
420 ପୁଲିସବାବୁ ଫସିଲେ!
ଜଗତସିଂହପୁର (ବ୍ୟୁରୋ) ଗାଁ ରେ ବହୁ କୁଜିନେତା ଟାଉଟରି କରି ଲୋକହସା ହେଉଥିବା ଅନେକ ସମୟରେ ଚର୍ଚ୍ଚାକୁ ଆସିଥାଏ।ହେଲେ ଓଡ଼ିଶା ପୁଲି ସର ବରିଥାନା କର୍ମଚାରୀ ଏମିତି ଶସ୍ତା ଟାଉଟରି କରି କଳା କାରନାମା ଧରାପଡ଼ିଥିବା ସାଧାରଣରେ ବେଶ ଚର୍ଚ୍ଚାର ଖୋରାକ ସୃଷ୍ଟି କରିଛି।ପୁଲିସ ବାବୁ ଏମିତି ଧର୍ମ ସଙ୍କଟରେ ପଡ଼ିବେ ଓ ନିଜ ଥାନାରେ ନିଜ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ବାଧ୍ୟ ହେ ବେ ତାହା କେବେ ବିଶ୍ୱାସ ଯୋଗ୍ୟ ନ ଥିଲା କାରଣ ,ନିକଟ ଅତୀତରେ ଘଟିଥିବା ଅନ୍ୟ ଏକ ଘଟଣା ପରେ ଦ୍ଵିତୀୟ ଘଟଣା ସାବ୍ୟସ୍ତ ହେବାକୁ ଯାଉଛି।ମିଳିଥିବା ସୂଚନା ଅନୁଯାୟୀ,ବରି ଥାନା ଅଞ୍ଚଳରୁ ପ୍ରକାଶ ପାଉଥିବା RNI ପଞ୍ଜୀକୃତ ଏକ ଖବର କା ଗଜ ସତ୍ୟ ଓ ଅନୁସନ୍ଧାନର ସ୍ୱର ବଜ୍ର ବାଣରେ ପେ ଣ୍ଠି ଦିଦି ଓ ପେଣ୍ଡାବାବୁଙ୍କ ସମ୍ପର୍କରେ କିଛି ଲେଖା ପ୍ର କାଶ ପାଇଥିଲା।ଏହି ଲେଖା ବାସ୍ତବରେ ଯଦିଓ କାହା ନାମରେ ବାହାରି ନ ଥିଲା କିମ୍ବା ଏମିତି ନାମ ରେ ସେହି ଅଞ୍ଚଳରେ କେହି ଜଣେ ବି ନ ଥିଲେ ତଥା ପି ନିର୍ଦ୍ଦିଷ୍ଟ ଜଣେ/ଅଧେ କେହି ବ୍ୟକ୍ତିଗତ ଅସୂୟାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।ସେମାନେ ସଂ ଯୋଗ ବଶତଃ ନିଜକୁ ଭାବି ନେଇ ବରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୁଲିସ ଥାନାର ଅତି ଶୟ ଆଗ୍ରହୀ ରାଉତ ବାବୁ ନାମକ ଜଣେ କର୍ମଚାରୀ ଖବର କାଗଜର ସଂପାଦକୀୟ ବିଭାଗ ମୁଖ୍ୟ ପ୍ରସ ନ୍ନ ଜେନାଙ୍କୁ ଥାନାକୁ ଅଭିଯୋଗ ଅଛି କହି ଡ଼କାଇ ଥିଲେ।ମାତ୍ର ଶ୍ରୀ ଜେନା ତାଙ୍କୁ ରୋକ୍ ଠୋକ୍ କହି ଥିଲେ କି ସଂଯୋଗ ବଶତଃ ପ୍ରକାଶିତ ଖବରରେ ଯଦି ସେମିତି କେହି ଖ୍ୟୁବ୍ଧ ଥାଆନ୍ତି,ପ୍ରେସ କାଉନ ସିଲ ଅଫ ଇଣ୍ଡିଆଙ୍କ ଧାର୍ଯ୍ୟ ନିୟମ ଆଧାରରେ ପ୍ରତିବାଦ ଲେଖିକରି ଦେଲେ ଛପାଯିବ।ମାତ୍ର ରାଉତବାବୁ ଚଢାଗଳାରେ ‘ସେଇଥିରେ ସିଆଡେ ଦେଇଦବ,ସିଆଡେ ବୁଝାବୁଝି ହବ ‘।ଏପରି ଧମକ ପର ଦିନ ଏତଲାକାରୀ ଓ ତାଙ୍କ ସହଯୋଗୀ,ସମ ର୍ଥକ ସଂଘବଦ୍ଧ ଭାବେ ଏହି କାଗଜ ବାଣ୍ଟିଥିବା ବନ ଜ ବାସିନୀ ପାଢ଼ୀଙ୍କ ସ୍ବାମୀଙ୍କୁ ସ୍ପଷ୍ଟ ଦିବା ଲୋକରେ, ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ଓ ତାଙ୍କର ମୂଲ୍ୟ ବାନ ସାମଗ୍ରୀ ସବୁକୁ ଭୟଭୀତ କରାଇ ଛଡ଼ାଇ ନେଇ ଯାଇଥିବା ବରିଥାନାରେ ୩୧.୧୦.୨୦୨୨ ରେ ଶ୍ରୀମତୀ ପାଢ଼ୀ ଲିଖିତ ଅଭିଯୋଗ ଦେଇଥିଲେ ,ତାଙ୍କ ସ୍ଵାମୀ ସରକାରୀ ଚିକିତ୍ସାଳୟକୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର ହୋଇ ଚିକିତ୍ସାଧୀନ ହେଲେ।ପୁଲିସ ୩୧.୧୦.୨୦୨୨ର ଉକ୍ତ ଅଭିଯୋଗକୁ ପଞ୍ଜି କରଣ ନ କରି ଚାପି ରଖିଥିଲା।ଘଟଣା ଯାଜପୁର ଏସ ପି ରାହୁଲ ପିଆର୍ ଙ୍କ ଦୃଷ୍ଟିକୁ ଅଣାଯିବା ପରେ ପୁଲିସ ଏତଲାରେ ଲିଖିତ ୩୧.୧୦.୨୦୨୨ ତାରିଖ କୁ ଟାମ୍ପରିଙ୍ଗ କରି ୩.୧୧.୨୦୨୨ରେ ପଞ୍ଜିକରଣ କରିଥିବାର ଜାଲିଆତି କୌତୁହଳ ସୃଷ୍ଟି କରିଛି।ପୁଲିସର ଏପରି ଜାଲିଆତି ବିରୁଦ୍ଧରେ section 420,468/34 IPC ଆଧାରରେ ମାମଲା ଏବେ କୋର୍ଟକୁ ଯାଉଛି।ଫଳରେ ବରି ପୁଲିସ ଏବେ କୋ ର୍ଟରେ ଉତ୍ତରଦାୟୀ ହେବ କି ଏହି ଜାଲିଆତି ବିରୁ ଦ୍ଧରେ ଥାନାରେ ଦୁଇ ଅଧିକାରୀଙ୍କ ନାମରେ ଉକ୍ତ ଦଫାରେ ରୁଜୁ ମାମଲା ପ୍ରମାଣିତ ହେଲେ ୭ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ।ତେବେ ପ୍ରମାଣର ଆଧାର ନିମନ୍ତେ ବହୁ ତଥ୍ୟ କାଗଜପତ୍ରରେ ରହିଛି।ଥାନାରେ ଅପରାଧ ସମ୍ପର୍କିତ ଘଟଣା ଓ ଦୁର୍ଘଟଣାର ଖବର ପ୍ରତ୍ୟେହ ସକାଳ୮.୪୫ରୁ ୯.୧୫ମଧ୍ୟରେ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ଥାନାରେ ଲାଗିଥିବା ବେତା ର ବାର୍ତ୍ତା ଜରିଆରେ ଅବଗତ କରାଯିବାକୁ ବିଧି ଓ ନିୟମ ରହିଛି,ଯାହାର msg ନମ୍ବର ହେବା କଥା।ଉକ୍ତ ଘଟଣାରେ ୩୧.୧୦.୨୦୨୨ର ବନଜ ବାସିନୀ ପା ଢୀଙ୍କ ଦ୍ଵାରା ଦାଖଲ ଏତଲା ପଞ୍ଜୀକୃତ ହେଲାନି କି ମ୍ବା ୩.୧୧.୨୦୨୨ପର୍ଯ୍ୟନ୍ତ ଏତଲା ସମ୍ପର୍କରେ ଏ ସ ପିଙ୍କୁ ଅବଗତ କରାଗଲା ନାହିଁ କାହିଁକି??ଏହାକୁ ଲୁଚାଇ ରଖି,ପୁଣି ଟାମ୍ପରିଙ୍ଗ କରି ୩ଦିନପରେ ରେ ଜିଷ୍ଟ୍ରି କରାଗଲା କିପରି??Cr.P.C ସେକ୍ସନ195 to 197ପର୍ଯ୍ୟନ୍ତ ଲିଖିତ ଧାରା ଅନୁଯାୟୀ ପୁଲିସ, ସରକାରୀ କର୍ମଚାରୀଙ୍କ ନାମରେ IPC section 172 to 188,193 to 196,199, 200, 205 to 211,463,471,475,476ଆଦି ଦଫାରେ ମା ମଲା ରୁଜୁ ହୋଇପାରିବ ନାହିଁ।ମାତ୍ର 420,468 ଆଦି ଦଫାରେ ମାମଲା ରୁଜୁ ହେବାରେ କୌଣସି ପ୍ର ତିବନ୍ଧକ ନାହିଁ।ଡକାୟତି ମାମଲାକୁ 392ବଦଳରେ ଦଫା 379 ଚୋରୀ, ହତ୍ୟା ଉଦ୍ୟମ 307 ନ ଲଗା ଇ ବରି ପୁଲିସକର୍ମଚାରୀ କାହାକୁ କେଉଁ କାରଣରୁ ଅନୁକମ୍ପା ଦେଖାଇବାକୁ ଚାହୁଁଚି ତାହା ସହଜରେ ଅନୁମେୟ। ଅଭିଯୁକ୍ତ ଙ୍କ ନାମରେ ପୁରୁଣା ସଙ୍ଗୀନ ମାମଲା ଏଯାଏ ଚାଲିଥିବା ଓ ଜେଲ ଯାଇଥିବା ସ ତ୍ତ୍ୱେ 25 Arm actକୁ ବାଦ ଦେଇ CD ଓ ଚାର୍ଜ ସିଟ୍ ଦାଖଲ ଉଦ୍ୟମ କରୁଥିବା ଥାନାର ନିକଟତମ ବ୍ୟକ୍ତିଙ୍କ ଠାରୁ ଜାଣିବାକୁ ମିଳିଛି।ଫଳରେ ଏବେ ପୁ ଲିସ ବାବୁଙ୍କ ନାମରେ କମ୍ପ୍ଲେନ୍ କେଶ୍ ରୁଜୁ ହେଲେ ତାଙ୍କ ପରିସ୍ଥିତି ବି ବୁଢିଆଣୀ ଜାଲ ପରି ଅଡ଼ୁଆ ଧରି ପାରେ।

ଜଗତସିଂହପୁର ଲୋକସଭା ଆସନର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇଙ୍କ ଉପସ୍ଥିତିରେ ଆଜି ପୂର୍ବାହ୍ନରେ କଟକ ଜିଲ୍ଲା,କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବିଜେଡି ର ଗଡ କୁହାଯାଉଥିବା ବ୍ରାହ୍ମଣ ସାଇଲୋ ପଞ୍ଚାୟତର,ପ୍ରସିଦ୍ଧ ଶୈବପୀଠ ଏଗାରେଶ୍ୱର ମହା ଦେବଙ୍କ ପ୍ରାଙ୍ଗଣରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ଉରୁଜଙ୍ଗ,ଖେରସ,ବ୍ରାହ୍ମଣ ସାଇଲୋ ଆଦି ଗ୍ରାମରୁ ବିଜେଡ଼ିିର ବହୁ ଛାମୁଆ କର୍ମୀ ସ୍ଵତଃ ପ୍ରବୃତ୍ତ ଭାବେ ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେଇ ଛନ୍ତି।ସେମାନେ ବିଧାୟକ ପ୍ରମୋଦ ମଲ୍ଲିକ ଓ ମୁଷ୍ଟି ମେୟ ତାଙ୍କ କଟୋରି ଗୋଷ୍ଠୀଙ୍କ ଉତ୍ପାତ ଯୋଗୁ ଦଳ ଛାଡି ଦେଇଥିବା କୁହାଯାଉଛି।ସୂଚନା ଯୋଗ୍ୟ ଯେ କ୍ରମାଗତ ୩ୟ ଥର ଲାଗି ବିଜେଡି ଦଳରୁ ନିର୍ବା ଚିତ ହୋଇ ଆସିଥିବା ନିଆଳି ବିଧାୟକ ଡାକ୍ତର ପ୍ର ମୋଦ ମଲ୍ଲିକଙ୍କ ହାତରୁ ଗତ ପଞ୍ଚାୟତ ନିର୍ବାଚନ ରେ ନିଆଳି ପଞ୍ଚାୟତ ସମିତି ଖସି ଯାଇଛି।