breaking News ଅପରାଧ ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ଲୁଟି ନେଉଥିଲେ ୨କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ: ହାଇକୋର୍ଟରୁ ମିଳିଲା ଝଟକା!, ରାୟ ନ ମାନିଲେ ରୁଜୁହେବ ଅଦାଲତ ଅବମାନନା ମାମଲା

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା (ନିଜ ପ୍ରତିନିଧି)୨ କୋଟି ୧୫ଲକ୍ଷ ଟଙ୍କାର ପାନୀୟ ଜଳଅମଳ ପ୍ରକଳ୍ପକୁ ତଞ୍ଚକତାପୂର୍ଣ୍ଣ ଉପାୟରେ ମିଳିମିଶି ଲୁଟି ନେଉ ଥିଲେ,ଧରାପଡ଼ି ହାଇକୋର୍ଟରୁ ପାଇଲେ ଝଟକା।ହାଇକୋର୍ଟଙ୍କ ରାୟ ମୁତାବକ ପାନୀୟଜଳ ଓ ପଞ୍ଚାୟତି ରାଜ ବିଭାଗ ଅଧିନସ୍ଥ ବ୍ଲକର ବିଡ଼ିଓଙ୍କୁ ହାଇକୋର୍ଟଙ୍କ ଏହି ରାୟର ସହିମୋହର ପ୍ରମାଣି ତ ନକଲ ଦାଖଲର ୩ମାସ ମଧ୍ୟରେ ଉପଯୁକ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ।

୩ ମାସ ମଧ୍ୟରେ ହାଇକୋର୍ଟଙ୍କ ରାୟ ପାଳନ ନ ହେଲେ ରୂଜୁହେବ ଅଦାଲତ ଅବମାନନା ମାମଲା!!!!!!

କଟକଜିଲ୍ଲା,କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ,ସାଇଲୋ ଝାରପଡ଼ା ଗ୍ରାମପଞ୍ଚାୟତ ଅଧିନସ୍ଥ ଶେଷ ମୁଣ୍ଡରେ ଥିବା ଚଉପଡ଼ା ଗ୍ରାମରେ ପାନୀୟ ଜଳକ୍ଲିଷ୍ଟତା ଲା ଗି ରହୁଥିବା ବିଶେଷତଃ ଖରାଦିନେ ନଳକୂପ ଗୁ ଡ଼ିକର ଜଳସ୍ତର ବହୁନିମ୍ନକୁ ଖସି ଯାଉଥିବାରୁ ଗ୍ରାମବାସୀଙ୍କ ବାରମ୍ବାର ଆବେଦନ ନିବେଦନ ପରେ ସରକାର ଜଳଜୀବନ ମିଶନ ଯୋଜନାରେ ଏକ ଶୁଦ୍ଧପାନୀୟ ଜଳଅମଳ ପ୍ରକଳ୍ପ ସ୍ଥାପନ ନି ମନ୍ତେ ୨କୋଟି ୧୫ଲକ୍ଷ ୯୧ ହଜାର ଟଙ୍କା ମଞ୍ଜୁ ର କରିଥିଲେ।କଟକ ଜିଲ୍ଲା ଜଳପରିମଳ ବିଭାଗ ସୂପରି ଟେଣ୍ଡିଂ ଇଞ୍ଜିନିୟରଙ୍କ ସ୍ବାକ୍ଷରରେ କାର୍ଯ୍ୟା ଳୟ ପକ୍ଷରୁ ବିଡ୍ ଆଇଡେଣ୍ଟିଫିକେସନ ନମ୍ବର RWS SCTC-10/2021-22ତାରିଖ 9.03 .20 22ରେ ଟେଣ୍ଡର ଆହ୍ବାନ ବିଜ୍ଞପ୍ତି ଦୁଇଗୋଟି ଖବର କାଗଜରେ ପ୍ରକାଶ ପାଇଥିଲା ଓ ବିଜ୍ଞପ୍ତିର ନକଲ ବିଭାଗୀୟ ବିଭିନ୍ନ ଦପ୍ତରକୁ ପଠାଯାଇଥି ଲା।ତାଲିକାର କ୍ରମିକ ସଂଖ୍ୟା ୧୫ରେ ଚଉପଡ଼ା ଓ ସୁଦୁସାଇଲୋ ଗ୍ରାମର ନାମଥିଲା।ଟେଣ୍ଡର ପାଇଥିବା ଠିକାଦାର ଚୁକ୍ତିନାମା ବି ସ୍ବାକ୍ଷର କରି ଥିଲେ,କାର୍ଯ୍ୟଟି ୧୨ମାସ ମଧ୍ୟରେ ସାରିବାକୁ ଚୁକ୍ତିରେ ଉଲ୍ଲେଖ ଥିଲା ବେଳେ ସୁଦୁସାଇଲୋ କାମ ପ୍ରାୟ ଅଧାଅଧି ସରି ଆସିଲାଣି,ଅଥଚ ଚଉ ପଡ଼ା ଠାରେ କାମ ଆଦୌ ଆରମ୍ଭ ବି ହେବାକୁ ନାହିଁ ।ଚୁକ୍ତିନାମାର ସର୍ତ୍ତ ଭାଙ୍ଗି ସମ୍ପୁକ୍ତ ଠିକାଦାର ଅନ୍ୟ ଏକ ଗ୍ରାମ କମାରସାହିର ପ୍ରାଥମିକ ବିଦ୍ୟା ଳୟ ପରିସରକୁ ଏହାକୁ ସ୍ଥାନାନ୍ତର କରି ସେଠା ରେ ଏହି ନିର୍ମାଣ କାର୍ଯ୍ୟ ଚଳାଉଥିବା କୌଣସି ସୂତ୍ରରୁ ଚଉପଡ଼ା ଗ୍ରାମବାସି ଜାଣିବାକୁ ପାଇଲେ।ସେମାନେ ଏହା ବିରୁଦ୍ଧରେ ସରକାରୀ କର୍ତ୍ତୃପକ୍ଷ ମାନଙ୍କୁ ଲିଖିତ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗ୍ରାମବାସୀ ମାନ୍ୟବର ଓଡ଼ି ଶା ହାଇକୋର୍ଟଙ୍କ ନିକଟରେ ବିଚାର ପ୍ରାର୍ଥୀ ହୋ ଇଥିଲେ।WP(C)ନମ୍ବର 9146/2023ରେ ଏହା ପଞ୍ଜୀକୃତ ହୋଇଥିଲା।13.04.2023 ରେ ମାନ୍ୟବର ନ୍ୟାୟମୂର୍ତ୍ତି ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ନ୍ୟାୟମୁର୍ତ୍ତି ଶ୍ରୀଯୁକ୍ତ ଏମ ଏସ ରମନ୍ ଙ୍କ ବେଞ୍ଚରେ ଏହାର ବିଚାର ହୋଇଥିଲା।ବିଚାର ରେ ଦାଖଲ କାଗଜ ପତ୍ର ଦେଖିବା ପରେ ୮ନମ୍ବ ର ପ୍ରତିବାଦୀ କଣ୍ଟାପଡ଼ା ବ୍ଲକ ବିଡ଼ିଓଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଉକ୍ତ ରାୟର ସହିମୋହର ନକଲ ଆବେଦନକାରି ଦାଖଲ କରିବାର ୩ମାସ ଧାର୍ଯ୍ୟ ସମୟ ମଧ୍ୟରେ ଉପଯୁକ୍ତ ଆଇନଗତ ନିର୍ଦ୍ଦେଶ ଦେବେ।ତେବେ ଆବେଦନକାରୀ ସୂଚନା ଦେଇଛନ୍ତି ଯେ”ଯଦି ସଠିକ୍ ୩ ମାସ ମଧ୍ୟରେ ମାନ୍ୟବର ଉଚ୍ଚ ନ୍ୟାୟା ଳୟଙ୍କ ଆଦେଶ କାର୍ଯ୍ୟକାରୀ ନ ହୁଏ ତେବେ ଅଦାଲତ ଅବମାନନା ମାମଲା ରୁଜୁ କରିବି “।ତେଣୁ ଏବେ ସମୟକୁ ଅପେକ୍ଷା ଯେ ବ୍ଲକ ପ୍ରଶା ସନ ନ୍ୟାୟାଳୟଙ୍କ ଆଦେଶ କିପରି ପାଳୁଛି,ଅଥ ବା ଭାଙ୍ଗୁଛି।ଘଟଣାକୁ ନେଇ ଅଞ୍ଚଳରେ ଏବେ ବି ଭିନ୍ନ ମହଲରେ କୌତୁହଳ ମୂଳକ ଚର୍ଚ୍ଚା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]