breaking News ଜିଲ୍ଲାଖବର ରାଜ୍ୟଖବର

୬ଦିନ ହେଲା…..ଭୋକ ଉପାସରେ ହଜାର ହଜାର ଅସହାୟ ଭତ୍ତାଧାରୀ

Spread the love

କଣ୍ଟାପଡ଼ା,୨୧/୪(ନି.ପ୍ର)୬ଦିନ ବିତିଲା କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର,୧୪ ଗୋଟି ପଞ୍ଚାୟତର ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ବ ଅସହାୟ ,ବୃଦ୍ଧ,ବୃଦ୍ଧା,ପଙ୍ଗୁ ଦିବ୍ୟାଙ୍ଗ ଜନ ଭୋକ ଉପାସରେ ଦିନ କାଟୁଛନ୍ତି,କେତେ କାହା ସାହାରାରେ ପଞ୍ଚାୟତ ଅଫିସ୍,ବ୍ଲକ ଦଉଡ଼ି ଦଉଡି ନିରାଶ ସତ୍ତ୍ବେ ସରକାର କିମ୍ବା ପ୍ରଶାସନର ଗଭୀର ନିଦ୍ରା ଭାଙ୍ଗୁନି।

ମିଳିଥିବା ତଥ୍ୟ ସୂଚନା ଆଧାରରେ ଜଣାପଡ଼ିଛି ଯେ,ଗୋଟିଏ ଗୋଟିଏ ପଞ୍ଚାୟତରେ ଏହି ଭତ୍ତା ଯୋଜନାରେ ମାସିକ ପ୍ରାୟ ୫/୬ ଲକ୍ଷ ଟଙ୍କା ଭଳି ସରକାରୀ ରାଜକୋଷରୁ ବ୍ୟୟ ହୋଇ ଥାଏ।ଫଳରେ ମୋଟ ପ୍ରାୟ ୫୫ ରୁ ୬୦ ଲକ୍ଷ ଟଙ୍କା ଏହି ବ୍ଲକ ଅନ୍ତର୍ଗତ ଅସହାୟ ମାନଙ୍କୁ ବଣ୍ଟନ କରାଯାଇଥାଏ।ମାସର ୧୫ ତାରିଖରେ ମିଳିବାକୁ ଧାର୍ଯ୍ୟ ଥିବା ଏହି ଭତ୍ତାରେ,ବଡ ଦୁଃଖ କଷ୍ଟରେ ସମୟ କାଟୁଥିବା ଉକ୍ତ ହିତାଧିକାରୀ ମାନେ ସମୟ ପୂରିବା ଆଗରୁ ଚାତକ ତୃଷା ମେଣ୍ଟେଇବାକୁ ଜଳରାଶି ଟୋପାଏ ଲାଗି ଆକାଶକୁ ଚାହିଁବା ପରି ଚାହିଁଥାନ୍ତି।ଚଳିତ ମାସର ଆଜି ୨୧ ତାରିଖ ଟପିବାକୁ ଯାଉଥିବା ବେଳେ ଭତ୍ତା ଟଙ୍କାର ଚିହ୍ନ ବର୍ଣ୍ଣ ବି ଦେଖିବାକୁ ମିଳୁନାହିଁ।ସରକାରୀ ଭାବେ ଯଦି ଅର୍ଥର ଅଭାବ ରହିଛି, ତେବେ ଏତେ ନିଅଣ୍ଟିଆ ଅବସ୍ଥାରେ ଥିବା ଏକ ସରକାର ଆଉ କେତେ କାଳ ଅବା ଚାଲି ପାରିବ?ତାହା ବିଚାର କରାଯାଇ ପାରେ।ଏମିତି ବେଳରେ ନା ବିଜୁ ପ୍ରେମୀ ସାଂସଦ ବିଧାୟକ କାହାରିଙ୍କୁ ଏହି ଡୁଃଖୀ,ଅସହାୟଙ୍କ ଦୁଃଖ ଦେଖାଯାଉଛି ନା କିଛି ଠୋସ ପଦକ୍ଷେପ ନା ଆଶ୍ଵାସନା ମିଳୁଛି।କଣ୍ଟାପଡ଼ା ବିଡ଼ିଓ ଫୋନ ଉଠାଉ ନ ଥିବାରୁ ଅତିରିକ୍ତ ଜିଲ୍ଲାପାଳ କିମ୍ବା ଉପଜିଲ୍ଲା ପାଳ ଏହି ଭୋକର ଭୂଗୋଳକୁ ବୁଝିବାକୁ ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]