକ ଉକ୍ତି ସତ୍ୟ ହୋଇଥାଏ ତେବେ ପ୍ରଧାନ ଶିକ୍ଷୟତ୍ରୀକଂ ଉପସ୍ଥିତିରେ ତାଂକ ବିନାନୁମତି ନା ନୀରବ ସମର୍ଥନ ବ୍ୟତୀତ ଏପରି କାର୍ଯ୍ୟରେ ପିଲାମାନକୁଂ ନିୟୋଜିତ କଲା କିଏ ?କୋଦାଳଆସିଲା କେଉଁଠୁ ଧରାଇଲା କିଏ ?ସବୁଠାରୁ ବଡ ପ୍ରଶ୍ନ ଯେ ,ଯେଉଁ ପାଣ୍ଠିରୁ ବିଦ୍ୟାଳୟ ପଡିଆ ଜେ.ସି.ବି ରେ ଚାଷ ହୋଇପାରିଲା ସେହି ପାଣ୍ଠିରୁ ଅବଶିଷ୍ଟ କାର୍ଯ୍ୟ ନିମନ୍ତେ ଶ୍ରମିକ ନିୟୋଜିତ ହୋଇପାରିଲେ ନାହିଁ କାହିଁକି ?କେତେ ଟଂକାର ଏହି କାର୍ଯ୍ୟ ?କେଉଁ ଯୋଜନା ? କାହାନାମରେ ତାହା ହେଉଛି?ଶ୍ରମିକକଂ ମଜୁରି ବଂଚାଇବାକୁ ବିଦ୍ୟାଳୟ ପୋଷାକରେ ପାଠପଢିବାକୁ ଆସିଥିବା ଛାତ୍ରମାନକୁଂ ସରକାରୀ ମଧ୍ୟାହ୍ନ ଭୋଜନ ଗଣ୍ଡିଏ ଦେଇ ଏପରି ଶ୍ରମିକ ଭଳି ଖଟାଯିବା କେତେଦୂର ଯଥାର୍ଥ ?ପିଲାମାନେ ବଣ ବୁଦାରେ ପଶି କାମକରିବାରେ ଯଦି ସାପ ,ବିଛା କିମ୍ବା କକଂଡା ବିଛା ପରି ବିଷଧର ଜନ୍ତୁଆକ୍ରାନ୍ତ ହୋଇଥାନ୍ତେ ଉତ୍ତରଦାୟୀ କେଉଁମାନେ ?ସରକାରୀ ପ୍ରାଥମିକ ଶିକ୍ଷା ସଂପର୍କରେ ଏହା କି ବାର୍ତ୍ତା ଦେଉଛି ?ଏ ସବୁର ଉତ୍ତର ଦେବ କିଏ ?ବିଧାନସଭା ଚାଲୁଥିବାରୁ ଏହି ପ୍ରସଂଗ ଏବେ ଅତି ଗୁରୁତ୍ୱପୂର୍ଣ ହୋଇପଡିଛି ।

ପୋଦନା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀକଂ ସ୍ପଷ୍ଟୀକରଣ (ହେଲେ ପିଲାଏ ଦିଆସିଲି ପାଇଲେ କେଉଁଠୁ ?)

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]