
ଖୋଲିଲାନି ପତାକା,ବିଧାୟକ ଅପଦସ୍ତ!!
ନିଆଳି ଗୋସେଇଁ ଆମର ଆଜି ହରଡଘଣାରେ।ପତାକା ଖୋଲିଲାନି ବୋଲି ଅଳ୍ପ ସମୟ ପାଇଁ ହେଲେ ବି ଝାଳ ନାଳ ଆକ୍ରାନ୍ତ ବଡଚିନ୍ତାରେ ପଡିଗଲେ।କିଓ ଚିନ୍ତାରେ ପଡିବେନି ?ସକାଳୁ ଗାଧୋଇ ପାଧୋଇ ସାର୍ ପତାକା ଟଂଗେଇବେ ବୋଲି କେଡେ ସରାଗରେ ବାସନା ବାସନି ଜିନିଷ ସବୁ ଲଗେଇ ବାହାରି ଯାଇଥିଲେ,ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ।ବିଭିନ୍ନ ଆଡୁ ସବୁ କେତେକେତେ ଲୋକ, ସ୍କୁଲ ପିଲା ଆସିଥିଲେ ନିଅାଳି ଅଚିନା ପଡିଆକୁ। କଥାଥିଲା ଯେମିତି ଦିଲ୍ଲୀରେ ସେମିତି ବି ପଲ୍ଲୀରେ ହବ ଏ ଉତ୍ସବ ! ନବୀନ ବାବୁ ବି ଏସନ କୁଅାଡେ ସେମିତି ପାଳିବେ ବୋଲି ମନ କରିଛନ୍ତି !ହଁ ରଜାଘର କଥା,ଯେମିତି ଯାହା ମନକୁ ପାଇବ ଇଛା କରିବେ ହବ।କୋଉ ଅପୂର୍ବ କଥା ଟା ଯେ ?ସବୁଠିକ ଯେ ହେଲେ ସବୁଭିତରେ ମୁଖ୍ୟଟା ବେଠିକ ହେଲେ ସଜାଡିବ କିଏ ?ଏଇ ଯେମିତି ଆମପାଖ ଗାଁ ର ଜଣେ ମାମଲତକାର ଲୋକ,ସବୁ କଥାରେ ଜିରାରୁ ଶିରା କାଢନ୍ତି।ପୁଅ ବାହାଘରକୁ ୪ର୍ଥୀ ଭୋଜି ନିମନ୍ତ୍ରଣ କରିଥାନ୍ତି।ସାଜସଜା ଖାଦ୍ୟ ଧୂମ ଧାମ।ଲୋକେ ଖାଇବାକୁ ବସିଲେଣି।ପୁରୋହିତେ ୪ର୍ଥୀ ହୋମ କରିବାକୁ ତରବର ତିନିତିନି ଥର ଡାକିଲେଣି ବରକନ୍ୟାକୁଂ ଆଣ,ନୂଆବସ୍ତ୍ର ପିନ୍ଧାଅ।ବିଳମ୍ବ ହେବାରୁ ପଚାରିଲେ ଆରେ ରାତି ବଢୁଚି କନ୍ୟାକୁ ସଜକରି ଆଣ ହଠାତ ଘରଲୋକେ ସୁଁ ସୁଁ ହୋଇକାନ୍ଦିଲେ କଥା କଣ ନା ବାହାଘରଆଗରୁ ବୋହୁ ପରୀକ୍ଷା ଚାଲିଛି କହୁଥିଲା।ଚତୁର୍ଥୀ ଭୋଜିଦିନ ଶେଷ ସିଟିଂ ପରୀକ୍ଷା ଦବାକୁ ଯାଇଥିଲା।ଭଡାକାରରେ ଛୋଟଦିଅର ବିସାଂଗରେ ଯାଇଥିଲା।ବୋହୁ କଲେଜ ଭିତରକୁ ଯାଇ ଥିଲା ସଂଧ୍ୟାପର୍ଯ୍ୟନ୍ତ ଅପେକ୍ଷା କରି ଗାଡି ଫେରିଆସିଲା।ବୋହୁ କାରରୁ ଓହ୍ଲେଇ କଲେଜ ଭିତରକୁ ଗୋଟିଏପଟେ ପ୍ରବେଶ କରିଥିଲା ହେଲେ ଆଉ ଗୋଟେ ପଟେ ବାହାରି ଅନ୍ୟ ଏକ କାରରେ କାହାସାଂଗେ କୁଆଡେ ଗଲାଯେ ଫେରିଲାନି।ନିମନ୍ତ୍ରିତ ଲୋକେ ଖାଇବସିଲେଣି।ପୁରୋହିତେ ଚାହିଁ ଜଳକା କି ଟେରା ହେଲେ ଜାଣିପାରିଲେନି।ବଡ ମାମଲତକାର କଂ ଘର କାହାକୁ କହିବେ ଏକଥା?କହିହୁଏ ନା ସହି ହୁଏ?ଆଜି ନିଆଳି ବିଧାୟକକଂ ନିଆଳି ବ୍ଲକ ସ୍ତରୀୟ ୭୧ତମ ଜନରାଜ୍ୟ ଦିବସ ପତାକା ଉତ୍ତୋଳନ ଘଟଣା ସେପରି।ସାର ଭାବିଥିଲେ ଦିଲ୍ଲୀଠୁ ପଲ୍ଲୀ ସେମିତି ପାଳନ କରିବେ।କାହିଁ ନା ନବିନ ସାର ବି ସେମିତି ନିଷ୍ପତ୍ତି କୁଆଡେ ଏଥର ନେଇଛନ୍ତି।ହେଲେ କଣ ହେବ ମୁଖ୍ୟ ଜିନିଷଟା ଯଦି ଅଡୁଆ ଧଇଲା ,ତା ହେଲେତ କଥା ସଇଲା।ଥୋକେ ବିରୋଧୀଏତିକି ବେଳକୁ କହିଲେଣି କୁଆଡେ ଫ୍ଲାଗ୍ କୋଡ ଉଲଂଘନ ହୋଇଚି! ଯଦି ଏମିତି ହୋଇଥିବ,ତାହେଲେ ତ ନିଆଁପୁଆ ବାବୁ ସେଠିଥିଲେ,ତାଂକ ନିଜ ନିଆଁ ନିଜ ଅଣ୍ଟି ପୋଡିପାରେ ।ତହସିଲ ସାର,ଚେୟାରମ୍ୟାନ ତ ସାକ୍ଷୀ !ସରକାରୀ ସାକ୍ଷୀ ଥାଉଁ ଥାଉଁ ବାହାରସାକ୍ଷୀ କଣ ଦରକାର?ଆଗରୁ ଥରେଏମିତି ହୋଇଥିଲା।ଆମ ପଂଚୁଭାଇମନ୍ତ୍ରୀ ଥିଲେ ନୟାଗଡ ପତାକା ଉତ୍ତୋଳନ କୁ ଯାଇଥିଲେ ସେଠି ଏମିତି ହୋଇଥିଲା,ବଡପୁଲିସବାବୁ ଢେର ସାନ ବାବୁଟାକୁ ବେଶ କିଛିଦିନ ପାନ ଭାଂଗିବାକୁ ପଠାଇଲେ,ହାୱା ଖାଇବାକୁ ପଡିଲା।ସେଇ ଛାନିଆରେ କି କଣ?ନିଆଁପୁଆ ବାବୁଟା ଆଜି ଝାଳନାଳ ଆଣ୍ଠିଏ ! ମନେ ପଡିଗଲା ଗୁରୁଘର ପାଠ କି କଣ ? ହେଲେ ପତାକା କଣବୁଝିଲା ?ପଡିବନି ବନ୍ଧୁ ପଡିବନି ପଡିଲେ ଏ ଗଣ୍ଠି ଫିଟିବନି !