breaking News ଅଂଚଳ ଖବର ଜିଲ୍ଲାଖବର ଦୁର୍ଘଟଣା

ରାସ୍ତା ଦୁର୍ଘଟଣା:୧ମୃତ,୨ ଗୁରୁତର

Spread the love

ଆନନ୍ଦପୁର,୧୪/୪(ନି.ପ୍ର) ଦୈତାରୀ ଥାନା ଅନ୍ତର୍ଗତ ବଳି ପର୍ବତ ପାଖରେ ଥିବା ପଞ୍ଚମ ଗ୍ରାମର ୩ ଜଣ ଯୁବକ ଗୋଟିଏ ବାଇକରେ ବସି ଦୈତାରୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ଆଜି ଅପରାହ୍ନରେ ୱେଲକମ୍ ଛକ ନିକଟରେ ଠିଆ ହୋଇଥିବା ଏକ ବୋଲେରୋକୁ ଧକ୍କା ଦେଇଥିଲେ।ଫଳରେ ବାଇକର ୩ ଆରୋହୀ ଗୁରୁତର ଭାବେ ଆହତ ହୋଇଥିଲେ।ଦୈତାରୀ ଥାନା ପୁଲିସ ଖବର ପାଇ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିବାବେଳେ ସେଠାରେ ମହାକୁଡ ଗାଗରାଇ(୨୫)ଙ୍କର ମୃତ୍ୟୁ ଘଟିଛି।ଅନ୍ୟ ଦୁଇଜଣ ରେଙ୍ଗଳା ପିଙ୍ଗୁଆ (୨୨),ସନାତନ ବେହେରା(୨୩)ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରା ଯାଇଛି।ମୃତକଙ୍କ ଶବ ପୁଲିସ ଜବତ କରି ଅଧିକ ତଦନ୍ତ ଚଳାଇଛି।ଦୁଇ ଚକିଆ ଯାନରେ ୩/୪ ଜଣ ବସି ଯାଉଥିବା, ହେଲମେଟ ପିନ୍ଧି ନଥିବା ଓ ନିଶାଗ୍ରସ୍ତ ଭାବେ ଦୃତ ଗତିରେ ଗାଡି ଚଳାଉଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାର କାରଣ ବୋଲି କେତେକ ପ୍ରତ୍ୟେକ୍ଷଦର୍ଷୀ କହିଛନ୍ତି।ହେଲେ ଥାନା ପୁଲିସ ଏ ସବୁ ପ୍ରତି ଅତି କୋହଳ ମନୋଭାବ ପୋଷଣ କରୁଛନ୍ତି।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]