ଦୁର୍ନିତି

୧୦୦ବର୍ଷର’ସମାଜ’, କେତେ ତଳକୁ ଖସିଛି!ପାଠାଗାର ନ ଥାଇ ସମ୍ପାଦକ?

Spread the love

କଟକ ୧୬।୯ (ସ୍ୱତନ୍ତ୍ରପ୍ରତିନିଧି)-ଅଧ୍ୟବସାୟ ବଳରେ ବ୍ୟବସାୟୀକ ଅନୁଷ୍ଠାନ ଅଥବା ସଂସ୍ଥା ମାନେ ସୁନାମଅର୍ଜନ କରିଥାନ୍ତି। ଯେଉଁ ସୁନାମ ଉପରେ ଦୀର୍ଘ ସ୍ଥାୟୀତ୍ୱ ନିର୍ଭର କରିଥାଏ। କର୍ମଚାରୀ ଯଦି ଅଣସଚ୍ଚୋଟ କିମ୍ବା ଅମନଯୋଗୀ ହୁଅନ୍ତି ଅଥବା ନିଷ୍ଠାରେ ଉଣାକରନ୍ତି ସେଠାରେ ବିଳମ୍ବରେ ହେଲେ ବି ଅଧଃପତ୍ତନ ଆରମ୍ଭ ହୋଇଥାଏ। ଏମିତି କେତେକେତେ ବହୁ ପୁରାତନ ସଂସ୍ଥା ବି ଧୂଳିଚାଟିଥିବାର ନଜିର କିଛି କମ୍ ନାହିଁ। ଗତ କିଛିବର୍ଷ ତଳେ ୧୧୮ ବର୍ଷର ଏକ ପୁରୁଣା ଦୈନିକଇଂରାଜୀ ଖବରକାଗଜ ଶିଳ୍ପ ବନ୍ଦ ଘୋଷିତ ହୋଇଥିଲା। ସେମିତି ୧୧୪ ବର୍ଷର ଏକ ବ୍ୟାଟେରୀ କମ୍ପାନୀ ଏଭାରେଡୀ ଏବେ ନିକଟରେ ବିକ୍ରି ହୋଇଯାଇଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଏଣୁ ୧୦୦ ବର୍ଷର କ୍ରମାଗତତା କୁ ବାହାବାହା ନେବା କିଛି କମ କଥା ନୁହେଁ କି ଡୁବିଯିବା ବି ବଡ ବିଚିତ୍ର କଥା ନୁହେଁରାଜ୍ୟର ଏକ ପ୍ରମୁଖ ଖବରକାଗଜ ଭାବେ ଜନ ମାନସରେ ତଥା ପାଠକୀୟ ଆଦ୍ରୁତି ହାସଲ କରିଥିବା “ସମାଜ” ଖବର କାଗଜ ଏବେ ସେଇ ପଥରେ ଅଗ୍ରସର ହେବାରେ ଲାଗିଛି।ଏକ ସମିତି ସହ-ବନ୍ଧିତ ଏହି ଅନୁଷ୍ଠାନଟି ଏବେ ଚରମ ବିପର୍ଯୟ ମଧ୍ୟରେ ପାଠକୀୟ ଆଦ୍ରୁତି ହରେଇବାରେ ଲାଗିଛି। ବହୁବାର ଏହି କାଗଜର ଏପରି କାରନାମା ଯୋଗୁ ବହୁପଛରେ ଜନ୍ମ ନେଇଥିବା କାଗଜ ସବୁ ଏହାକୁ ଟପି ଏବେ ଆଗରେ । ତଥାପି ବି ଚେତନା ପଶୁନି ।ରଖୁଆଳ ଦ୍ୱାରା ଗାଈ ବିକ୍ରି ହେବା ପରିସ୍ଥିତି ଉପୁଜିଛି । ଗତ କିଛି ମାସ ତଳେ ଜାତୀୟ ରାଜପଥ ପାର୍ଶ୍ୱରେ ସରକାରୀ ମଦ ଦୋକାନ ଅନୁମତି ନଦେବା ପ୍ରସଂଗରେ ସୁପ୍ରିମକୋର୍ଟକଂ ରାୟ ବିରୁଦ୍ଧରେ ଏକ ଖବର ପ୍ରସାରଣ କରି ହାଇକୋର୍ଟରେ ଅଦାଲତ ଅବମାନନା ମକଦ୍ଦମାକୁ ସାମ୍ନା କରିଥିଲା ଉକ୍ତ ଖବରକାଗଜ । ବିଚାରରେ ପ୍ରକାଶିତ ରାୟ ସମାଜ କର୍ତ୍ତ୍ରୁପକ୍ଷକଂ ବିରୁଦ୍ଧରେ ଯାଇଥିଲା କାର୍ଯ୍ୟାନୁଷ୍ଠାନ ନେବାକୁ କଟକ ଜିଲ୍ଲାପାଳକୁଂ ନିର୍ଦ୍ଦେଶ ମିଳିଥିଲା । ଜିଲ୍ଲାପାଳ ତ କଣ ପଦକ୍ଷେପ ନେଲେ ତାହା ଅଲଗା କଥା , କିନ୍ତୁ ସମାଜ କାଗଜର ସଂପାଦନା ମଣ୍ଡଳୀ ଯେ ଏଥିରୁ କିଛି ଶିଖିଲେନି ତାହା ନିଶ୍ଚିତ ହେଲା । ସବୁଠୁ ବଡ ବିସ୍ମୟର କଥା ଯେ ସାରାଦେଶରେ ସୁପ୍ରିମକୋର୍ଟକଂ ଉକ୍ତ ରାୟ ଏକ ଜାତୀୟ ପ୍ରସଗଂ ହୋଇଥିବା ସତ୍ତ୍ୱେ ଅଡଶପୁର ଡେଟ ଲାଇନରେ ରାୟର ସଂପୂର୍ଣ ଓଲଟା ପ୍ରକାଶ ପାଇଲା କେମିତି ?ଏ ଅନଭିଜ୍ଞତା ପାଇଁ ଦାୟୀ କିଏ ?କେଉଁ କାଗଜ ପ୍ରମାଣ ଭିତ୍ତିରେ ଏମିତି ଖବରଟି ଛପାଯାଇ ଥିଲା ? ଏହା ମୂଳରେ ଅସଲ ରହସ୍ୟ ଟି କଣ ? ଅସଲ କଥା ଖବର ପଠେଇଥିବା ଖବରକାଗଜ ଏଜେଣ୍ଟ ଜଣକଂ ପୁଲିସ ରେକର୍ଡରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ଭାଇ ଓ ସମାନ ମାମଲାର ସହ ଅଭିଯୁକ୍ତ ମଧ୍ୟ । ସମାଜର କତିପୟ ସଂପାଦନା ମଣ୍ଡଳୀ ଶକ୍ତିଶାଳୀ ସଦସ୍ୟ ମହାନ୍ତି ବାବୁକୁଂ ମାସିକିଆ ବଟି, ମାଛ, ମାଂସ , ପନିପରିବା ,ପନିର ଆଦି ଦେଇ ଏପରି ଖବର ସବୁ ଛପାଯାଇଥାଏ । ଫଳରେ ସମାଜ କାଗଜ ପଛକେ ଗାତକି ଖତକୁ ଯାଉ ବଟିପାଇସବୁନାଟ ।ବର୍ଷକୁ ସେଥିପାଇଁ ସଂଖ୍ୟାଧିକ ବାର ସେଇ ଗୋଟିଏ ଖବର ଛପାଯାଏ ଯେ , ‘ଅଡଶପୁର ସ୍ଥିତ ଜୟଦେବ ପାଠାଗାର ରେ …..ଅମୁକ କାର୍ଯ୍ୟକ୍ରମ ଏଇ ଯେମିତି ନିକଟରେ ସାମ୍ବାଦିକ ଦ୍ୱିଲୀପ ଶତପଥୀକଂ ବିୟୋଗରେ ଶୋକସଭା ଏଥିରେ ପାଠାଗାର ର ସଂପାଦକ /ସଭାପତି …..ଅମୁକ…. (ସାମ୍ବାଦିକ ) ସଭାପତିତ୍ୱ କରିଥିଲେ । ସାମ୍ବାଦିକତା ପାଠ୍ୟକ୍ରମ ନ ପଢି ପୁଲିସ ରେକର୍ଡରେ ସଂଖ୍ୟାଧିକ ସଂଗୀନ ମାମଲାର ଦୁର୍ଦ୍ଦାନ୍ତ ଅପରାଧୀ କୁ ଏମିତି ଲିଫ୍ଟ ସମାଜ ଦେଉଛି କେମିତି? ସବୁଠୁ ଓ ସର୍ବଶେଷ କୌତୁହଳ ଜନକ ଯେ ପାଠାଗାର ଆଦୌ ନ ଥାଇ ଜଣେଏହାର ସଂପାଦକ ହେବ କେମିତି? ଏକଥା ଆମେ କହୁନୁ ,ସାରାଅଂଚଳ ବାସୀକଂର ଏ ପ୍ରଶ୍ନ । ସମାଜ କର୍ତ୍ତ୍ରୁପକ୍ଷ ଏ ଜୟଦେବ ପାଠାଗାରର ପ୍ରମାଣ କିଛି ପାଠକକୁଂ ଦେଖାନ୍ତେନି ତାଂକ କାଗଜ ମାଧ୍ୟମରେ ?କେତେଦିନ ‘ସମାଜ’କୁ ଲୁଟି ଏହାର ରକ୍ତ ମାଂସ ଆଦିକୁ ପଳପଳ କରି ଖାଇବ?ସମାଜର ସଂପାଦକୀୟ କିଏ ଲେଖେ ଖୋଲି କହିପାରିବ ସାଧାରଣ ପାଠକକୁଂ ?ସତ କୁହ ???ତେବେ ସମାଜ ସଂପାଦକକଂ ମାସିକ ୬୦/୭୦ ହଜାର ଟଂକାର ଦରମା ଓ ନିଯୁକ୍ତି କଣ ପାଇଁ ?ଦୁର୍ଦ୍ଦାନ୍ତ ଅପରାଧୀକୁଂ ସାମ୍ବାଦିକ ମାନ୍ୟତା ଦେଇ ଅପରାଧର ଜାତୀୟ କରଣ କରିବାକୁ ? ଦୁର୍ଦ୍ଦାନ୍ତ ଅପରାଧୀକ ପୁଲିସ ରେକର୍ଡ ପାଠକ କଂଅବଗତି ନିମନ୍ତେ ପୁଲିସ ଫାଇଲରୁ ଏଠାରେ ସଂଯୋଗ କରୁଛୁ ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]