
ରାଷ୍ଟ୍ରପତିଙ୍କ ନାମରେ ଜାଲ ଆକାଉଣ୍ଟ,ଆଇଡି ଖୋଲି ପରିଚାଳନା କରୁଥିଲେ ବିଜେଡି ନେତା!!!ବିଜେଡିର ଆଉ ଏକ କଳାକାରନାମା ସୋସିଆଲ ମିଡିଆରେ ଧରାପଡ଼ିଗଲା

ମହାମହିମ ରାଷ୍ଟ୍ରପତିଙ୍କ ନାଁ ରେ ଫେକ୍ ଆଇଡି,ଆକାଉଣ୍ଟ ଖୋଲି ବିଜେଡି ନେତା କରୁଥିଲେ କାରବାର!!: ଓଡିଶା ପୁଲିସ ନୀରବ କାହିଁକି???
କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ଜନସାଧାରଣଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇ ସଦ୍ୟ ଗାଦିଚ୍ୟୁତ ହୋଇ ଥିବା ଶାସକ ବିଜେଡିଦଳ କଳଙ୍କିତ ଓ କଳା ଅଧ୍ୟା ୟର ଆଉ ଏକ କାରନାମା ସୋସିଆଲ ମିଡିଆରେ ଅନାବରଣ ହୋଇଛି!!!ହେଲେ ଓଡ଼ିଶା ପୁଲିସ,ତଥା ସାଇବର କ୍ରାଇମ୍ ଆଗୁଆସୂଚନା ପାଇବା ତ ଦୂରର କଥା ଅପରାଧୀକୁ ହାତରେ ନେଇ ଧରେଇଲେ ବି ଧରିପାରିବାକୁ ଶକ୍ତିସାମର୍ଥ୍ୟ ଜୁଟେଇ ପାରୁନାହିଁ, ପୁଲିସ ଓ ସାଇବରକ୍ରାଇମର ଏହା ଅପାରଗତା କିମ୍ବା ଅସାମର୍ଥ୍ୟ ତାହା ଏବେସୁଦ୍ଧା ରହସ୍ୟଘେରରେ ରହିଛି।ଆମ ଓଡ଼ିଆ ଅସ୍ମିତାର ପ୍ରତୀକ ତଥା ଆଇନ ପାଠ ନିଜେ ପଢିଥିବା ରାଜ୍ୟର ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନମାଝୀ ଏହାର କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଓ ଓଡ଼ିଶା ପୁଲିସ ମୁଖ୍ୟଙ୍କୁ ତ୍ୱରିତ କାର୍ଯ୍ୟା ନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବୀହେଉଛି। ଅଭିଯୁକ୍ତ ଜଣକ ଏପରି ଆକାଉଣ୍ଟ କାହିଁକି ଖୋଲିଥିଲେ?ଏଥିରେ ଏପର୍ଯ୍ୟନ୍ତ କଣକଣ ସବୁ କାର୍ଯ୍ୟ କରିଛନ୍ତି?ଆଉ କେଉଁକେଉଁ ମାନେ ତାଙ୍କ ସହ ଜଡ଼ିତ,ଅଭିଯୁକ୍ତଙ୍କ ଅପରାଧିକ ପୃଷ୍ଟଭୂମି କଣ ସବୁ ରହିଛି?ସେ ସମ୍ପର୍କରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ଫଳାଫଳ ସାର୍ବଜନୀନ କରିବାକୁ ସାଧାରଣ ଲୋକଙ୍କ ଉତ୍କଣ୍ଠା ପ୍ରକାଶ ପାଇଛି।




