
ସମ୍ପତ୍ତି ଉଇଲ୍ ନ କରିବାରୁ ମରଣାନ୍ତକ ଆକ୍ରମଣ:ରାସ୍ତାରେ ଶବ ରଖି ଆନ୍ଦୋଳନ।
କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,ଗୋବିନ୍ଦପୁର ଥାନା ଅନ୍ତର୍ଗତ ଉରାଡ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଯାଇଛି।ବଡଭାଇଙ୍କର କୌଣସି ପୁଅ ନ ଥିବାରୁ ଉକ୍ତ ସମ୍ପତ୍ତିକୁ ସାନଭାଇ ଓ ତା ପିଲାମାନଙ୍କ ନାମରେ ଉଇଲ କରିଦେବାକୁ ଚାପ ପକାଇ ନିଷ୍ଫଳ ହୋଇଥିବା କାରଣରୁ ମରଣା ନ୍ତକ ଆକ୍ରମଣ ହୋଇଥିବା ଥାନାରେ ଲିଖିତ ଅଭି ଯୋଗ ହୋଇଥିଲା।ଗୋବିନ୍ଦପୁର ପୁଲିସ ଏହି ଅଭି ଯୋଗ ଭିତ୍ତିରେ ଥାନା କେଶ୍ ନମ୍ବର ୧୮୦/୨୨ ଭାରତୀୟ ଦଣ୍ଡବିଧି ଆଇନ ଦଫା ୩୪୧,୨୯୪, ୩୨୩,୩୫୪,୫୦୬/୩୪ କ୍ରମେ ଅଭିଯୁକ୍ତ ନାରାୟଣ ସ୍ୱାଇଁ,ସ୍ୱର୍ଣଲତା ସ୍ୱାଇଁ ଓ ସେମାନଙ୍କ ଦୁଇପୁଅ ରାକେ ଶ,ରାଜେଶ୍,ଦୁଇ ଝିଅ ଆକସ୍ମିତା,ଶୁଭଷ୍ମିତାଙ୍କ ନାମ ରେ ଗତ ୩୦.୧୧.୨୦୨୨ ରାତ୍ରରେ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲା।ଭୟଭୀତ ଓ ପୀଡ଼ିତ ଭ ଗବାନ ସ୍ୱାଇଁ,(ଭିନ୍ନକ୍ଷମ)(୭୦),ତାଙ୍କ ପତ୍ନୀ ନିକଟ ସ୍ଥ ଗୋପାଳ ନଗର ଠାରେ ନିଜ ସାନଝିଅ ଘରେ ଆ ଶ୍ରୟ ନେଇଥିଲେ।ତାଙ୍କୁ ପରିବାରଲୋକେ କଟକ ବ ଡ଼ ମେଡିକାଲ ନେଇଥିଲେ ଗତକାଲି ସେଠାରେ ତା ଙ୍କର ମୃତ୍ୟୁ ହୋଇ ଯାଇଥିଲା।ମଙ୍ଗଳାବାଗ ପୁଲିସ ଶବ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରିଥିଲା।ମୃ ତକଙ୍କ ଝିଅମାନେ ଓ ପତ୍ନୀ ଶବକୁ ଘର ନିକଟ ତଣ୍ଡି କଣା କନ୍ଦଳନଦୀ,ସେତୁରାସ୍ତାରେ ରଖି ଆନ୍ଦୋଳନ କରିଥଲେ।ପୁଲିସ ଅଭିଯୁକ୍ତଙ୍କ ମଧ୍ୟରୁ ନାରାୟଣ ସ୍ୱା ଇଁକୁ ଥାନାରେ ଅଟକରଖିଥିଲା ଓ ପଚରାଉଚରା ଚଳାଇ ଥିବା,ତଦନ୍ତ ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ର ତ୍ୟାହୃତ ହୋଇଥିଲା।ଥାନାଧିକାରୀ ରବିନାରାୟଣ ବେହେରାଙ୍କ ମତଲୋଡା ଯିବାରେ ସେ କହିଥିଲେ ଆକ୍ରମଣର ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।ଶବ ଦେହର କୌଣସି ସ୍ଥାନ ରେ କ୍ଷତଚିହ୍ନ ନଥିବା ଡାକ୍ତର ରିପୋର୍ଟରୁ ଜଣାପଡ଼ି ଛି।ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
