ଦୁର୍ନିତି

ହାଇକୋର୍ଟରେ ମିଥ୍ୟା ସତ୍ୟପାଠ:ରୁଜୁହେବ ଅଦାଲତ ଅବମାନନା ମାମଲା !

Spread the love

କଟକ ୬।୯(ସ୍ୱତନ୍ତ୍ର ପ୍ରତିନିଧି) ତହସିଲଦାର କଂ ଦ୍ୱାରା ଜାରୀ ହୋଇଥିବା ଏକ ବେଆଇନ ଜବରଦଖଲ ଉଛେଦ ମାମଲାକୁ ସାମ୍ନା କରିବାକୁ ଜଣେ ବ୍ୟକ୍ତି ହାଇକୋର୍ଟରେ ଦାଖଲକରିଥିବାଏକ ମିଥ୍ୟାସତ୍ୟପାଠ ଓ ତହସିଲଦାରକଂ ଆଦେଶ ବିରୁଦ୍ଧରେ ଆଣିଥିବା ସ୍ଥଗିତାଦ୍ଦେଶ ଏବେ ମହରଗରୁ ଯାଇ କାନ୍ତାର ରେ ପଡିବା ସଦ୍ରୁଶ ହୋଇଛି। ଏପରି କାର୍ଯ୍ୟଦ୍ୱାରା ଅଦାଲତକଂ ଅବମାନନା ହୋଇଥିବା ଅଭିଯୋଗ ସପ୍ରମାଣ ଦର୍ଶାଇ ତାଂକ ବିରୁଦ୍ଧରେ ମାମଲା ରୁଜୁହେବାକୁ ଯାଉଛି । ସାରାଘଟଣାଟି ସ୍ଥାନୀୟ ଅଂଚଳରେ କୌତୁହଳର ଖୋରାକ ଜୁଟାଇଛି ମିଳିଥିବା ସୂଚନାନୁଯାୟୀ, କଟକଜିଲ୍ଲା , କଣ୍ଟାପଡା ତହସିଲ ଅନ୍ତର୍ଗତ ଅଡଶପୁର ବେଢାସାହିର ସୁବାସ ଓରଫ ବାବୁଲି ମହାପାତ୍ର ପିତା: ବାଇଧର ମହାପାତ୍ର ନିଜର ପୈତ୍ରୁକ ସଂପତ୍ତି ଓ କୋଠାବାଡି ଥାଇ ଓ ପତ୍ନୀ ମମତାକଂ ନାମରେ ମଧ୍ୟ ଜମିବାଡି କାଗଜାତ ଥାଇ ଅଡଶପୁର ସ୍ଥିତ ଗୀତଗୋବିନ୍ଦର ରଚୟୀତା ଶ୍ରୀ ଜୟଦେବକଂ ସାଧନାପୀଠ ଭଳି ଏକ ଗୁରୁତ୍ୱପୂର୍ଣ ପର୍ଯ୍ୟଟନ ସ୍ଥଳୀ ନିକଟରେ ବଜାରସନ୍ନିକଟ ଓ ସରକାରୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପାଖରେ ଏକ ମୂଲ୍ୟବାନ ସରକାରୀ ଜମି ମାଡିବସିଥିଲେକଣ୍ଟାପଡା ତହସିଲ ପକ୍ଷରୁ ଜବରଦଖଲ ଉଛେଦ ନିମନ୍ତେ ୨୦୧୫ ମସିହାରେ ତାକୁଂ (କ) ଫର୍ମ ନୋଟିସ ଦିଆଯାଇଥିଲା ଯାହାକୁ ସେ ନିଜେ ପ୍ରାପ୍ତିସ୍ୱୀକାର ସ୍ୱାକ୍ଷର ଦେଇ ଗ୍ରହଣ କରିଥିଲେ। ସ୍ୱ-ଇଛାରେ ଅବରୋଧ ନ ହଟାଇବାରୁ ତହସିଲ ପକ୍ଷରୁ ୩୦ଦିନିଆ ସମୟ ଧାର୍ଯ୍ୟ କରାଯାଇଥିବା ନୋଟିସ ମଧ୍ୟ (ଖ) ଫର୍ମରେ ତହସିଲ ଜାରୀ କରି ଥିଲା ଯାହାକୁ ସେ ନିଜେ ମଧ୍ୟ ପ୍ରାପ୍ତି ସ୍ୱୀକାର ଦେଇ ରଖିଥିଲେ ଓ ଏହା ବିରୁଦ୍ଧରେ ହାଇକୋର୍ଟରେ ରିଟ୍ ଆବେଦନ ନମ୍ବର18721/2015 ରୁଜୁ କରିଥିଲେ।ଏଥିରେ ସେ ନିଜକୁ ଜଣେ ଭୂମିହୀନ ବୋଲି ଦର୍ଶାଇ ସର୍ବନିମ୍ନ ବଂଚିବାର ରାହା ନିମନ୍ତେ ସରକାରୀଖାତା ନଂ ୧୨୭୯ ,ପ୍ଲଟ୍ ନମ୍ବର ୧୯୦, ରକବା ୦.୦୨୨ ଡେଃ କୁ ଦଖଲ କରିଥିବା ଉଲ୍ଲେଖ କରିଥିଲେମାତ୍ର ସେ କିମ୍ବା ତାଂକ ପତ୍ନୀ ତହସିଲରେ ଥିବା ରେକର୍ଡ ଅନୁଯାୟୀ ଆଦୌ ଭୂମିହୀନ ନ ଥିଲେ,ପୈତ୍ରୁକ ସଂପତ୍ତିରେ କୋଠାବାଡି ଜଳାଶୟଆଦି ରହିଛି, ନିଜେ ବୋରିଂ ବସାଇ ଚାଷ କାର୍ଯ୍ୟ ସହିତ ଓଲଟପୁର ପୁଲିସ କଣ୍ଟାପଡା ଏକ୍ସକ୍ୟୁଟିଭ୍ ମାଜିଷ୍ଟ୍ରେଟକଂ କୋର୍ଟରେ ଦାଖଲ କରିଥିବା ଅସାମାଜିକ ଅପରାଧୀକ ବିବରଣୀ ଅନୁଯାୟୀ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ଜବରଦଖଲକରିଥିବା ସରକାରୀପ୍ଲଟକୁ ସେ ଅପରାଧୀକ କାର୍ଯ୍ୟକଳାପ ଚଳାଇବାକୁ ବ୍ୟବହାର କରିଥାନ୍ତି, ଜନସାଧାରଣକଂ ଉପରେ ଜୋରଜୁଲମ, ଆତଂକରାଜ ଚଳାଇ ଜବରଦସ୍ତ ଚାନ୍ଦାଆଦାୟ ସାଂଗକୁ,ଏକ ନରହତ୍ୟା ମାମଲାରେ ବି ସଂପ୍ରୁକ୍ତି ଥିବା , ବ୍ୟାକଂ ଠକେଇରେ ଜଡିତ ଥିବା ଏହି ପୁଲିସ ରିପୋର୍ଟରେ ଉଲ୍ଲେଖ ରହିଛି ଅଥଚ ଏସବୁକୁ ଛୁପାଇ ରଖି ନ୍ୟାୟାଳୟକଂ ଅନୁକମ୍ପା ହାସଲ ନିମନ୍ତେ ନିଜକୁ ଭୂମିହୀନ ଦର୍ଶାଇଥିଲେ ଫଳତଃ ତହସିଲଦାରକଂ ଅବରୋଧ ଉଛେଦ ମାମଲାରେ ତାଂକୁ ନ୍ୟାୟାଳୟ ସୁରକ୍ଷାଦେଇଥିଲେ।ଏବେ ସ -ପ୍ରମାଣ ପୁଲିସ ରିପୋର୍ଟ ସହିତ ସରକାରକଂ ଭୂଲେଖ ପୋର୍ଟାଲରୁ ଜମିବାଡିର ପ୍ରମାଣ ସହିତ ତାଂକ ବିରୁଦ୍ଧରେ ଅଦାଲତ ଅବମାନ ନା ମାମଲା ଖୁବ ଶୀଘ୍ର ରୁଜୁହେବ।କୁ ଯାଉଛି ଫଳରେ ଲୋକେ କହୁଛନ୍ତି “ଦାଶେ ଯାଇଥିଲେ ଫାଣ୍ଡିକି,କୀଳା ଆଣିଥିଲେ…….”

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]