ଦୁର୍ନିତି

ସ୍ୱାଧୀନତା ଦିବସର ୮ ଦିନ ପରେ ବି ଜାତୀୟ ପତାକା ଖୋଲୁନି!ଦେଶପ୍ରେମ ନା ପତାକାକୁ ଅବମାନନା ?

Spread the love

କଣ୍ଟାପଡା ୨୩।୮(ନି.ପ୍ର) କଟକ ଜିଲ୍ଲା ,କଣ୍ଟାପଡା ବ୍ଲକ୍ ଅନ୍ତର୍ଗତ ଫୁଲନଖରା ନିଆଳି ୬୦ ନମ୍ବର ରାଜ୍ୟ -ରାଜପଥ ପାର୍ଶ୍ୱସ୍ଥ ବାଗଲପୁର ବଜାରରେ ଦେଶର ଜାତୀୟପତାକାକୁ କେମିତି ସମ୍ମାନ ଦିଆଯାଉଛି ତାହାର ନମୁନା ଦେଖିବାକୁ ମିଳିଛି । ପ୍ରଥମତଃ ଫ୍ଲାଗ୍ କୋଡ ନିୟମ ଭାଂଗି କୋଠାର ଉପରେ ଉଡିବା ବଦଳରେ ଅର୍ଦ୍ଧ ନମିତ କରି ଉଡାଯାଇଛି, ଦ୍ୱିତୀୟରେ ସ୍ୱାଧୀନତା ଦିବସର ୮ ଦିନ ବିତିବା ପରେ ବି ଉଡାଯାଇଥିବା ଏହି ପତାକାକୁ ଏଯାଏ ଖୋଲା ଯାଉନାହିଁଏହି ଘଟଣା ଯେ କାହାରି ଆଖିରେ ପଡି ନ ଥିବ ସେ କଥା କୁହାଯାଇ ପାରିବ ନାହିଁ, କାରଣ ରାଜପଥ ପାର୍ଶ୍ୱ ହୋଇ ଥିବାରୁ ଗୋବିନ୍ଦପୁର ଓ ଓଲଟପୁର ଥାନା କର୍ମଚାରୀ ବିଶେଷତଃ ଓଲଟପୁର ଥାନାଂଚଳ ଓ କଣ୍ଟାପଡା ତହସିଲ,ବାଗଲପୁର ପଂଚାୟତ, ରାଜସ୍ୱ ନିରୀକ୍ଷକକଂ କାର୍ଯ୍ୟାଳୟ ପାଖରେ ଅବସ୍ଥିତ, ବ୍ଲକ କାର୍ଯ୍ୟାଳୟ ବି ପାଖରେ । କେହି କେମିତି ଏହାକୁ ଦେଖିପାରୁନାହାନ୍ତି ,ଜାତୀୟପତାକାକୁ ଅବମାନନା ପ୍ରତି କାର୍ଯ୍ୟାନୁଷ୍ଠାନ ହେଉନାହିଁ ସେଥିନେଇ ବିସ୍ମୟ ପ୍ରକାଶ ପାଉଛି। ଆମେ ଏ ସଂପର୍କରେ ବ୍ଲକର ବି.ଡି .ଓ କେ.ଅଶୋକ କୁମାର କୁଂ ଫୋନ ରେ ଯୋଗାଯୋଗ କରିଥିଲୁ, ମାତ୍ର ସେ କିଛି ଶୁଣିବା ଆଗରୁ ଫୋନ୍ କାଟିଥିଲେ। ଘଟଣାକୁ ନେଇ ବୁଦ୍ଧିଜିବୀ ମାନକଂ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]