
ରାଜ୍ୟରେ ଭୂଷୁଡିପଡିଛି ସୂଚନାଧିକାରଆଇନ ବ୍ୟବସ୍ଥା!ଜାଗିଲେଣି ଜନତା;ହେଜିବେ ସରକାର?
ରାଜ୍ୟରେ ସୂଚନାଧିକାର ଆଇନ ବ୍ୟବସ୍ଥା ଭୂଷୁଡି ପଡିଥିବା ଅଭିଯୋଗ ହେଉଥିଲା,ମାତ୍ର ସୂଚନାଧିକାର କର୍ମୀ ରଂଜନଦାସ ବଳିଚଢିବା ପରେ ଯେମିତି ନୂଆ ଜୀବନ ପାଇଛି ଏହି ଆଇନ।ଏବେ ଯେମିତି ପ୍ରତୀତ ହେଉଛି ଯେ ଜନତା ଜାଗିଲେଣି ଫଳରେ ହେଜିବେ ସରକାର। କୋଟିକୋଟି ଟଂକାର ଦୁର୍ନୀତି ପଦାକୁ ଆସିବାରେ ଲାଗିଲାଣି।ଅର୍ଥନୈତିକ ଅପରାଧ ଶାଖା,ରାଜ୍ୟ ଭିଜିଲାନସ ଓ ପୁଲିସ ବିଭାଗ ମିଳିତ ଭାବେ ଯାହା ପାରି ନ ଥିଲେ ତାହା କେବଳ ଲୋକାୟୁକ୍ତ ଓ ସୂଚନା କମିଶନ ସମ୍ଭବ କରି ଦେଖାଇଛନ୍ତି।ଫଳରେ ଅସାଧୁ କର୍ମଚାରୀ ମାନକଂ ଭିତରେ ଛନକା ପଶିଛି।ବିଭିନ୍ନ ଯୋଜନାକୁ କାଗଜ ପତ୍ରରେ କେବଳ କାର୍ଯ୍ୟ କାରୀ କରାଇ ରାଜକୋଷ ଅର୍ଥକୁ ମିଲି ଭଗତ ରେ ଲୁଟ୍ ଏବେ ଆଉଆଗଭଳି ସେତେଟା ସମ୍ଭବ ହେବା କାଠିକର ପାଠ ହେବ।ତେଣୁ ସୂଚନାକର୍ମୀକଂ ଉପରେ ଆକ୍ରମଣ ହେଉଛି।ଯେତେଦୂର ପର୍ଯ୍ୟନ୍ତଏ କଥା ବ୍ୟାପୁଛି ସେତେ ଅଧିକ ଅଧିକ କର୍ମୀ ଆଗକୁ ବାହାରୁଛନ୍ତି , ଯାହାଏକ ଶୁଭ ସୂଚନା।ସରକାରୀ ସ୍ତରରେ ସୂଚନାଅଧିକାର ଆଇନକୁ ଭୂଷୁଡାଇବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି ରାଜ୍ୟ ସରକାର।ତାହା ଏବେ ଧରା ପଡିଯାଇଛି।ସୂଚନାଧିକାର କର୍ମୀକୁଂ ନିରାପତ୍ତା ଓ ସୁରକ୍ଷା ଦେବେକଣ ଓଲଟା ଏଥିନେଇ ଆକ୍ରମଣ ଓ ହତ୍ୟା ଅଭିଯୋଗର ତଦନ୍ତ ହେଉନାହିଁ।ଆଉ ଗୋଟିଏ ସରକାରକଂ ବିରାଟ ଷଡଯନ୍ତ୍ର ମଧ୍ୟ ଆଜି ସାମ୍ନାକୁ ଆସିଛି।କେନ୍ଦ୍ରାପଡା ଜିଲ୍ଲା ରାମନଗର ଗ୍ରାମର ଅମିତାଭ ଚାନ୍ଦ ଚଣ୍ଡିଆପଲ୍ଲୀ ଓ ଓରତ ଘାଟ ସେତୁ ତଥା ନାବାର୍ଡ ଋଣରେ ଆର.ଆଇ.ଡି.ଏଫ ପ୍ରକଳ୍ପର ଏକ ରାସ୍ତା ନିର୍ମାଣ ତଥ୍ୟ ମାଗିଥିଲେ ତାଂକୁ ଧାର୍ଯ୍ୟ ନିୟମ ଅନୁଯାୟୀ ପ୍ରୁଷ୍ଠା ପ୍ରତି ୨ଟଂକା ହିସାବରେ କେତେପ୍ରୁଷ୍ଠା ହେଉଛି ଜଣାଇଦେବା ବଦଳରେ ୧୯୭୬ ଟଂକା ଦାବୀ କରାଯାଇଛି।ବି.ପି.ଏଲ ହିତାଧିକାରୀ ନିଶୁଳ୍କ ଏହା ପାଇବାକୁ ସରକାରୀ ନିୟମ ଥିବାରୁ ସେ ଏହାର ନକଲ ବି ଦେଇଛନ୍ତି।ଏ ସଂପର୍କିତ ନିଷ୍ପତ୍ତି ଜଣା ପଡିନଥିବା ବେଳେ ତାଂକୁ ସଂପ୍ରୁକ୍ତ ପୂର୍ତ୍ତ ଓ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ବିରେନ ବସୁ ଆବେଦନ ଫେରାଇ ନ ନେଲେ ସୂଚନାକର୍ମୀ ରଂଜନଦାସ ଅବସ୍ଥା ଭୋଗିବାକୁ ପଡିବ ବୋଲି ଧମକ ଦେଇଥିବାର ଲିଖିତ ଅଭିଯୋଗ ଜମ୍ବୁ ମେରାଇନ ଥାନାରେ ହୋଇଛି।ଆମେ ଏ ସଂପର୍କରେ ଥାନା ନିରୀକ୍ଷକ ରାମକୁମାର ମୁର୍ମୁକୁଂ ଯୋଗାଯୋଗ କରିଥିଲୁ ମାତ୍ର ସେ ଆମକୁ ସହଯୋଗ କରି ନ ଥିଲେ।କାହିଁକି ଏକ ଅପରାଧ ଅଭିଯୋଗ ତଦନ୍ତରେ ସେ ସହଯୋଗ ପାଇଁ ଆଗ୍ରହୀ ନ ଥିଲେ ଆଶ୍ଚର୍ଯ୍ୟ ଲାଗିଲେ ବି କାରଣଟା ବୁଝି ହେଲାନି।ପୁଲିସ ତ ଅପରାଧ କରୁନି ତେବେ ଅସହଯୋଗ କାହିଁକି ? ଏହାପରେ ଜଣାପଡିଗଲା ଅସଲ କାରଣଟି ତାହା ହେଲା ପ୍ରଜାକଂ ଧନ ଜୀବନ ସୁରକ୍ଷାର ପ୍ରସଂଗ ପୁଲିସ ପାଇଁ ଯେତିକି ଜରୁରୀ ନୁହେଁ ଜରୁରୀ ହେଉଛି ସରକାରୀ କଳର ମର୍ଜି ଜଗିବା।ମାନେ ସବୁ ଅପରାଧିକଂ ସୁରକ୍ଷାପାଇଁ ସରକାରୀ କଳ ଯେମିତି ଠିକା ନେଇଛି !ଏହାପରେ ଅସଲ ସମସ୍ୟା ହେଲା କି,ଯେହେତୁ ଅମିତାଭ ଚାନ୍ଦକଂ ଅଭିଯୋଗଟି କେନ୍ଦ୍ରାପଡା ପୂର୍ତ୍ତ ଓ ନିର୍ମାଣ ଡିଭିଜନ ସଂପର୍କୀତ ତେଣୁ କେନ୍ଦ୍ରାପଡା ଡିଭିଜନ-୧ ଓ ଡିଭିଜନ-୨ ନିର୍ବାହୀ ଯନ୍ତ୍ରୀକଂ ମତାମତ ଜାଣିବାକୁ ଚାହିଁଲୁ ଲ୍ୟାଣ୍ଡ ଲାଇନ୍ ଓ ମୋବାଇଲ ନମ୍ବର ବାସଭବନ ହୋଇ ପ୍ରାୟ ୮ଟି ନମ୍ବର କୌଣସି ଗୋଟିଏ ବି କାର୍ଯ୍ୟକ୍ଷମ ନ ଥିଲା। ନିୟମାନୁଯାୟୀ ବିଭିନ୍ନ ବିଭାଗର ଅଧିକାରୀମାନକୁଂ ସୂଚନାଧିକାର ଆଇନ -୨୦୦୫ ଆଧାରରେ ସ୍ୱତଃ ପ୍ରବ୍ରୁତ୍ତ କାର୍ଯ୍ୟାଳୟ ସଂପର୍କୀତ ସର୍ବନିମ୍ନ ତଥ୍ୟ ନିଜ ଆଡୁ ନେଟ ରେ ଓ ସର୍ବସାଧାରଣକଂ ଜାଣିବା ଭଳି ଘୋଷଣା/ ପ୍ରକାଶ କରିବା କଥା।ଯଦି ନେଟ୍ ରେ ଛାଡିଥିବା କାର୍ଯ୍ୟାଳୟର ଗୋଟିଏ ବି ନମ୍ବର ସଠିକ ନୁହେଁ ତେବେ ସରକାର ଏହିସବୁ ପଦାଧିକାରୀକୁଂ ଦରକାର ବେଳେ ପାଉଥିବେ କେମିତି ? ? ଏହାର ଅର୍ଥ କଣ ଠିକ୍ ଏଇଆ ଯେ ଦୁଧିଆଳୀ ଗାଈ ଟା ଗୁହାଳକୁ ନ ଆସି ବାହାରେ ଚରିବୁଲି ଖାଇବ ଓ ଦୁ ଧ ବି ସେଇ ଚରିବୁଲି ଯାହା ଯିଏପାଇବ ନବ ? ଇଏ କେମିତିକା ବ୍ୟବସ୍ଥା କିଏ ଏମାନକୁଂ କେମିତି ପ୍ରକାରେ ତାହା ହେଲେ ନିୟନ୍ତ୍ରଣ କରୁଛି ?କେମିତି କରୁଛି ? ତରିକାଟି କଣ?ନିଜେ ନବୀନ ବାବୁ କଣ ଏ କର୍ମଚାରୀ ମାନକୁଂ ଫୋନରେ ଡାକ ପକାଉଥିବେକି?କେତେ ହଜାର କର୍ମଚାରୀକୁଂ ଡାକି ପ୍ରଜାକଂ ସମସ୍ୟା ପଚାରି ବୁଝୁଥିବେ ? ଟେଲିଫୋନ ଡାଇରେକ୍ଟୋରୀ ମୋବାଇଲ ଯୁଗରେ ତ ଅକାମୀ ହୋଇସାରିଲାଣି କାହିଁ କେଉଁକାଳୁ।ଅବଶ୍ୟ ରାଜଭବନ ପକ୍ଷରୁ ବହୁ ବରିଷ୍ଠ ଅଧିକାରୀକଂ ପଦବୀ ଓ ଯୋଗାଯୋଗ ନିମନ୍ତେ ଏକ ଟେଲିଫୋନ ଡାଇରେକ୍ଟୋରୀ ପ୍ରକାଶିତ ହୋଇଥାଏ।ତେବେ ସରକାରକଂ ପକ୍ଷରେ ଉପାୟ ? ନିୟମାନୁଯାୟୀ ଅଧିକାରୀ ବଦଳିଲେ ଫୋନ ନମ୍ବର ବଦଳିବା କଥା ନୁହେଁ କିମ୍ବା ଯଦି ବି ଫୋନ ନମ୍ବର ବଦଳୁଛି ତାହା ପ୍ରକାଶିତ ସ୍ୱତଃପ୍ରବ୍ରୁତ୍ତ ତାଲିକାରେ ସଂଶୋଧିତ ଯେତେ ତୁରନ୍ତ ହେବା ଦରକାର।ଏଥିପାଇଁ ସଚିବାଳୟରେ ବ୍ୟବସ୍ଥା ବି ରହିଛି କର୍ମଚାରୀ ବି ଅଛନ୍ତି ହେଲେଏମାନକୁ କାମରେ ଲଗାଇବା ବା କମାଣ୍ଡିଂ କରିବା ମେରୀଖୁଣ୍ଟ କିଏ ? ମୁଖ୍ୟମନ୍ତ୍ରୀ ତ ନିଜେ ଆଉ ସୁସ୍ଥ ନାହାନ୍ତି।ତଥ୍ୟ ଅପଡେଟ ହେଉ ନ ଥିବାରୁ ଜଣେଜଣେ ଅଧିକାରୀକଂ ବଦଳିକୁ ୮/୧୦ ବର୍ଷ ବିତିଲେ ବି ତାଂକ ନାମ କି ଫୋନ ନମ୍ବର ବଦଳିପାରୁନି।ତେବେଏମିତି ସୂଚନା କେଉଁ କାମରେ ଆସିବ ? କେବଳ କେନ୍ଦ୍ରାପଡା ଘଟଣା ନୁହେଁ ସାରାଓଡିଶାଏମିତି ଏକ ଭୟଂକର ତଥ୍ୟ ସୂଚନା ବିଭ୍ରାଟ ଭିତରେ ଗତି କରୁଛି ତାର ମାନେ ଅଧିକାରୀ ମାନେ ସିକ୍ରେଟ ନମ୍ବର ରଖିଛନ୍ତି ଯାହା ପ୍ରକାଶ କରିଛନ୍ତି ତାହା ସଠିକ ନୁହେଁ। ଯଦି ଏହା ସତ୍ୟ ତେବେ ସେଥିପାଇଁ ଦଣ୍ଡ ବିଧାନ ଦରକାର ନତୁବା ବଦଳି ପରେ ନମ୍ବର ଅପଡେଟ କରୁ ନ ଥିବା ବିଭାଗୀୟ କିରାଣୀ ମୁଖ୍ୟକଂ ପ୍ରତି କାର୍ଯ୍ୟାନୁଷ୍ଠାନ ଲୋଡା। ଏ ବାବଦରେ ସୂଚନା କମିଶନ ଓ ଲୋକାୟୁକ୍ତକଂ ଦ୍ରୁଷ୍ଟିକୁ ଅଣାଗଲେ ହୁଏତ ଟାଇମ ବାଉଣ୍ଡ ପଦକ୍ଷେପ ନିଆଯାଇପାରନ୍ତା।କେବଳ କେନ୍ଦ୍ରାପଡା ନୁହେଁ ନୂଆପଡା ଜିଲ୍ଲାର କେତେକ ସ୍ଥାନରେ ମୁଖ୍ୟମନ୍ତ୍ରୀ ସଡକ ଓ ପ୍ରଧାନମନ୍ତ୍ରୀ ଗ୍ରାମସଡକରେ କୋଟି କୋଟି ଟଂକାର ମହା ଘୋଟାଲା ହୋଇଥିବାର ଅଭିଯୋଗ ପ୍ରମାଣ ଆମ ପ୍ରତିନିଧି ତଥ୍ୟ ଓ ଫଟୋ ପଠାଇଲେ। ଏ ସଂପର୍କରେ ମତାମତ ନେବାକୁ ଗ୍ରାମ୍ୟଉନ୍ନୟନ ବିଭାଗ ଓ ପୂର୍ତ୍ତବିଭାଗ କନିଷ୍ଠ ଠାରୁ ଆରମ୍ଭକରି ନିର୍ବାହୀ ଯନ୍ତ୍ରୀ,ଯନ୍ତ୍ରୀ ମୁଖ୍ୟପର୍ଯ୍ୟନ୍ତ ସରକାରୀ ଭାବେ ପ୍ରକାଶିତ ଫୋନ ନମ୍ବରରୁ ୧୦୦% ଭୁଲପ୍ରମାଣିତ ହେଲା ଫଳରେ ଘୋଟାଲା କାରୀ ଧରାଛୁଆଁ ନ ଦେଇ ମହା ଆରାମରେ ବୁଲୁଛନ୍ତି ତେଣୁ ସେମାନକଂ ପାଇଁ ମୋ ସରକାର ଓ ଫାଇଭ ଟି ବରଦାନ ସଦ୍ରୁଶ ହୋଇଛି । ସୂଚନାଧିକାର ଆଇନରେ ଏହି ତ୍ରୁଟୀ ସଂଶୋଧନ ନିମନ୍ତେ ଓଡିଶା ସୂଚନା ଅଭିଯାନ ପକ୍ଷରୁ ତୁରନ୍ତ ଲୋକାୟୁକ୍ତ ଓ ସୂଚନା କମିଶନକଂ ଦ୍ରୁଷ୍ଟିକୁ ଅଣାଗଲେ ଏକ ବିରାଟ ପଦକ୍ଷେପ ସାବ୍ୟସ୍ତ ହେବ ।