ଅଂଚଳ ଖବର ସଂପାଦକୀୟ....

ସେବାନିବ୍ରୁତ୍ତ ପରେ ମଣିଷ ତିଆରି କାରଖାନା !

Spread the love

ସେନାରୁ ସେବା ନିବ୍ରୁତ୍ତ ପରେ ଜଣେ ସେନାଧିକାରୀ ଓ ଅନ୍ୟଜଣକଂ ଜଣେଅବସରପ୍ରାପ୍ତ ସରକାରୀ ହାଇସ୍କୁଲର ଆଦର୍ଶ ପ୍ରଧାନ ଶିକ୍ଷକ ନିଜଅବସରକାଳୀନ ସ୍ୱଳ୍ପପୁଂଜି ବିନିମୟରେ ପାଲଟିଛନ୍ତି ମଣିଷତିଆରି କାରଖାନା। ଅର୍ଥସର୍ବସ୍ୱ ସମାଜବ୍ୟବସ୍ଥା ଭିତରେ ମଣିଷସମାଜ ଯେଉଁଠି ଲାଭକ୍ଷତିର ହିସାବ ପ୍ରତିମୂହୁର୍ତ୍ତରେ ଖୋଜୁଛି ସେଠି ଭଲମଣିଷ ତିଆରିବାର ପ୍ରଲୁବ୍ଧତା କେତେଜଣକୁଂ ବା ଗ୍ରାସକରିପାରେ ?ସାରାଜୀବନ ନିତୀ, ନିୟମ ,ନିଷ୍ଠାକୁ କେବଳ ପାଥେୟକରି ବାଟଚାଲିଆସିଥିବା ଦୁଇ ଆଦର୍ଶ ବ୍ୟକ୍ତିତ୍ୱ ସାରାଅଂଚଳ ପାଇଁଏବେ ଆଦର୍ଶ ଓ ଗୌରବ ପାଲଟିଛନ୍ତି।ଏହାହିଁ ତ ତାଂକ ଜୀବନର ଅବସର କାଳୀନ ସମୟ କାଟିବାର ହିଁ ଅବସର। ଜଣେଥିଲେ ଛାତ୍ରଜୀବନରେ ଆଦର୍ଶ,ମେଧାବୀ, ଶ୍ରୁଂଖଳିତଛାତ୍ର।ସେନାରେ ବି ଉଚ୍ଚ ପଦବୀରେ ଥିଲେ। ନିଶାଥିଲା ଅବସରପରେ ଏକଉତ୍ତମ ଶିକ୍ଷାନୁଷ୍ଠାନ ପରିଚାଳନା କରିବାକୁ,ସେ ଥିଲେ ଅଶ୍ୱିନୀ କୁମାର ସ୍ୱାଇଁ ପ୍ରାଣପ୍ରତିଷ୍ଠାତା-ସଂପାଦକ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପୋହଳ । ସଭାପତି ଦାୟୀତ୍ୱରେ ନିଜେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୟଶଂକର ମହାନ୍ତି।ଏମାନକଂ ଉଚ୍ଚ ଆଦର୍ଶବୋଧ, ନୈତିକତା,ଶ୍ରୁଂଖଳା ଜ୍ଞାନ, ମାନବିକତା ଆଜି ମାତ୍ର ବର୍ଷକରୁ ସାମାନ୍ୟ କିଛିଉର୍ଦ୍ଧ୍ୱ ଶିଶୁ ଅନୁଷ୍ଠାନରେ କୋମଳମତି ଛାତ୍ରଛାତ୍ରୀକଂ ସଂଖ୍ୟାପହଂଚିଲାଣି ୨୫୩ ରେ।ଯାହା କମ୍ ଗୌରବର କଥା ନୁହେଁ ।।ଛାତ୍ରଛାତ୍ରୀ ହେଉଛନ୍ତି ଏକ ଆଦର୍ଶ ଶିକ୍ଷାନୁଷ୍ଠାନର ପୁଂଜି।ଆଜି ଯେତେବେଳେ ସରକାରଂକ କୋଟିକୋଟି ଟଂକାବ୍ୟୟ,ତାଲିମ ପ୍ରାପ୍ତ ଶିକ୍ଷକ, ମାଗଣା ପାଠ ସାଂଗକୁ ମାଗଣା ଭୋଜନ,ଶିକ୍ଷା,ଦଣ୍ଡମୁକ୍ତ ଶାସନକୁ ପଛରେ ପକାଇଏକ ନୂଆ ଶିଶୁମନ୍ଦିର ଯଥେଷ୍ଟ ସଂଖ୍ୟାରେ ଛାତ୍ରଛାତ୍ରୀ ସାଉଁଟିପାରିଛି, ସେଠାରେ ଅଭିଭୁତ ହେବାକୁ ନିଶ୍ଚୟ ପଡିବ କି ସ୍ଥାନୀୟ ସାଧାରଣ ଜନତାକଂ କେତେ ଭରଷା ? ଖବରପାଇ ଗତକାଲି ଜନରାଜ୍ୟଦିବସ ଅବସରରେ ଆମେ ପହଂଚିଥିଲୁ ପୋହଳର ଏହି ଶିଶୁବିଦ୍ୟାମନ୍ଦିରରେ।ପତାକାଉତ୍ତୋଳନ ଓ ପରେଡ ସରିଯାଇଥିଲା ଟିକେ ଆଗରୁ।ଚାଲିଥିଲା ବକ୍ତ୍ରୁତା ପ୍ରତିଯୋଗୀତା। ଯେଉଁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା-ସଂପାଦକ ନିଜେ ଜଣେ ପ୍ରାକ୍ତନ ସେନାଅଧିକାରୀ ସେଠାରେ ଛାତ୍ରଛାତ୍ରୀକଂ ପରେଡ ନିଶ୍ଚୟ ଅଧିକ ଶ୍ରୁଖଂଳିତ ହୋଇଥିବ ଭାବି ଚାହିଁଲୁ ଦେଖିବାକୁ।ଅନୁରୋଧ ଭାଂଗି ନପାରି ମାତ୍ର ୨/୩ ମିନିଟ ପାଇଁ ପରେଡ ବି ଦେଖାଇଲେ।ରାଷ୍ଟ୍ରଭାଷା ଆମର ହିନ୍ଦୀ କିନ୍ତୁ ଆମଭିତରୁ ଅନେକ ହିନ୍ଦୀ ବୁଝିପାରୁନା। ସତରେ କେତେ ଛୋଟ ଛୋଟ ଶିଶୁ ! ଭଲଭାବରେ ପାଟି ବି ଫିଟିନି ସମସ୍ତକଂର ,ହେଲେ କିନ୍ତୁ ସେନାର ତାଲିମରେ ସଂପାଦକକଂ ନିର୍ଦ୍ଦେଶ ମାତ୍ରେ ପାଳିତ ହେଉଥାଏ ପରେଡର ଅଂଗଭଂଗୀ । ବକ୍ତ୍ରତା ପ୍ରତିଯୋଗୀତା ମଂଚରେ ମଂଚାସୀନ ପ୍ରତିଷ୍ଠାତା – ସଂପାଦକ,ଅବସରପ୍ରାପ୍ତ ସେନା ମେଜର,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଶିଶୁମନ୍ଦିରର ସଭାପତି ବିନୟଶଂକର ମହାନ୍ତି ଓ ମୁଖ୍ୟ ଅତିଥି ଯୁଗଳ କିଶୋର କାନୁନଗୋ।ଭାରତୀୟ ସଂସ୍କ୍ରୁତିର ବାର୍ତ୍ତାବହଏହିସବୁ ଅନୁଷ୍ଠାନରେ ପରମ୍ପରା ପାଳନରେ କେବେ ବ୍ୟତିକ୍ରମ ପରିଲକ୍ଷିତ ହୋଇ ନ ଥାଏ ।ଏଠାରେ ବି ତାହାର ସାମାନ୍ୟ ବ୍ୟତିକ୍ରମ ହୋଇ ନ ଥିଲା । କିଛିସମୟ ଭାବିବାକୁ ହେଲା ସରକାରୀ ବିଦ୍ୟାଳୟ ମାନକଂରେ ଯଦିଏହି ଆଦର୍ଶ ଚାଲିଥାନ୍ତା ହୁଏତ ବିଦ୍ୟାଳୟରୁ ଛାତ୍ରଛାତ୍ରୀକଂ ସଂଖ୍ୟା କେବେଏତେ ପରିମାଣରେ ହ୍ରାସ ପାଇ ନ ଥାନ୍ତା।ପଚାରି ବୁଝିବାରୁ ଜଣାପଡିଲା କି ଶିକ୍ଷୟତ୍ରୀକଂ ମଧ୍ୟରେ ତାଲିମପ୍ରାପ୍ତ ବି ଅଛନ୍ତି।ଏନ.ଓ.ସି ପାଇଁ ସରକାରକୁଂ ଆବେଦନ କରାଯାଇଛି।ଛାତ୍ରଛାତ୍ରୀକଂ ନିମନ୍ତେ ଖେଳପଡିଆ ରହିଛି,ପରିବେଶ ମନୋମୁଗ୍ଧକର।କୁନିକୁନି ଓଠରୁ ଦେଶପ୍ରେମର ଲମ୍ବାଭାଷଣ ବି ଆଉଥରେ ସେ ଗାରିମାମୟ ଅଧ୍ୟାୟକୁ ସ୍ମ୍ରୁତିରେ ପହଁରାଇ ନେଉଥିଲା।ମନ କହୁଥିଲା ଉଜୁଡିଯାଇଥିବା , ବିଗିଡିଯାଇଥିବା ସେ ସବୁ ସରକାରୀ ଅନୁଷ୍ଠାନର ହ୍ରୁତ ଗୌରବରାଜି ଆଉଥରେ ଫେରନ୍ତାନି ଠିକ୍ ବଣିକପୁଅମାନେ ବୋଇତରେ ମଣିମାଣିକର ପସରା ଧରି ବିଦେଶରୁ ଫେରିବା ପରି ! ସତରେ ଆମ୍ଭମାନକଂର ଆଉ ମଣିମାଣିକ କିଏ କି ?ଏହିସବୁ କୁନି କୁନି ଶିଶୁ ଆଗାମୀକାଲିର ଭବିଷ୍ୟତ ନାଗରିକ।ହେଲେ ଆମେସବୁ ଆମର ସେହି ସୁନ୍ଦର ଭବିଷ୍ୟତକୁ କେମିତି ଗଢୁଛୁ ?ମାଟିର ଗଢା କଂଚା ହାଣ୍ଡି ମାଠିଆ ଥରେ ପୋଡାସରିଲା ପରେ ଆଉକଣ ତ୍ରୁଟୀ ସୁଧାରି ହେବ?ଆମଭିତରୁ ଶତକଡା କେତେଜଣ ଏକଥା ଭାବୁଛନ୍ତି ?ବକ୍ତ୍ରୁତା ପ୍ରତିଯୋଗୀତାରେ ପ୍ରାୟ ୨୮ଜଣ ଭାଗନେଇ ଥିଲେ

(କ) ସୌମିକ ରଂଜନଦାସ, ୧ମସ୍ଥାନ ଉଦୟ ଆଶୀର୍ବାଦ ଜେନା ଜୟଶ୍ରୀ ବାରିକ ୨ୟସ୍ଥାନ ପ୍ରଥମଶ୍ରେଣୀ ତପସ୍ୱିନୀ ପ୍ରଧାନ ୩ୟସ୍ଥାନ ସୌମ୍ୟା ସେନାପତି କାମେଶ୍ୱରୀ ସ୍ୱାଇଁ (ଖ) ମନୀଷା ରାଉତରାୟ ବିଶ୍ୱରଂଜନ ପ୍ରଧାନ ତ୍ରୁତୀୟସ୍ଥାନ ୩ୟଶ୍ରେଣୀ ଦିବ୍ୟାଗ୍ନି ରାଉତରାୟ ରିୟା ନାୟକ ରୋମିକା ଦାସ ସଂଜନା ନାୟକ ଶୁଭଲକ୍ଷ୍ମୀ ଦାସ ସାଇଜ୍ୟୋତୀ ଗୁରୁ ତ୍ରିସା ମହାରଣା ସ୍ମ୍ରୁତିରେଖା ରାଉତରାୟ ଓମ୍ ପ୍ରକାଶ ଭୋଇ ଅମ୍ରିତା ରାୟ ଅର୍ପିତା ସ୍ୱାଇଁ ଅରୁନ୍ ଜ୍ୟୋତୀରାୟ ସ୍ୱପ୍ନା ପ୍ରଧାନ ପ୍ରିୟଂକା ଚୌଧୁରୀ ସୁଦେସ୍ନା ମହାନ୍ତି ସୁଭେନ୍ଦୁଦାସ ଆଦିତ୍ୟ ଦାସ ଶ୍ରୀମାନ୍ତନୀ ପ୍ରିୟଦର୍ଶନୀ ୧ମ ସ୍ଥାନ ୭ମ ଶ୍ରେଣୀ ଶୁଭମ୍ ମହାନ୍ତି ଶାନ୍ତନୁ ମଲ୍ଲିକ ଗୁରୁ ମା- ଡୋଜାଲିନ ମହାନ୍ତି,ପ୍ରିୟଂକା ବେହେରା , ନିହାରୀକା ମଲ୍ଲିକ,ଇପସିତା ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

କାର୍ଯ୍ୟକ୍ରମ ଶେଷରେ ଦେବୀକନ୍ଦଳ ଦ୍ୱୀପାଂଚଳର ସେବା,ସାହିତ୍ୟଓ ସଂସ୍କ୍ରୁତିର ପ୍ରମୁଖ ଅନୁଷ୍ଠାନ ପକ୍ଷରୁ ସ୍ୱାସ୍ଥ୍ୟସେବା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ଅନୁଷ୍ଠାନର ସଂପାଦକ ନାଟ୍ୟକାର ଅଧ୍ୟାପକ ଚିନ୍ମୟଦାସ , ଅଧ୍ୟାପିକା ସିପ୍ରା କାନୁନଗୋ,ଡାକ୍ତର ଅବକାଶ ବାରିକ ପ୍ରମୁଖ ମଧୁମେହ ସମେତ ଅନ୍ୟକେତେକ ରୋଗ ଉପରେ ସଚେତନ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପୋହଳ
ଛାତ୍ର ଛାତ୍ରୀ

Leave a Reply

Your email address will not be published. Required fields are marked *

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

କଂଗ୍ରେସର ପଦଯାତ୍ରା ଓ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ

Spread the love

Spread the loveସଭା ପ୍ରାରମ୍ଭରେ ପୂର୍ବତନ କଣ୍ଟାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱର୍ଗତଃ […]

ମଧ୍ୟାହ୍ନ ଭୋଜନ ପନିକିରେ ଛାତ୍ରୀଙ୍କ ପାଦ କଟିଲା!ଘଟଣା ଚାପିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ!!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ […]