ଦେଶ-ପରଦେଶଖବର

ଶିରିଡିସାଇ:ଜନ୍ମସ୍ଥାନ ବିବାଦରେ ଫସିଲେ ଉଦ୍ଧବଠାକରେ..!

Spread the love

ଶିରିଡିସାଇକଂ ଜନ୍ମସ୍ଥାନକୁ ନେଇ ଫସିଯାଇଛନ୍ତି ଶିବସେନା ମୁଖ୍ୟ ତଥା ତ୍ରିଦଳୀୟ ମେଣ୍ଟର ସମର୍ଥନରେ ସରକାର ଗଢିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ !

ତେବେ ଆସନ୍ତୁ ଜାଣିବା ଘଟଣାର ସବିଶେଷ ବିବରଣୀ।ସାରା ଦେଶ ଓ ବିଦେଶରେ ବି ବହୁଳ ଚର୍ଚ୍ଚିତ ମହାରାଷ୍ଟ୍ରର ଶିରିଡି ସ୍ଥିତ ସାଇକଂ କ୍ଷେତ୍ର। ନିକଟରେ ସାଇକଂ ଜନ୍ମସ୍ଥାନ ଶିରିଡିଠାରୁ ପ୍ରାୟ ୨୭୫ କି.ମି ଦୂର ମରାଠାୱାଡାର ପରଭଣି ଜିଲ୍ଲାନ୍ତର୍ଗତ ପାଥରୀ ଗାଁ କୁ ସାଇକଂ ଜନ୍ମସ୍ଥାନ ଦର୍ଶାଇ ଏହାର ଉନ୍ନୟନ ନିମନ୍ତେ ମହାରାଷ୍ଟ୍ର ସରକାର ୧୦୦ କୋଟି ଟଂକା ଖର୍ଚ୍ଚ କରିବାକୁ ଘୋଷଣା କରିବାର ପରେ ପରେ ଏହି ବିବାଦ ଶିଖର ଛୁଇଁଛି।ଫଳରେ ସାରା ମହାରାଷ୍ଟ୍ର ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେକଂ ବିରୁଦ୍ଧରେ ଅସନ୍ତୋଷ,ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି।ତେବେ କାରଣଟା କଣ ?ଯାହା କି ଲୋକମାନକୁଂ ଏତେ ଉତକ୍ଷିପ୍ତ କରିଦେଲା ? କଣ ଉଦ୍ଧବ ଭୁଲତଥ୍ୟ କିମ୍ବା ବିବାଦୀୟ ବୟାନ ରଖିଲେ କି ,ଯାହା ଏତେ କ୍ଷୁବ୍ଧ କରିଦେଲା ?ନା ତା’ବି ନୁହେଁ,କାରଣ ଏହାପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୮ ମସିହାରେ,ସାଇ ସମାଧି ଶତାବ୍ଦୀ ସମାରୋହ ଉଦଘାଟନ କରିବାକୁ ପହଂଚି କହିଥିଲେ କି ଯେ’ପାଥରୀ ସାଇବାବାକଂ ଜନ୍ମସ୍ଥାନ ଅଟେ,ମୁଁ ପାଥରୀର ବିକାଶ ନିମନ୍ତେ କାର୍ଯ୍ୟ କରୁଛି ‘ତେବେ ଏହା ସେତେବେଳେ କିମ୍ବା ଏପଯ୍ୟନ୍ତ ବି କୌଣସି ପ୍ରତିକ୍ରିୟା କରିନାହିଁ ?ଏହା ଜାଣିବା ଆଗରୁ ଆମେ ଆଉ ଟିକେ ପଛକୁ ଯିବା।କଥାହେଉଛି ସାଇ ଯଦିଓ ତାଂକ ଧର୍ମ,ଜନ୍ମ ସ୍ଥାନ,ଆଦି ସଂପର୍କରେ କେଉଁଠି ହେଲେ କିଛି ବି ପ୍ରକାଶ କରି ନାହାନ୍ତି ତଥାପି ତାଂକ ଜନ୍ମସ୍ଥାନ ପାଥରୀ ଓ ସାଧନା / କର୍ମ ଓ ସମାଧିସ୍ଥଳ ଶିରିଡି ଏଥିରେ କୌଣସି ବିବାଦ କିମ୍ବା ସନ୍ଦେହ ନାହିଁ,ନଚେତ ଦେଶର ପ୍ରଥମ ନାଗରିକ,ରାଷ୍ଟ୍ରପତିକଂ ବକ୍ତବ୍ୟରେ କୌଣସି ପ୍ରତିକ୍ରିୟା ବା ଆପତ୍ତି ଅଭିଯୋଗ ପ୍ରକାଶ ପାଇଲା ନାହିଁ କାହିଁକି ?ପୁନଶ୍ଚ ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ।ରକ୍ତମାଂସ ଦେହଧାରୀ ମଣିଷର ଜନ୍ମ ଥିଲେ ମ୍ରୁତ୍ୟୁ ଅଛି।ଯଦି ସାଇକଂର ମ୍ରୁତ୍ୟୁ ବା ସମାଧିସ୍ଥ ହେବା ସତ୍ୟ ତେବେ ଜନ୍ମ କିପରି ବା ନ ଥିବ ?ଏହା ବାଦ ଜନ୍ମ ସ୍ଥାନ ନେଇ ଯଦି କୌଣସି ଭିନ୍ନ ମତ ଥା’ନ୍ତା ତା ହେଲେ ହୁଏତ ବିବାଦୀୟ ସ୍ଥଳ ବୋଲି ଗୋଷ୍ଠି ବିବାଦ ଠିଆ ହୋଇଥାନ୍ତା !କିନ୍ତୁ ସେପରି କିଛି ନ ଥାଇ ବିବାଦର କାରଣ କଣ ?ସାଇକଂ ଜନ୍ମ ସ୍ଥଳର ବିକାଶ ଯଥା ପିଠର ବିକାଶ ମାନେ ରାସ୍ତାଘାଟ,ପାନୀୟ ଜଳ,ଶିକ୍ଷା, ସ୍ୱାସ୍ଥ୍ୟ ଆଦିର ବିକାଶ ହେଲେ ସାଇ ଆସି ଏବୁରୁ କେଉଁ ଉପକ୍ରୁତ ହେବେ କି ?ତଥାପି ବିବାଦର ଅସଲ କାରଣ କଣ ?

ବିବାଦର କୌତୁହଳକୁ ଛୁଇଁବା ଆଗରୁ ଏହି ସୁଫି, ସନ୍ଥକଂ ସଂପର୍କରେ ସମ୍ୟକ ସୂଚନା ନିହାତି ଜାଣିବା ଆବଶ୍ୟକ ଅଟେ।ଏହି ସନ୍ଥକଂ ସଂପର୍କରେ ଯାହା ତଥ୍ୟ ସୂଚନା ରହିଛି ତଦନୁଯାୟୀ ତାଂକର ଜନ୍ମ ୨୮ ସେପ୍ଟେମ୍ବର୧୮୩୮ ଅଟେ,ସେ ମାତ୍ର ୧୬ ବର୍ଷ ବୟସରେ୧୮୫୪ ମସିହା ପ୍ରାରମ୍ଭରେ ପ୍ରଥମ ଥର ଶିରିଡି ଆସିଥିଲେ, ଶିରିଡି ତାଂକ କର୍ମଭୂମି ଓ ସାଧନା ସ୍ଥଳୀରେ ପରିଣତ ହୋଇଥିଲା ତଥା ୧୫ ଅକ୍ଟୋବର ୧୯୧୮ରେ ସେଠାରେ ହିଁ ଦେହାନ୍ତ ଓ ସମାଧି ହୋଇଥିଲା।କେତେକ ତାଂକୁ ମୁସଲମାନ ସଂପ୍ରଦାୟର କହୁଥିବା ବେଳେ ସାଇ ନିଜେ କେଉଁଠି ହେଲେ ନିଜ ଗାଁ,ଜାତି,ଧର୍ମର ପରିଚୟ ଦେଇନାହାନ୍ତି।ସେ ମୁସଲମାନ ଫକୀର ଭାବେ ମୁଣ୍ଡରେଏକ ଟୋପି ପରିଧାନ କରୁଥିଲେ ଓ ଭିକ୍ଷା ମାଗି ଜୀବିକା ନିର୍ବାହ କରୁଥିଲେ,ଅତ୍ୟନ୍ତ ସରଳସ୍ୱଭାବର,ହିନ୍ଦୁ ମୁସଲମାନ ଉଭୟଂକର ପ୍ରିୟ ଥିଲେ। ଧର୍ମ ସଂପ୍ରଦାୟ ବିଭେଦ ନୁହେଁ ବରଂ ସେବା ତାଂକ ଜୀବନର ମୂଳମନ୍ତ୍ର ଥିଲା।ଲୋକମାନକଂ ସେବାରେ ତାଂକ ଅଲୌକିକତା ଲୋକମୁଖରେ ବହୁଳ ପ୍ରଚାରିତ ଓ ପ୍ରସାରିତ ହୋଇଥିଲା।ସାଇ ଭଗବାନ କି ନୁହନ୍ତି?ଏହାକଂର ପୂଜା କରାଯିବ କି ନା?ସେଥିନେଇ ଦ୍ୱାରକାଧୀଶ ଶଂକରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦକଂ ବୟାନପରେ ବିବାଦ ସ୍ରୁଷ୍ଟି ହୋଇଥିଲା।ମୁମ୍ବାଇର ସାଇଧାମ ଚାରୀଟେବଲ ଟ୍ରଷ୍ଟର ରମେଶ ଯୋଗୀ ସୂଚନାଧିକାର ଆଇନ ଆଧାରରେ ମହାରାଷ୍ଟ୍ର ସରକାରକଂ ବିଧି-ନ୍ୟାୟ ବିଭାଗକୁ ତଥ୍ୟ ମାଗିଥିଲେ ମାତ୍ର ଜବାବରେ ତଥ୍ୟ ମିଳିଲା କି ସରକାରକଂ ପାଖରେ ଏ ନେଇ କୌଣସି ତଥ୍ୟ ନାହିଁ ତେବେ ସେ ଏହାର ଯାଂଚ ଦାବି କରିଥିଲେ ।

ସାଇକଂ ସଂପର୍କରେ ୧୭୬୮ ମସିହାରେ ସ୍ଥାପିତ ଏନ ସାଇକ୍ଲୋପେଡିଆ ବ୍ରିଟାନିକାରେ ଉଲ୍ଲେଖ ରହିଛି ଯେ ସାଇବାବାକଂ ଜନ୍ମ ଜଣେ ହିନ୍ଦୁ ବ୍ରାହ୍ମଣ ଭାବେ ହୋଇଥିଲା ପରେ ତାଂକୁ ଜଣେ ସୁଫି ଫକୀର ଗ୍ରହଣ କରି ନେଇଥିଲେ।ଶିରିଡି ଗ୍ରାମବାସୀ ତାଂକୁ ପ୍ରଥମେ ପାଗଳ ଆଖ୍ୟା ଦେଇଥିଲେ।ସେ ଶିରିଡିର ଏକ ପରିତ୍ୟକ୍ତ ମସଜିଦ ରେ ରହୁଥିଲେ।ସୁଫି ସଂପ୍ରଦାୟର ଫକିରକଂ ଅନୁଯାୟୀ ଜ୍ୱଳନ୍ତା ନିଆଁ ଲଗାଇ ରଖୁଥିଲେ ।ସେହି ମସଜିଦର ନାମ ଡିଭରକମାଇ ଯାହା କି ଏକ ହିନ୍ଦୁ ନାମ ଥିଲା।ତାଂକ ଅଲୌକିକତା ସଂପର୍କରେ ସହସ୍ରାଧିକ କାହାଣୀ ଲୋକ ମୁଖରେ ପ୍ରଚାରିତ ଯହିଁରୁ ଅନେକ ଅନ୍ଧ ବିଶ୍ୱାସ ବି ହୋଇପାରେ ଓ କୌଣସି ବିଜ୍ଞାନ ସିଦ୍ଧ କାରଣ ନ ଥାଇପାରେ ,ଅତି ରଂଜିତ ଓ କପୋଳ କଳ୍ପିତ ବୋଲି ଏବେ ଜନମାନସରେ ପ୍ରତିଭାତ ହେଉଛି କାରଣଏହା ବି ହୋଇପାରେ ଯେ ବିଜ୍ଞାନର ଅନ୍ତଃ ଯେଉଁଠି ଆଧ୍ୟାତ୍ମିକତାର ଆରମ୍ଭ ସେହିଠାରୁ।ଯାହାକି ମାନବର କଳ୍ପନାଶକ୍ତିର ବାହାରେ।ତେବେଏପରି ଜଣେ ଆଧ୍ୟାତ୍ମିକ ସଦଗୁରୁକଂ ଜନ୍ମ ସ୍ଥାନକୁ ନେଇ ଏପରି ବିବାଦର କାରଣ କଣ ??

ଏ କଥା ସତ୍ୟ ଯେ ସାଇବାବାକଂ ସଂପର୍କରେ ବହୁ ତଥ୍ୟ ଅଜଣା ଅଟେ।ଏହାକଂ ଧର୍ମ ଓ ପରିବାର ବାବଦରେ ଭିନ୍ନ ଭିନ୍ନ କଥା ଲୋକ ମୁଖରେ ଆଲୋଚନା ହୁଏ।ତେବେ ପାଥରୀ ଗାଁକୁ ସାଇକଂ ଜନ୍ମସ୍ଥାନ ଭାବେ ସ୍ୱୀକାର କରିବାରେ ସମସ୍ୟା କଣ ?ଅସଲକଥା ଅନ୍ୟକିଛି ,ଠାକରେକଂ ବିରୁଦ୍ଧରେ ଅସନ୍ତୋଷର ପ୍ରଥମ କାରଣ ଭାବେ ଧରାଯାଇପାରେ ଯେ ତ୍ରିଦଳୀୟ ମେଣ୍ଟରେ ମନ୍ତ୍ରୀପଦରୁ ବଂଚିତ ବହୁ ବିଧାୟକ ଘଟଣା ପଛରେ ରହିଛନ୍ତି ,ଦ୍ୱିତୀୟ କାରଣ ଶିବସେନା ସରକାର ଗଢି କ୍ଷମତା ମହୁ ଚାଖିବା ଲୋଭରେ କଠୋର ହିନ୍ଦୁତ୍ୱପ୍ରସଂଗକୁ ଛାଡି ଯେଉଁ ବାଟରେ ଚାଲିଛି ସେଥିରେ ବହୁ ଶିବସେନା କର୍ମୀ ଓ ବିଧାୟକ ଖୁସି ନୁହନ୍ତି କେବଳଏହି ଏକମାତ୍ର କାରଣ ନୁହେଁ ,ଗଭୀର ଅସନ୍ତୋଷ ମଧ୍ୟ। ତେଣୁ ସାଇକଂ ଜନ୍ମସ୍ଥାନର ବିକାଶକୁ ମୁଖ୍ୟ ଆୟୁଧ କରି ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ପ୍ରିୟ ହେବାକୁ ଉଦ୍ଧବକଂ ଯୋଜନା ତାଂକପାଇଁ ବୁମେରାଂ ପାଲଟିଛି। ଅନ୍ୟଏକ କାରଣ ବି ରହିଛି ଯାହା ସବୁଠୁ ଅଧିକ ପ୍ରଭାବଶାଳୀ ମନେ ହୁଏ।ବିବାଦ ସଂପର୍କରେ ଏନ.ସି.ପି ନେତା ଅବଦୁଲ୍ଲା ଖାଁ ଦୂରୋନୀକଂ ମତ ହେଉଛି ଯେ ସାଇବାବାକଂ ଜନ୍ମଭୂମି ପାଥରୀ ବୋଲି ଯଥେଷ୍ଟ ପ୍ରମାଣ ଅଛି ମାତ୍ର ଶିରିଡିସ୍ଥିତ ସାଇକଂ ମନ୍ଦିରକୁ ଓ ଟ୍ରଷ୍ଟକୁ ଆସୁଥିବା ବିପୁଳ ଆୟ କାଳେ ଭାଗ ହୋଇଯିବ ସେଥିପାଇଁ ବିରୋଧ ହେଉଛି ଏବଂ ଜନ୍ମସ୍ଥାନର ବିକାଶକୁ ପ୍ରତିବନ୍ଧକ କରାଯାଉଛି।ଏକଥା ସତ୍ୟ ଯେ ,ସାଇଟ୍ରଷ୍ଟ ଦୁନିଆର ସବୁଠୁ ବଡ ଧନଶାଳୀ ଟ୍ରଷ୍ଟ ମଧ୍ୟରୁ ଗୋଟିଏ ଅଟେ।ସାଇକଂ ଚତୁଃପାର୍ଶ୍ୱ ଅର୍ଥ ବ୍ୟବସ୍ଥା ଏଥିଯୋଗୁ ଖୁବ ଉନ୍ନତ।ଟ୍ରଷ୍ଟର ଆୟଉପରେ ଏକ ସାଧାରଣ ନଜର ଅନ୍ଦାଜ କରାଯାଇ ପାରେ।୨୦୧୯ ବର୍ଷରେ ସାଇକଂ ଦରବାରକୁ ୨୮୭ କୋଟି ନଗଦ ଟଂକା ବ୍ୟତିତ ୧୯ କି.ଗ୍ରା ସୁନା ,୩୯୨ କି.ଗ୍ରା ଚାନ୍ଦି ମିଳିଛି।୨୦୧୮ ବର୍ଷରେ୨୮୫ କୋଟି ନଗଦଟଂକା ମିଳିଥିବା ବେଳେ ପ୍ରତିଦିନ ଆୟପ୍ରାୟ୮୦ ଲକ୍ଷ ଟଂକା ଅଟେ।୧୫୦୦ କୋଟି ଟଂକାରୁ ଉର୍ଦ୍ଧ୍ୱରସ୍ଥାୟୀ ଜମା ପାଣ୍ଠି ଅଛି,ଏଣୁ ଏକଥା ଧ୍ରୁବ ସତ୍ୟ ଯେ ପାଥରୀକୁ ସାଇକଂ ଜନ୍ମସ୍ଥାନ ସ୍ୱୀକାର କରାଗଲେ ଓ ମନ୍ଦିର ନିର୍ମାଣ ହେଲେ ଆସୁଥିବା ଆୟ ଭାଗ ଭାଗ ହେବ।ଦେଶ ସାରା ଆସୁଥିବା ଭକ୍ତ ସେଠାକୁ ମଧ୍ୟ ଯିବେ।ଧନ,ଦାନ,ଅନୁଦାନ ଭାଗହେବ।ଏଣୁ ଭକ୍ତି ନାଁ ରେ ସତ୍ୟର କଣ୍ଠରୋଧ କରି ଭକ୍ତିର ପ୍ରମାଣ ଦେବାକୁ ଓ ଅସତ୍ୟର ପ୍ରଚାରଧର୍ମୀ ବିବାଦ ଭିତରେଏହି ବଳ କଷା କଷି ଚାଲିଛି।ଏଥିରେ ପାଥରୀ ଓ ଠାକରେ ଶୀକାର ପାଲଟିଯିବାକୁ ଏକପ୍ରକାର ବାଧ୍ୟ ଓ ବଳିଛାଗ ଛଡା ଆଉକିଛିନୁହେଁ ।ଫଳରେ ଏକ ମିଥ୍ୟାସହ ହାତ ନ ମିଳାଇଲେ କିମ୍ବା ସାଇକଂ ଜନ୍ମସ୍ଥାନ ପାଥରୀର ବିକାଶ ,ସାଇକଂ ମନ୍ଦିର ନିର୍ମାଣ ପ୍ରସଂଗରୁ ନ ଓହରିଲେ ମୁଖ୍ୟମନ୍ତ୍ରୀ ଆସନ ହାତଛଡା ହୋଇପାରେ !!?

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

Leave a Reply

Your email address will not be published. Required fields are marked *

ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପଥରେ କେନ୍ଦ୍ରରେ ଆଉଥରେ ମୋଦୀ ସରକାର!!

Spread the love

Spread the loveବ୍ୟୁରୋ ନିଉଜ,୨୫/୦୫ ସାଧାରଣ ନିର୍ବାଚନର ଅନ୍ତିମଚରଣ କେବଳ ଏବେବାକି,ସମସ୍ତଙ୍କ ମନରେ […]

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ରାଜ୍ୟ ବାର କାଉନସିଲ ମାନେ ଅଧିବକ୍ତା ପଞ୍ଜିକରଣ ଦେୟ ୬୦୦ଟଙ୍କାରୁ ଅଧିକ ନେଇପାରିବେ ନାହିଁ

Spread the love

Spread the loveକଟକ(ସ୍ଵ.ପ୍ର)ଦେଶର ସର୍ବୋଚ୍ଚ ଅଦାଲତ ମାନ୍ୟ ବର ସୁପ୍ରିମ କୋର୍ଟଙ୍କ ଐତିହାସିକ […]

ଏସ.ଭି ନିର୍ତାର,ଓଲଟପୁରର ନୂତନ ୧୦୦ ଶଯ୍ୟା,କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

Spread the love

Spread the loveଓଲଟପୁର ସ୍ଥିତ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି […]