୩.୩୫ କୋଟିରୁ ଉର୍ଦ୍ଧ୍ୱ ଖର୍ଚ୍ଚ;ଯନ୍ତ୍ରୀ ମାଳ ମାଳ,ଭିତର ଖୋଳ
ଟାଂଗୀ ସାଲେପୁର ୧।୯(ନି.ପ୍ର) ରାଜକୋଷ ଅର୍ଥକୁ ଦିନ ଦ୍ୱିପ୍ରହରରେ କେମିତି ଲୁଟି ନିଆ ଯାଉଛି ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଟାଂଗୀ ସାଲେପୁର ବ୍ଲକ ଅନ୍ତ୍ରର୍ଗତ ବିରୁପା ବ୍ୟାରେଜ୍ – ମାଗୁରା ଧାନମଣ୍ଡଳ ରାସ୍ତାରେ।ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ କେନ୍ଦ୍ରସରକାରକଂ ଗ୍ରାମ ଉନ୍ନୟନ ବିଭାଗ ୬କି.ମି ରାସ୍ତା କୁ ପକ୍କାସଡକରେପରିଣତ କରିବାକୁ ୩କୋଟି ୩୫ ଲକ୍ଷ ୬ହଜାର ଟଂକା ଯୋଗାଇଥିଲେ। ୫ବର୍ଷ ର ରକ୍ଷଣା ବେକ୍ଷଣ ଖର୍ଚ୍ଚ ବାବଦକୁ ୨୬.୫୮ ଲକ୍ଷ ଟଂକା ରହିଛି। କାର୍ଯ୍ୟାରମ୍ଭ ତାରିଖ ୧୫.୫.୨୦୧୬ ଓ ଶେଷ ତାରିଖ ୧୪.୪.୨୦୧୮ ବୋଲି କାର୍ଯ୍ୟସ୍ଥଳୀ ରେ ଲାଗିଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି।ଏଥିରୁ ଆଉମଧ୍ୟ ଜଣାପଡିଛି ଯେ,କାର୍ଯ୍ୟର ଠିକାଦାର ଭୂବନେଶ୍ୱରୀ କନଷ୍ଟ୍ରକ୍ସନକଂ ନାମରେ ରହିଥିଲା ।କାର୍ଯ୍ୟର ତତ୍ତ୍ୱାବଧାନ ଓଡିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ମାର୍ଫତରେ ହୋଇଥିଲା। କାର୍ଯ୍ୟଟି ମାତ୍ର ବର୍ଷକରେ କେମିତି ମରଣଯନ୍ତାରେ ପରିଣତ ହୋଇଛି ତାହା କାହାକୁ ବି ବୁଝେଇବା ଦରକାର ନାହିଁ । କେନ୍ଦ୍ର ସରକାର ବି କେବଳ ଟଂକା ଦେଇଦେଲେ ହେବ ନାହିଁ ସବୁ ଯୋଜନାକୁ ନିଜସ୍ୱ ଏଜେନସି ଲଗାଇ ତଦାରଖ କରିବା ଦରକାର । ରାଜ୍ୟରେ ଗଠିତ କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା ଓ ଦୂର୍ନିତି ନିବାରଣ ବିଭାଗ ରାଜ୍ୟସରକାର କଂ ବୋଲକରା ସାଜିଥିବାରୁ ଏଭଳି ଅବସ୍ଥା ଉପୁଜିଥିବା ମତପ୍ରକାଶ ପାଇଛି। ତେବେ ଏଥିନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଭୂବନେଶ୍ୱରକୁଂ ଯୋଗା ଯୋଗ କରାଯାଇଥିଲା ମାତ୍ର କେହି ଫୋନ ଉଠାଇନଥିଲେ ଫଳରେ ମତାମତ ସଂଗ୍ରହ ସମ୍ଭବ ହୋଇ ପାରି ନାହିଁ ।