
ରାସ୍ତା ପାର୍ଶ୍ବରେ ଯୁବକଙ୍କ ଶବ, ହତ୍ୟା ସନ୍ଦେହ!

କଟକ ଗ୍ରାମାଞ୍ଚଳ,୨୩/୦୭(ନି.ପ୍ର)କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା ଅଧୀନସ୍ଥ,ଗୋବିନ୍ଦପୁର ଥାନା,ନୂଆ ଗାଁ ଠାରେ ରାସ୍ତା ପାର୍ଶ୍ବରେ ଗତକାଲି ରାତିରୁ ପଡ଼ି ରହି ଥିବା ଜନୈକ ଯୁବକଙ୍କ ଏକ ଶବକୁ ପୁଲିସ ଉଦ୍ଧାର କରିଛି।ମୃତ ଯୁବକ ଜଣକ ନୂଆଗାଁ ଗ୍ରାମର ଦେବେ ନ୍ଦ୍ର ବେହେରା(୪୦),ସେ ବୃତ୍ତିରେ ଜଣେ ରାଜମିସ୍ତ୍ରୀ ବୋଲି ଜଣା ପଡିଛ।ସେ ସବୁଦିନ ପରି ଗତକାଲି ମଧ୍ୟ କାମକୁ ଯାଇଥିଲେ ବିଳମ୍ବିତ ରାତି ସୁଦ୍ଧା ସେ ନ ଫେରିବାରୁ ତାଙ୍କ ଭାଇ ତାଙ୍କୁ ଖୋଜା ଖୋଜି କରିବା ବେଳେ ତାଙ୍କୁ ପାଇ ନ ଥିଲେ ମାତ୍ର ରାସ୍ତା କଡ଼ରେ ତାଙ୍କ ସାଇକେଲରେ କିଛି ପିଜୁଳି ବ୍ୟାଗରେ ଥାଇ ଟଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।ଆଜି ପ୍ରତ୍ୟୁ ଷରେ ଦେବେନ୍ଦ୍ର ଙ୍କ ଶବ ମୁଖ୍ୟ ରାସ୍ତା ପାର୍ଶ୍ବରେ ପଡି ଥିବା ଖବର ପୁଲି ସକୁ ସୂଚନା ମିଳିଥିଲା।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି,ତଦନ୍ତ ନିମନ୍ତେ।ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ସନ୍ଧନୀ କୁକୁର ର ସହାୟତା ନିଆଯାଇଛି,ଘଟଣାକୁ ନେଇ ଅଞ୍ଚଳ ରେ ତୀବ୍ର ଉତ୍ତେଜ ନା ଓ ପ୍ରତିବାଦ ପ୍ରକାଶ ପାଇଛି।ଗୋବିନ୍ଦପୁର ପୁଲିସ ସମେତ ସଦର ଉପଖଣ୍ଡ ପୁଲି ସ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚିଛନ୍ତି।ଦେବେନ୍ଦ୍ର

ଜଣେ ସରଳ ଓ ନିଷ୍କପଟ ଯୁବକ ଥିବାବେଳେ କାହା ସହିତ ଶତ୍ରୁତା ନ ଥିଲା ମାତ୍ର ସମୟେ ସମୟେ ନିଶା ପାଣି ଅଭ୍ୟାସ ଥିବାରୁ ହୁଏତ ସାଙ୍ଗ ସାଥି ମେଳରେ ବଚସାରୁ ଏପରି ଘଟଣା ହୋଇଥାଇ ପାରେ ବୋଲି ସ୍ଥାନୀୟ କିଛି ବ୍ୟକ୍ତି ଆଶଙ୍କା ପ୍ରକାଶ କରିଛନ୍ତି।ତେଣୁ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ଅସଲ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି।ତାଙ୍କର ବିଧବା ପତ୍ନୀ ଓ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି।ଆର୍ଥିକ ସ୍ଵଚ୍ଛଳତା ନ ଥିବାରୁ ସରକାରୀ ସହାୟତା ଦାବି ହୋଇଛି।
