breaking News ଜିଲ୍ଲାଖବର ଦୁର୍ନିତି

ଶହଶହ ଚାଷୀଙ୍କ ଲଘୁଚାପ ଜନିତ ଫସଲ କ୍ଷୟକ୍ଷତି ଟଙ୍କା ଫେରିଯିବାକୁ ବସିଛି!ବ୍ଲକ କୃଷିବିଭାଗ ଖେଳ ଖେଳୁଛି

Spread the love

ରାଜ୍ୟ ବିଧାନ ସଭାରେ ବିଜେଡି ଦଳର ସଂଖ୍ୟା ଗରିଷ୍ଠତା, ଲଗାତର ୨୨ ବର୍ଷ ବିଜେଡି ଶାସନରେ ଚାଟୁକାର ମାନେ ନବୀନ ଙ୍କ ପ୍ରଶଂସାରେ ଶତମୁଖ।ହେଲେ ଚାଷୀର ଅସଲ ସମସ୍ୟା ବୁଝି ବାକୁ କେହି ନାହିଁ।ସାର,କୀଟ ନାଶକ ଦର ସବୁ ଆକାଶ ଛୁଆଁ।ଏ ସବୁ ପରେ ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ଫସଲ ଅମଳ ପରେ ଅଭାବୀ ବିକ୍ରି,ମଣ୍ଡି ଦୁର୍ନୀତି ଚାଷୀର ମେରୁଦଣ୍ଡ ଯେ ଭାଙ୍ଗି ଦେଉ ଛି ତା ନୁହେଁ,ଚାଷୀ କେବଳ ମରି ମରି ଯାହାବଞ୍ଚିଛି।ଗତ ଅଦିନି ଆ ଦୁଇଦୁଇ ଥରର ଲଘୁଚାପ,ବର୍ଷା ଚାଷୀର ଫସଲକୁ ନାହିଁ ନ ଥିବା କ୍ଷୟକ୍ଷତି ପହଞ୍ଚାଇ ଥିଲା।ସେଥିରେ କଟକ ଜିଲ୍ଲାର କଣ୍ଟାପ ଡ଼ା ବ୍ଲକ ତାଲିକାରୁ ବାଦ୍ ପଡିଥିଲା ବୋଲି ସେଇ ଶାସକ ଦଳିଆ କେଇ ଜଣ ମୁଣ୍ଡି ତହସିଲ ଆଗରେ ହାଲାଗୁଲ୍ଲା କରି ଫେରିଥି ଲେ।ସେ ଫଟୋ ବି ଏ ଯାଏ ଆମ ପାଖରେ ମହଜୁଦ ଅଛି।ଅବ ଶ୍ୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଏ ସବୁ ଡ୍ରାମା ଥିଲା ବୋଲି ଲୋକେ ଧରି ନେଇଥିଲେ।ଏବେ ତାହା ହିଁ ସତ ପ୍ରମାଣିତ ହୋଇଛି।ରାତି ପାହିଲେ ମାର୍ଚ୍ଚ ମାସ ସରିବାକୁ ଯାଉଛି।ସରକାର ପଠେଇ ଥିବା ଟଙ୍କା ଚାଷୀଙ୍କ ପାଖରେ ପହଞ୍ଚି ବା ତ ଦୂରର କଥା ଏ ଯାଏ ବ୍ଲକ କୃଷି ଅଧିକାରୀ କଣ୍ଟାପଡ଼ା ତହ ସିଲ ଦାରଙ୍କ ଦୁଇ ଦୁଇ ଥର ତାଗଦା ଚିଠିକୁ ଫୁ କରି ଦେଇଥିବା ଅଭିଯୋଗ ହେଉଛି।ତେଣେ ଜିଲ୍ଲା କାର୍ଯ୍ୟାଳୟରୁ ଅବ୍ୟବହୃତ ଟଙ୍କା ଫେରସ୍ତ ଦେବାକୁ ନିର୍ଦ୍ଦେଶ ଆସିଲାଣି।ଅଥଚ କୃଷି ଅଧିକା ରୀଙ୍କ ଦଲାଲ ମାନେ ବହୁ ଚାଷୀଙ୍କ ପାଖରୁ ବିପୁଳ ବଟି ଆଦାୟ କରି ନେଇ ଭାଗ ବଣ୍ଟୁରା ତୁଟୁ ନ ଥିବାରୁ କାଗଜ ପତ୍ର ଜେରକ୍ସ ଖର୍ଚ୍ଚ କିଏ ଦେବ?ସେଥିନେଇ ଚାଷୀ ମାରଣ ଯଜ୍ଞ କୃଷି ବିଭାଗ ଆରମ୍ଭ କରିଛି।ଅଭିଯୋଗ ସମ୍ପର୍କରେ ବ୍ଲକ କୃଷିଅଧିକାରୀ ଜେନା ମଣି ବିଭୂତି ଭୂଷଣ ରାୟଙ୍କ ମତାମତ ଜାଣିବାକୁ ଯୋଗାଯୋଗ କରାଯାଇ ଥିଲା,ମାତ୍ର ସେ ଫୋନ ଉଠାଇ ନ ଥିଲେ କିମ୍ବା ତାଙ୍କ ଆଡୁ ଯୋଗାଯୋଗ ବି କରି ନ ଥିଲେ।ଆଗକୁ ଦେଖିବାକୁ ବାକି ରହିଲା ଚାଷୀଙ୍କ ପାଇଁ ବିଜେଡି/ବିଜେପି/କଂଗ୍ରେସ କାହା ଆଖିରୁ ଲୁହ ଝରୁଛି??ଆଉ କିଏ କୁମ୍ଭୀର କାନ୍ଦଣା କାନ୍ଦୁଛି??

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]