ଶହ ଶହ ପରିବାର ଜଳବନ୍ଦୀ,ପିଲାଛୁଆ ଜ୍ୱର ସର୍ଦ୍ଦିରେ..ପ୍ରଶାସନର ପଦକ୍ଷେପ ନାହିଁ !
କଟକ ଜିଲ୍ଲା କଣ୍ଟାପଡା ବ୍ଲକ ବ୍ରାହ୍ମଣସାଇଲୋ ପଂଚାୟତ ର ଖେରସ ଗ୍ରାମ , ଦେବୀର ଶାଖା କନ୍ଦଳ ଓ କାକଟପୁର ବ୍ରାଂଚ କେନାଲର କନ୍ଦିଆ ଅଂଚଳରେ ରହୁଥିବା ପ୍ରାୟ ୨୦୦ ପରିବାର ଏବେ ଘୋର ଦୁର୍ଦଶାରେ । ଲଘୁଚାପ ଲଗାଣ ବର୍ଷା ସାଂଗକୁ , ଜଳ ନିଷ୍କାସନରେ ଡ୍ରେନେଜ ସୁବିଧା ନ ଥିବା କାରଣରୁ ସେମାନେଏବେ ଜଳବନ୍ଦୀ । ନା ଅଛି ପ୍ରଶାସନର ସହାୟତା ନା ଆଶ୍ୱାସନା ? ଏଭଳି ସମୟରେ ବ୍ଲକର ବି.ଡି.ଓ ବି ରହୁନାହାନ୍ତି ବ୍ଲକ ଆବାସିକ କାର୍ଯ୍ୟାଳୟରେ ! ଜ୍ୱର ସର୍ଦ୍ଦି ଆକ୍ରାନ୍ତ ଆବାଳ ବ୍ରୁଦ୍ଧ ବନିତା , ସ୍ୱାସ୍ଥ୍ୟ ସେବା ବି ଅପହଂଚ ଏମାନକଂ ପାଖରେ । ଖବରପାଇ “ସତ୍ୟାନୁସଂଧାନ” ନିଉଜ ଟିମ ପହଂଚିଥିଲା ସେଠାରେ ।ଆସନ୍ତୁ ଜାଣିବା ସେଇମାନକଂ ମୁହଁରୁ ଆଉ ଦେଖିବା ସେଠିକାର ବାସ୍ତବ ଚିତ୍ର କଣ ………..