ଅଂଚଳ ଖବର

“ସରପଂଚକୁଂ ଦେଖାକଲେ ଭତ୍ତାମିଳିବ”ନ ହେଲେ ନାହିଁ !

Spread the love

କଟକ/କଣ୍ଟାପଡା ,୨।୯(ନି.ପ୍ର) ନବୀନ ସରକାରକଂ ୫ମ ପାଳିର ଶାସନ ଜନସାଧାରଣକୁଂ କେତେ ମହଂଗା ପଡିଛି, ଓ ସରକାରୀ କର୍ମଚାରୀ ମାନେ ସ୍ୱେଛାଚାରୀ ପାଲଟିଛନ୍ତି ତାହାର ବାସ୍ତବତା ନ ପରଖିବା ଯାଏ କେହି ଅନୁଭବ କରିପାରିବେ ନାହିଁ । ଏହା ରାଜ୍ୟ ଶାସନରେ ଆଉ ଏକ କଳା ଅଧ୍ୟାୟ ଯୋଗ ହୋଇଛି ଯାହାକୁ ଦେଖିବାକୁ କେହି ଜଣେ ବି ଏ ରାଜ୍ୟରେ ଶାସକଦଳ କର୍ମୀ କିମ୍ବା ପ୍ରଶାସନିକ ଅଧିକାରୀ ନାହାନ୍ତି। କଟକ ଜିଲ୍ଲା, କଣ୍ଟାପଡା ବ୍ଲକ, ବଡପାଟସୁନ୍ଦରପୁର ପଂଚାୟତ, ନଈକୂଳସାହିର ମଂଗୁଳି ଭୋଇ(୭୫), ସ୍ତ୍ରୀ ସୁଶୀଳା ଭୋଇ(୭୦) ଅବଶ୍ୟ ଭୋଟର ଫଟୋ ପରିଚୟ ପତ୍ର ରେ ବୟସ ଭୂଲ ହେତୁ ଯଥାକ୍ରମେ ୬୨ ଓ ୬୦ ରହିଛି। ହେଲେ ବି ଭତ୍ତାଟିଏ ପାଇବାକୁ ଅଯୋଗ୍ୟ ନୁହଁନ୍ତି। ଭଂଗା ଚାଳିଆ ତଳେ ବାର୍ଦ୍ଧକ୍ୟ ଜନିତ ରୁଗ୍ଣ ଜୀବନ ବିତାଉଥିବାଏହି ବ୍ରୁଦ୍ଧ ଦମ୍ପତ୍ତି ବହୁବାର ଭତ୍ତାପାଇଁ ଆବେଦନ ପତ୍ର ଦାଖଲ କରିଛନ୍ତି

ହେଲେ ଲାଂଚ ଦେଇପାରି ନଥିବା ଏମାନକଂ ନିଖୁରା ମୁହଁକୁ ସରକାରୀ ବାବୁଭାୟା ମାନକଂ ଚାହିଁବାକୁ ସମୟ ବା କାହିଁ ଯେ? ବଳ ବୟସ ଥିଲା ଅନାବନା ବଣବୁଦାରେ ଉଠିଥିବା ଖଜୁରୀଗଛରପତ୍ର ସଂଗ୍ରହ ପୂର୍ବକ ସେଥିରୁ ଝାଡୁ ତିଆରି କରୁଥିଲେ ଓ ବିକି ଚଳୁଥିଲେ ଏବେ ଭତ୍ତାଟିଏକୁ କେବଳ ଭରଷା ।ଶାସକ ବିଜେଡି ଦଳ ସମର୍ଥିତ ସରପଂଚ ପ୍ରାର୍ଥିକୁଂ ଭୋଟଦେଇ ନଥିଲେ ସେଥିପାଇଁ ତାଂକୁଉଦ୍ଦେଶ୍ୟ ମୂଳକ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି ।ଆମ ପ୍ରତିନିଧି ଶରତପରିଡା ପଂଚାୟତ ନିର୍ବାହୀ ଅଧିକାରୀ ହେମନ୍ତ ଦାଶକୁଂ ରଫୋନରେ ଯୋଗାଯୋଗ କରିଥିଲେ ଶ୍ରୀ ଦାଶ କହିଥିଲେ ଯେ ସରପଂଚ କୁ ଦେଖାକର ଯାହାର ଅଡିଓ ରେକର୍ଡ ଆମର ହସ୍ତଗତ ହୋଇଛି ।ଜଣେ ଦୁସ୍ଥ, ଗରୀବ ଅସହାୟକୁ ସରକାରୀ ସହାୟତା ଦେବା ବଦଳରେ ଭୋଟ ରାଗରଖି ରାଜନିତୀ ଖେଳ ଖେଳିବାକୁ ସ୍ଥାନୀୟ ଲୋକେ ନାପସନ୍ଦ କରିଛନ୍ତି।

Leave a Reply

Your email address will not be published. Required fields are marked *

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

କଂଗ୍ରେସର ପଦଯାତ୍ରା ଓ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ

Spread the love

Spread the loveସଭା ପ୍ରାରମ୍ଭରେ ପୂର୍ବତନ କଣ୍ଟାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱର୍ଗତଃ […]

ମଧ୍ୟାହ୍ନ ଭୋଜନ ପନିକିରେ ଛାତ୍ରୀଙ୍କ ପାଦ କଟିଲା!ଘଟଣା ଚାପିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ!!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ […]