
ରାଜ୍ୟସରକାରକୁଂ ହାଇକୋର୍ଟରୁ ଆଉଏକ ଶକ୍ତଚାପୁଡା!,ଘରଥିଲା ବାଲାକୁଂ ତାଲିକା କରିଥିବା କର୍ମଚାରୀକଂ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ?
ହାଇକୋର୍ଟକଂ ରାୟ ପରେ ରାଜ୍ୟସରକାରକୁଂ ଆଉ ଏକ ଶକ୍ତଚାପୁଡା ମିଳିଛି । ମିଳିଥିବା ସୂଚନାନୁଯାୟୀ କଟକ ଜିଲ୍ଲା କଣ୍ଟାପଡା ବ୍ଲକ , ବଡପାଟସୁନ୍ଦରପୁର ପଂଚାୟତରେ ବହୁ ଲୋକ କୁଂ ଫନି ସହାୟତା ଓ ପ୍ରଧାନମନ୍ତ୍ରୀ ଆବାସ ମିଳିବା ତାଲିକା ପ୍ରଶାସନ ପ୍ରସ୍ତୁତ କରିଥିଲା , ଯେଉଁମାନକଂର କି କୋଠାଘର ମାନ ଆଗରୁ ରହିଛି ।ଅଥଚ ଯେଉଁମାନେ ଘର ପାଇବା ଯୋଗ୍ୟ ସେମାନକଂ ନାମ ତାଲିକାରେ ନାହିଁ ।ଏହା ବିରୁଦ୍ଧରେ ହାଇକୋର୍ଟ ରେ ରିଟ୍ ଆବେଦନ ନଂ ୧୯ ୪୬୪ /୨୦୧୯ ରୁଜୁ ହୋଇଥିଲା । ଗତକାଲି ପ୍ରକାଶିତ ରାୟରେ ହାଇକୋର୍ଟ କହିଛନ୍ତି କି, ପ୍ରକାଶିତ ରାୟର ନକଲ ପାଇବାର ୨ମାସ ମଧ୍ୟରେ ପୁନଃ ତଦନ୍ତ ପୂର୍ବକ ବଂଚିତ ହିତାଧିକାରୀକଂ ନାମ ତାଲିକା ଭୁକ୍ତ କରିବାସହିତ ଯେଉଁ କର୍ମଚାରୀ ମାନେ ଏପରି ଅଯୋଗ୍ୟକଂ ତାଲିକା ପ୍ରସ୍ତୁତ କରିଛନ୍ତି ସେମାନକଂ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଜତୀନ୍ଦ୍ର ବରାଳ,ସୁରେଶ ରାଉତ, ଜୟରାମ ବେହେରା, ଦିଲ୍ଲିପ ରାଉତରାୟ,ସଂଗ୍ରାମକୁମାର ପଟନାୟକ,ନିବାସଚନ୍ଦ୍ର ଭୋଇ,ଗୁଣ ନିଧି ମଲ୍ଲୀକ ପ୍ରମୁଖ ମାମଲା ରୁଜୁ କରିଥିବା ବେଳେ ପ୍ରତିପକ୍ଷ ଭାବେ ସେକ୍ରେଟାରୀ ପଂଚାୟତ ରାଜ, ଡାଇରେକ୍ଟର ସ୍ପେଶାଲ ପ୍ରୋଜେକ୍ଟ,ଆର.ଡି.ସି. ସେଣ୍ଟ୍ରାଲ ଡିଭିଜନ , ଜିଲ୍ଲାପାଳ କଟକ , ପି.ଡି. ଡି. ଆର୍. ଡି.ଏ, ବି.ଡି.ଓ କଣ୍ଟାପଡା ବ୍ଲକ, ପଂଚାୟତ ନିର୍ବାହୀ ଅଧିକାରୀ ବଡପାଟସୁନ୍ଦରପୁର ପଂଚାୟତ ରହିଥିଲେ ।
