ଅଂଚଳ ଖବର ଜିଲ୍ଲାଖବର

ରାସ୍ତା ହେଲାଣି ଅଗମ୍ୟ:କଟକ ଜିଲ୍ଲା ଗ୍ରାମଉନ୍ନୟନ ବିଭାଗ ଗହନ ନିଦରେ !

Spread the love

ଟାଂଗୀ ସାଲେପୁର୨୪।୮(ନି.ପ୍ର)- କଟକଜିଲ୍ଲା ଗ୍ରାମ ଉନ୍ନୟନ ବିଭାଗ ଅନ୍ତର୍ଗତ,ଟାଂଗୀ ସାଲେପୁର ନିର୍ବାଚନମଣ୍ଡଳୀର ଟାଂଗୀବ୍ଲକ ଜରିପଡା ପଂଚାୟତ ବିରୂପା ବାମ ପାର୍ଶ୍ୱ ବନ୍ଧ ଜରିପଡା ନଦୀମୁହଁ ସଂଖ୍ୟାଲଘୁ ସାହି ଠାରୁ ଗୋକୁଳପୁର ପର୍ଯ୍ୟନ୍ତ ପ୍ରାୟ ୫କି.ମି ନଦୀବନ୍ଧର ରାସ୍ତା ଅବସ୍ଥା ଯାହା କହିଲେ ନ ସରେ।ଅସରାଏ ଝିପିଝିପି ବର୍ଷା ପରେ ରାତି କଥା ଛାଡ,ଦିନରେ ବି ଯାତାୟତ ଅସମ୍ଭବ। ମୋରମ କିଛି ଗଦେଇଦେଇ ସରକାର ନିଜ କର୍ତ୍ତବ୍ୟ ସାରିଛନ୍ତି। ଲୋକକଂ ହୀନସ୍ତା ବୁଝିବାକୁ ଭଗବାନକଂ ଛଡା ଏଠାରେ କିଏ ଥିବାପରି ବୁଝାପଡୁନାହିଁ। ପାଗା -ଗୋବିନ୍ଦପୁର ପର୍ଯ୍ୟନ୍ତ ଉକ୍ତ ନଦୀବନ୍ଧ ରାସ୍ତାର ଭଟିମୁଣ୍ଡାରୁ ଜରିପଡା ପର୍ଯ୍ୟନ୍ତ ଗୋକୁଳପୁର,ଡଗରାସାହି,ତୋଟାସାହି, କଣି, ଅଷ୍ଟପାରୀ, କଇଁଚୁଆ ଆଦି ଅନେକ ଗାଁ ଓ ସାହିର ହଜାର ହଜାର ଲୋକେ ତଥା ଯାନବାହନ ଦୈନନ୍ଦିନ ଏହା ଉପରେ ନିର୍ଭରଶୀଳ।ଏ ଭଳି ଏକ ଗୁରୁତ୍ୱପୂର୍ଣ ଯୋଗାଯୋଗର ମାଧ୍ୟମକୁ ଉନ୍ନୟନରେ ଅବହେଳା କରାଯାଉଥିବାରୁ ସାଧାରଣରେ ବ୍ୟାପକ କ୍ଷୋଭ ପ୍ରକାଶ ପାଇଛି। କଟକ ଜିଲ୍ଲା ଗ୍ରାମଉନ୍ନୟନ ବିଭାଗ ଗହନ ନିଦରେ! କେବେବଦଳିବ ଏସବୁ ଲୋକକଂ ଯୋଗାଯୋଗ ସମସ୍ୟା ?ନିର୍ବାଚିତ ନୂତନ ଲୋକ ପ୍ରତିନିଧି ଜନସେବାର ଏହି ମହାର୍ଘ ସୁଯୋଗକୁ ହାତଛଡା କରିବେ ନାହିଁ ବୋଲି ଆଶାରହିଛି।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]