
ଶିକ୍ଷାଧିକାରୀଙ୍କ ଖାମଖିଆଲି ନୀତିରୁ ଜାତୀୟ ମେଧା ବୃତ୍ତି ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ବହୁ ଛାତ୍ରଛାତ୍ରୀ!ମୁଖ୍ୟମନ୍ତ୍ରୀ ନ ଶୁଣିଲେ ଅପରାଜିତାଙ୍କୁ ଭେଟିବେ ଅଭିବାବକ!
କଟକ ଗ୍ରାମାଞ୍ଚଳ ପ୍ରତିନିଧି,୧୨/୦୪(ଭଗବାନ ଭୋଇଙ୍କ ରିପୋର୍ଟ)ଏ ହେଉଛନ୍ତି ସେହି ଶିକ୍ଷାଧି କାରୀ ଯେ ଅନ୍ୟ ମାନଙ୍କ ପାଇଁ ନିୟମ କାନୁନର ପଞ୍ଜା ପ୍ରସାରଣ କରନ୍ତି,ଅଥଚ ନିଜ ସ୍ବାର୍ଥ ଲାଗି ଛାତ୍ର ଛାତ୍ରୀଙ୍କ ଜୀବନକୁ ମାଟି କରନ୍ତି।ଏହି ମହା ଶୟଙ୍କ ବିରୁଦ୍ଧରେ ଯାବତୀୟ ଅନିୟମିତତାର ଅଭିଯୋଗ ପ୍ରମାଣ,ଦସ୍ତାବିଜ ମହଜୁଦ ରହିଛି। ସରକାରୀ ନୀତି ନିୟମକୁ ବଳି ଦେଇ ଏହି ମହା ଶୟ ଜଣେ ସରକାରୀ ଅଧିକାରୀ ଭାବେ ତିଷ୍ଠି ରହିଛନ୍ତି କିପରି?ଏହାଙ୍କ ଭୂମିକା ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ବିଶେଷତଃ ମାନ୍ୟବର ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପରକୁ ଅଙ୍ଗୁଳି ଉଠି ଛି।ପ୍ରାପ୍ତ ସୂଚନା ଅନୁଯାୟୀ,ଜାତୀୟ ମେଧା ବୃତ୍ତି ପରୀକ୍ଷା ଲାଗି ସରକାର ମେଧାବୀ ଛାତ୍ର ଛାତ୍ରୀ ଚୟନ ନିମନ୍ତେ ବିଜ୍ଞପ୍ତି ଜାରି କରିଥିଲେ। ଏଥି ପାଇଁ ଯଥେଷ୍ଟ ଆଗୁଆ ସୂଚନା ପ୍ରତି ରାଜ୍ୟର ଶିକ୍ଷା ବିଭାଗ ଜରିଆରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ଜଣାଇ ଦିଆଯାଇଥିଲା।ଜିଲ୍ଲା ଶିକ୍ଷାଧିକାରୀ ମାନେ ରାଜ୍ୟର ସମସ୍ତ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ ବି କରି ଥିଲେ।ବ୍ଲକ ଶିକ୍ଷାଧିକାରୀ ନିଜ କ୍ଷେତ୍ର ପରିସର ରେ ଥିବା ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳଗୁଡ଼ିକ ରେ ଥିବା ମୁଖ୍ୟଙ୍କୁ ଜଣାଇ ଥିଲେ।ତଦନୁଯାୟୀ ଆଗ୍ରହୀ ମେଧାବୀ ଛାତ୍ର ଛାତ୍ରୀ ମାନେ ଓ ସେମା ନଙ୍କ ଅଭଭାବକଙ୍କଠାରୁ ସହମତି ଓ ଆବେଦନ ପତ୍ର ସଂଗ୍ରହ କରାଯାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ ହୋଇଥିଲା। ମାତ୍ର ଧା ର୍ଯ୍ୟ ସମୟ ଅତିକ୍ରାନ୍ତ ପରେ ମଧ୍ୟ ପରୀକ୍ଷାର୍ଥୀ ମାନଙ୍କ ଆଡମିଟ କାର୍ଡ ପହଞ୍ଚିଲା ନାହିଁ।କାରଣ ଅନୁସନ୍ଧାନରୁ ଜଣା ପଡିଲା ଯେ ଆବେଦନ ପତ୍ର ଗୁଡ଼ିକ ଯେଉଁ ପଦ୍ଧତିରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଯିବାର ବିଧି ଥିଲା ଓ ସେଠା ରୁ ଚିଠି ନମ୍ବର ହୋଇ ଏସ ଆଇ ଇ ଟି କୁ ଯିବା କଥା ତାହା ନ ହୋଇ ସିଧାସଳଖ ଏସ ଆଇ ଇ ଟିକୁ ପଠାଯାଇ ଥିବାରୁ ତାହା ନାକଚ ହୋଇ ଯା ଇଛି।ଘଟଣାକୁ ଛାତ୍ର ଛାତ୍ରୀ,ଅବିବାବକ ଠାରୁ ଓ ନିଜ ତୃଟିକୁ ଲୁଚାଇ ରଖି ଚାଲିଲା ଅପଚେଷ୍ଟା । ସୂଚନା ଅନୁଯାୟୀ,ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ସମୀ ର ରଞ୍ଜନ ଦାଶଙ୍କୁ ଏହା ଉପରେ ଚାପ ପକାଇ ବାକୁ ପଡ଼ିଲା! ହେଲେ ତାହା କୁଆଡେ ନିଷ୍ଫଳ ସାବ୍ୟସ୍ତ ହେଲା।କାରଣ ଶ୍ରୀ ଦାଶ ଏସ ଆଇ ଇ ଟି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ହେଁ ସାରା ଦେଶ ପାଇଁ ଧାର୍ଯ୍ୟ ଡେଟଲାଇନ୍ ଅତିକ୍ରାନ୍ତ ହୋ ଇ ସାରିଥିବା ଦର୍ଶାଇ କର୍ତ୍ତୃପକ୍ଷ ନିଜ ଅସହାୟ ତା ପ୍ରକାଶ କଲେ।ଫଳରେ କଟକ ଜିଲ୍ଲା କଣ୍ଟା ପଡ଼ା ବ୍ଲକ ଅନ୍ତର୍ଗତ ମେଧାବୀ ଛାତ୍ର ଛାତ୍ରୀ ମାନେ ଏତେବଡ଼ ସୁଯୋଗରୁ ବଞ୍ଚିତ ହେଲେ।ପରୀକ୍ଷା ଗତ ମାସ ୬ ତାରିଖରୁ ଅତିକ୍ରାନ୍ତ ହୋଇ ସାରିଛି।ହେଲେ ଏଠାରେ ଏକ ବିରାଟ ପ୍ରଶ୍ନବାଚୀ ମୁଣ୍ଡ ଟେକିଛି ଯେ ମାନ୍ୟବର ଗଣ ଶିକ୍ଷାମନ୍ତ୍ରୀ ଯେଉଁ ବ୍ଲକ ଶିକ୍ଷାଧିକାରୀଙ୍କ ଭୁଲକାର୍ଯ୍ୟ ଯୋଗୁଁ ମୁଣ୍ଡ ନୁ ଆଁଇ ଅପ୍ରସ୍ତୁତ ହେଲେ, ଅଥଚ ଏହି ଶିକ୍ଷାଧିକା ରୀଙ୍କୁ ଦଣ୍ଡିତ କଲେ ନାହିଁ।କାହିଁକି କଣ ପାଇଁ ତାଙ୍କର ଏ ଦୁର୍ବଳତା???

ମାନ୍ୟବର ଶିକ୍ଷାମନ୍ତ୍ରୀ ହୁଏତ କେତେ ଦିନ ଆଉ ଶିକ୍ଷାମନ୍ତ୍ରୀ ଭାବେ ରହିବେ ତାହା ହୁଏତ ମାନ୍ୟବର ମୁଖ୍ୟମନ୍ତ୍ରୀ ଜାଣି ଥିବେ,କିନ୍ତୁ ପ୍ରଶ୍ନ ଉଠୁଛି କି ସାଧାରଣ ଛାତ୍ର ଛାତ୍ରୀ,ଅଭି ଭାବକଙ୍କ ସ୍ବାର୍ଥକୁ ଉପେକ୍ଷା କରି ମନ୍ତ୍ରୀ ଜଣେ ସାଧାରଣ ବ୍ଲକ ଶିକ୍ଷାଧିକାରୀଙ୍କ ଭୁଲ ପ୍ରତି କାର୍ଯ୍ୟ।ନୁଷ୍ଠାନ ନ ନେଇ ଘଣ୍ଟ ଘୋଡାଇଲେ କାହିଁକି???ମନ୍ତ୍ରୀ ଜଣେ ବ୍ଲକ ଶିକ୍ଷାଧି କାରୀଙ୍କର ନା ସର୍ବ ସାଧାରଣ ଛାତ୍ର ଛାତ୍ରୀଙ୍କର??
ଆମ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ବ୍ଲକ ଶିକ୍ଷାଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ଯେଉଁ ସବୁ ଗୁରୁତର ଅଭିଯୋଗ ରହିଛି:-
୧) ଛାତ୍ର ଛାତ୍ରୀ ଅଭାବରୁ ବହୁ ସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ହୋଇ ଯାଇଛି ଓ ଯାଉଛି,ଅଥଚ ଶିକ୍ଷକ ସମୀକରଣ ଧାର୍ଯ୍ୟ ନିୟମାବଳି ଭାଙ୍ଗି ଏହି ଶିକ୍ଷାଧିକାରୀ ଜଣଙ୍କ ବହୁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅବସ୍ଥାପିତ କରିଛନ୍ତି ଓ ଏଥିପାଇଁ ବ୍ୟାପକ ଉତ୍କୋଚ କାରବାର ହୋଇଛି।
୨)ଭିତ୍ତିଭୂମି ନ ଥିବା ବହୁ ବେସରକାରୀ ଶିକ୍ଷାନୁଷ୍ଠାନର ସବୁକିଛି ଥିବାର ମିଥ୍ୟା ରିପୋର୍ଟ ସରକାରଙ୍କୁ ଦେଇ ଲକ୍ଷାଧିକ ଟଙ୍କା ଆଦାୟ ହୋଇଛି।
୩) ଏହି ବ୍ଲକରେ ବହୁ ଜାଲ ଭିନ୍ନକ୍ଷମ ଭିନ୍ନକ୍ଷମ କୋଟାର ଶିକ୍ଷକତା କରୁଛନ୍ତି ଓ ସରକାରଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଛନ୍ତି,ଘଟଣାକୁ ଚପାଇ ରଖି, ବିନା ଇନ୍ଵିକୁଆରିରେ, ରିପୋର୍ଟରେ ସରକାରଙ୍କୁ ଭୁଲ୍ ତଥ୍ୟ ଦେବା ଦଣ୍ଡନୀୟ କି ନୁହେଁ ??
୪) ସୁପ୍ରିମ କୋର୍ଟ ଙ୍କ ରାୟ ଏଡାଇବାକୁ ସତ୍ୟପାଠ ରଖି ଶିକ୍ଷକଙ୍କୁ ଦରମା ଦେବା, ଅଦାଲତ ଅବମାନନା ନୁହେଁ କି?
ମାନ୍ୟବର ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଶିକ୍ଷାଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସଂପର୍କରେ ଥିବା ଉପରୋକ୍ତ ଅଭିଯୋଗ ମାନ ଜାଣିନାହାନ୍ତି,ନା ଜାଣିଶୁଣି ରହସ୍ୟ ଜନକ ଭାବେ ଘଣ୍ଟ ଘୋଡାଉଛନ୍ତି,ତାହା ରାଜ୍ୟବାସୀ ଅବଗତ ହେବା ଦରକାର।